fbpx

ଆସିଲା ଖୁସି ଖବର ! ଚାଷୀଙ୍କ ଋଣ ଛାଡ ପାଇଁ ନିର୍ଦ୍ଦେଶ ଦେଲେ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଚାଷୀଙ୍କ ଋଣ ଛାଡ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଅର୍ଥନୈତିକ ଦୂରାବସ୍ଥା, ବିମୁଦ୍ରିକରଣ ଏବଂ କରୋନା ମହାମାରୀ ପାଇଁ ରାଜ୍ୟର ଅର୍ଥନୀତି ଦୁର୍ବଳ ରହିଥିଲା । ଏଣୁ ଏହି ଋଣ ଛାଡରେ ବିଳମ୍ବ ଘଟିଲା ବୋଲି ସେ କହିଥିଲେ ।

ଏନେଇ ଗୁରୁବାର ପ୍ରଗତୀ ଭବନଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ରାଜ୍ୟ ଅର୍ଥମନ୍ତ୍ରୀ ଟି ହରିଶ ରାଓ, ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଠା ସୋମେଶକୁମାର, ଅର୍ଥ ବିଭାଗର ସ୍ୱତନ୍ତ୍ର ଅର୍ଥ ସଚିବ ରାମକ୍ରିଷ୍ଣ ରାଓ, କୃଷି ସଚିବ ରଘୁନନ୍ଦନ ରାଓ,ଏଚଏମ୍ଡିଏର ପ୍ରମୁଖ ସଚିବ ଅରବିନ୍ଦ କୁମାର ପ୍ରମୁଖ ଏହି ବୈଠକରେ ସାମିଲ ଥିଲେ ।

ବୈଠକ ପରେ କେସିଆର କହିଥିଲେ ଯେ, ଯେହେତୁ ମୁଁ ପ୍ରତିଶ୍ରୁତି ଦେଇଥିଲି ଏହା କରିବା ପାଇଁ ତେବେ ବିଭିନ୍ନ କାରଣରୁ ଏହା କରାଯାଇ ପାରୁନଥିଲା । ଏଥିସହ ତାଙ୍କ ସରକାର ଫୁଡ ପ୍ରୋସେଶିଂ ପ୍ଲାଣ୍ଟ ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି । ସେ କହିଥିଲେ ଋଣ ଛାଡ ବାବଦରେ ୧୯ହଜାର କୋଟି ଟଙ୍କା ପଡି ରହିଛି । ତେଣୁ ଏହାକୁ ଖୁବ୍ ଶୀଘ୍ର ଛାଡ କରାଯିବ ବୋଲି ସେ କହିଥିଲେ ।

Get real time updates directly on you device, subscribe now.