fbpx
BJD SKY
BJD SKY

ମୁଣ୍ଡଳିକୁ ନେଇ SRCଙ୍କ ସତର୍କବାଣୀ: ପ୍ରବାହିତ ହେବ ୮ ଲକ୍ଷ କ୍ୟୁସେକ ଜଳ

BJD

କଟକ: ପ୍ରବଳ ବର୍ଷା ଯୋଗୁଁ ସାରା ରାଜ୍ୟରେ ଏବେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । କଟକ ଭୁବନେଶ୍ୱର ସହରକୁ ବର୍ଷା ପାଣି କାବୁ କରି ନେଇଥିବା ବେଳେ ଉପକୂଳ ଅଞ୍ଚଳଗୁଡ଼ିକରେ ନଦୀର ଜଳସ୍ତର ଦେଖି ବନ୍ୟାର ଭୟ ଘାରିଛି । ତେବେ ଏହା ମଧ୍ୟରେ ସ୍ୱତନ୍ତ୍ର ରିଲିଫ କମିଶନର କଟକ ମୁଣ୍ଡଳି ବ୍ୟାରେଜକୁ ନେଇ ଏକ ଅତର୍କବାଣୀ କରିଛନ୍ତି । ଆଜି ଦିନ ୧୨ଟା ସୁଦ୍ଧା ମୁଣ୍ଡଳିରେ ବନ୍ୟାଜଳ ପ୍ରବାହିତ ହେବା ନେଇ ସୂଚନା ଦେଇଛନ୍ତି ଏସଆରସି ।

ଦିନ ୧୨ଟା ସୁଦ୍ଧା ମହାନଦୀର ମୁଣ୍ଡଳିରେ ପ୍ରାୟ ୮ ଲକ୍ଷ କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେବ ବୋଲି କହିଛନ୍ତି ଏସଆରସି । ଏ ନେଇ ୭ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ପାଣି ବୃଦ୍ଧି ପାଇବା ଫଳରେ ନଦୀ ପାଖ ଅଞ୍ଚଳ ଜିଲ୍ଲା ଗୁଡ଼ିକରେ ପାଣି ପଶିଯିବାର ସମ୍ଭାବନା ଥିବାରୁ ଏଥିପାଇଁ ସର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । କଟକ, ଖୋର୍ଦ୍ଧା ସମେତ ଅନୁଗୁଳ, ନୟାଗଡ଼, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଆଦି ଜିଲ୍ଲା ପାଇଁ ଏସିଆରସିଙ୍କ ତରଫରୁ ସତର୍କ କରାଯାଇଛି । ଦୁର୍ବଳ ନଦୀ ବନ୍ଧ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ ମଧ୍ୟ କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।

Get real time updates directly on you device, subscribe now.