fbpx

ଭଦ୍ରକରେ ବି ସବୁ ସ୍କୁଲ ଛୁଟି ଘୋଷଣା: ପ୍ରବଳ ବର୍ଷା ସହ ବନ୍ୟା ଆଶଙ୍କାରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଭଦ୍ରକ: ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ପିଲାମାନଙ୍କ ସୁରକ୍ଷା ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଏହି ତାଲିକାରେ ବର୍ତ୍ତମାନ ସାମିଲ ହୋଇଛି ଭଦ୍ରକ ଜିଲ୍ଲା । ଏବେ ଭଦ୍ରକ ଜିଲ୍ଲାରେ ମଧ୍ୟ ସ୍କୁଲ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଭଦ୍ରକର ସମସ୍ତ ସ୍କୁଲ ବନ୍ଦ ପାଇଁ ଘୋଷଣା ହୋଇଛି । ସ୍କୁଲ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଜିଲ୍ଲାର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ବନ୍ଦ ରଖିବା ପାଇଁ ଘୋଷଣା କରିଛି ପ୍ରଶାସନ । ଏ ନେଇ ଭଦ୍ରକ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ଜିଲ୍ଲା ଶିକ୍ଷାଧିକାରୀ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ତେବେ ଭଣ୍ଡାରୀପୋଖରୀ ମୋଟ ୭ଟି ପଞ୍ଚାୟତ ସମ୍ପୂର୍ଣ୍ଣ ଜଳାର୍ଣ୍ଣବ ହୋଇ ରହିଛି । ନିକଟସ୍ଥ ଷୋଳମପୁର, ରହଣିଆ, ମାଳଦା, ନପଙ୍ଗ, କୁରିଙ୍ଗା ଆଦି ପଞ୍ଚାୟତରେ ବନ୍ୟାଜଳ ଲହଡ଼ି ଖେଳୁଥିବା ଦେଖାଯାଇଛି । ଏହାସହିତ ବନ୍ଦୋଳ ମଢିଆଳି ଏବଂ ଝୁଟଣା ପଞ୍ଚାୟତ ମଧ୍ୟ ପାଣି ଘେରରେ ଜୀବନ କାଟୁଛନ୍ତି । ଅନ୍ୟପକ୍ଷରେ ଧାମନଗର ବ୍ଲକର ୧୦ଟି ପଞ୍ଚାୟତକୁ ବୈତରଣୀ ନଦୀର ବନ୍ୟାଜଳ ପ୍ରବେଶ କରୁଛି ।

ସୂଚନା ତାଉ କି, ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୯୦.୬ ମିଲିମିଟର ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ପ୍ରବଳ ବର୍ଷା କାରଣରୁ ରାଜ୍ୟର ୯ଟି ଜିଲ୍ଲାରେ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ନିଷ୍ପତ୍ତି ନିଆଯାଇଛି । ଏହି ଜିଲ୍ଲାଗୁଡ଼ିକରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ବନ୍ଦ ରଖିବାକୁ କୁହାଯାଇଛି । ଝାରସୁଗୁଡ଼ା, ମୟୂରଭଞ୍ଜ, ସୁନ୍ଦରଗଡ଼, ବଲାଙ୍ଗିର, ରାୟଗଡ଼ା, କେନ୍ଦୁଝର, ସୁବର୍ଣ୍ଣପୁର, ବରଗଡ଼ ଓ ଅନୁଗୁଳ ଆଦି ଜିଲ୍ଲାର ସ୍କୁଲଗୁଡ଼ିକ ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.