fbpx
BJD SKY
BJD SKY

ଭାବପ୍ରବଣ ପିଲାଙ୍କ ପ୍ରତି ଏପରି କରନ୍ତୁନି ବ୍ୟବହାର, ସେମାନେ ହୋଇପାରନ୍ତି ହିଂସ୍ର

BJD

ସାଧାରଣତଃ ପିଲାମାନେ ମନ ଖୋଲି ସବୁ କଥା କହିଦିଅନ୍ତି । କିନ୍ତୁ କିଛି ପିଲା ଅଛନ୍ତି ଯେଉଁମାନେ ଅଧିକ ଭାବପ୍ରବଣତା ଯୋଗୁ ସବୁ ଅନୁଭବକୁ କହିପାରନ୍ତି ନାହିଁ । ଭାବନା ପରିପ୍ରକାଶ ନ ହେଲେ ବେଳେବେଳେ ରାଗିଯାନ୍ତି । ଏଭଳି ପିଲାଙ୍କ ପ୍ରତି ଅଭିଭାବକ ଅଧିକ ଯତ୍ନଶୀଳ ହେବା ଉଚିତ । ଭାବପ୍ରବଣ ପିଲାମାନଙ୍କ ପ୍ରତି ଅଧିକ କଠୋର ବ୍ୟବହାର କରିବା ଠିକ୍ ନୁହେଁ ।

କ଼ଡା ଶାସନ ହୁଏତ ସେମାନଙ୍କୁ ହିଂସ୍ର କିମ୍ବା ଚିଡ଼ିଚିଡ଼ା କରିପାରେ । ଏଭଳି ପିଲାଙ୍କୁ ଅଧିକ ସ୍ନେହ ଦିଅନ୍ତୁ । ସବୁକଥା ସେମାନଙ୍କୁ ଭଲଭାବେ ବୁଝାନ୍ତୁ । ଅଧିକ ଇମୋସନାଲ ପିଲାଙ୍କ ପାଇଁ ଅଭିଭାବକମାନେ ଅଧିକ ସମୟ ଦିଅନ୍ତୁ । ଫଳରେ ସେମାନଙ୍କର ଆତ୍ମବିଶ୍ୱାସ ବଢିବା ସହ ସେମାନେ ନିଜକୁ ସୁରକ୍ଷିତ ମନେ କରିଥାନ୍ତି । ପିଲାଙ୍କର ସବୁ କଥାକୁ ଭଲଭାବେ ଶୁଣି ବୁଝିବା ପାଇଁ ଚେଷ୍ଟା କରନ୍ତୁ । ସେମାନଙ୍କ ଉପରେ ସବୁବେଳେ ରାଗନ୍ତୁ ନାହିଁ । ପିଲାଙ୍କୁ ଖୁସିରେ ରଖିବା ପାଇଁ ଚେଷ୍ଟା କରନ୍ତୁ । ମଝିରେ ମଝିରେ ପ୍ରଶଂସା ମଧ୍ୟ କରନ୍ତୁ ।

ପିଲା ଯଦି କୌଣସି ବିଷୟରେ କିଛି ନିଷ୍ପତ୍ତି ନେଇଛି ତେବେ ତାହା ଭଲଭାବେ ଶୁଣନ୍ତୁ ଓ ବୁଝନ୍ତୁ । ପିଲାର ନିଷ୍ପତ୍ତିକୁ ପ୍ରଥମେ ପ୍ରଶଂସା କରନ୍ତୁ ଏବଂ ପରେ ତାକୁ ଅନୁଭବ କରାନ୍ତୁ ଯେ ଆପଣ ତା’ର ପ୍ରତ୍ୟେକ ନିଷ୍ପତ୍ତିରେ ତା’ ସହ ଅଛନ୍ତି । ଯଦି ବି ପିଲାଙ୍କର କିଛି ନିଷ୍ପତ୍ତି ଭୁଲ୍ ମନେହୁଏ ତେବେ ସଙ୍ଗେ ସଙ୍ଗେ କୁହନ୍ତୁ ନାହିଁ । ନିଷ୍ପତ୍ତି ଭୁଲ୍ ମନେହେଲେ ପରେ ପିଲାଙ୍କୁ ବୁଝାଇ କହି ଦିଅନ୍ତୁ ।

Get real time updates directly on you device, subscribe now.