ଚାମ୍ପିଅନ୍ସ ଟ୍ରଫି ଖେଳାଳିଙ୍କୁ କରିବ ମାଲେମାଲ, ଆଜିର ମ୍ୟାଚ୍ ଜିତିଲେ ବିଜୟୀ ଟିମ୍ ପାଇବେ ଏତେ କୋଟି ଟଙ୍କା

ଚାମ୍ପିଅନ୍ସ ଟ୍ରଫି ଜିତିଲେ, ଚାମ୍ପିୟନ୍ ଟିମକୁ ମିଳିଥାଏ କେତେ ଟଙ୍କା? ଆଉ କେତେ ଟଙ୍କା ପାଇଥାଏ ରନର୍ସ ଅପ୍ ଟିମ୍? ଏକଥା ଆପଣମାନେ ଜାଣିଛନ୍ତି କି? ଏହି ICC ଟୁର୍ଣ୍ଣାମେଣ୍ଟ ଜିତିଲେ ଖେଳାଳୀ ହେବେ ମାଲେମାଲ। ହାରିବା ଟିମକୁ ବି ମିଳିବ କୋଟି କୋଟି ଟଙ୍କା।

ନୂଆଦିଲ୍ଲୀ: ଆଉ କିଛି ସମୟର ଅପେକ୍ଷା। ତା ପରେ ଆରମ୍ଭ ହେବ ସୁପର ସଣ୍ଡେରେ ସୁପର ମୁକାବିଲା। ଭାରତୀୟ ସମୟ ଅନୁସାରେ ୨ଟାରେ ଟସ୍ ପଡ଼ି ୨.୩୦ ରେ ଆରମ୍ଭ ହେବ ଭାରତ ଆଉ ନ୍ୟୁଜିଲାଣ୍ଡ ଚାମ୍ପିୟନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍।

ଏହାକୁ ନେଉ ସବୁ କ୍ରିକେଟ୍ ପ୍ରେମୀ ଉତ୍ସାହ ଥିବା ବେଳେ, ଭାରତ ବିଜୟ ପାଇଁ ପୂଜାର୍ଚ୍ଚନା ମଧ୍ୟ କରିବା ଆରମ୍ଭ ହେଲାଣି। ତେବେ ସେ ଯାହା ହେଉନା କାହିଁକି, ଖେଳରେ ତ ହାର ଜିତ୍ ଲାଗି ରହିଥାଏ, ତେବେ ଆପଣମାନେ ଜାଣିଛନ୍ତି କି, ଚାମ୍ପିଅନ୍ସ ଟ୍ରଫି ଜିତିଲେ, ଚାମ୍ପିୟନ୍ ଟିମକୁ ମିଳିଥାଏ କେତେ ଟଙ୍କା? ଆଉ କେତେ ଟଙ୍କା ପାଇଥାଏ ରନର୍ସ ଅପ୍ ଟିମ୍?

କେତେ ପାଇବେ ଟଙ୍କା: ତେବେ ସୂଚନାନୂସାରେ, ICC ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରାଇସ୍ ମନି ପୂର୍ବରୁ ହିଁ ଡିକ୍ଲାର କରିସାରିଛି। ଚାମ୍ପିୟନ୍ସ ଟ୍ରଫି ଜିତିଲେ, ବିଜେତା ଟିମକୁ ମିଳିବ ପ୍ରାୟ ୨.୨୪ ମିଲିୟନ୍ ଡଲାର । ଯାହାର ଭାରତୀୟ ମୁଦ୍ରାରେ ମୂଲ୍ୟ ହେଉଛି ୧୯ କୋଟି ୪୮ ଲକ୍ଷ ଟଙ୍କା।

କେବଳ ବିଜେତାଙ୍କୁ ନିହେଁ ଚାମ୍ପିୟନ୍ସ ଟ୍ରଫିରେ ରନର୍ସ ଅପ୍ ହୋଇଥିବା ଟିମକୁ ମଧ୍ୟ ମିଳିବ ୯ କୋଟି ୭୪ ଲକ୍ଷ ଟଙ୍କା। କହିବାକୁ ଗଲେ ଏହି ଚାମ୍ପିଅନ୍ତ ଟ୍ରଫି ଖେଳାଳି ମାନଙ୍କୁ କରିଦେବ ମାଲେମାଲ। ଏହି ମ୍ୟାଚ୍ ସରିବା ପରେ କୋଟି କୋଟି ଟଙ୍କା ପାଇବେ ଖେଳାଳି।

ମାଲେମାଲ୍ ଖେଳାଳି: ଦେଖିବାକୁ ଗଲେ କେବଳ ଏହି ଦୁଇଟି ଦଳ ମାଲେମାଲ ହେବେ ତାହା ନୁହେଁ, ବରଂ ସେମିଫାଇନାଲ ହାରିଥିବା ଟିମକୁ ମଧ୍ୟ ମିଳିବ କୋଟି କୋଟି ଟଙ୍କା। ସେମିଫାଇନାଲ ହାରିଥିବା ଦୁଇ ଟିମକୁ ୪ କୋଟି ୮୭ ଲକ୍ଷ ଟଙ୍କା ମିଳିବ। ଅର୍ଥାତ ଅଷ୍ଟ୍ରେଲିଆ ସହିତ ସାଉଥ୍ ଆଫ୍ରିକା ଟିମ୍ ସେମିଫାଇନାଲ ହାରିଥିଲେ ବି, ଆଇସିସି ପାଖରୁ କୋଟି କୋଟି ଟଙ୍କା ପାଇବେ।

ମୋଟାମୋଟି ଭାବରେ ଦେଖିବାକୁ ଗଲେ ଗ୍ରୁପ ପର୍ଯ୍ୟାୟରୁ ଆରମ୍ଭ କରି ଫାଇନାଲ ପର୍ଯ୍ୟନ୍ତ ସମସ୍ତ ଟିମକୁ ମୋଟା ଅଙ୍କର ଟଙ୍କା ମିଳିଥାଏ। ହୁଏତ ଫାଇନାଲ ଖେଳୁଥିବା ଟିମକୁ ଟିକେ ଅଧିକ ମିଳେ। କିନ୍ତୁ ଅନ୍ୟ ଦଳଗୁଡିକୁ ମଧ୍ୟ କିଛି କମ୍ ଟଙ୍କା ମିଳେ ନାହିଁ।

ତେବେ ଟୁର୍ଣ୍ଣାମେଣ୍ଟରେ ୫ମ ଓ ୬ଷ୍ଠ ସ୍ଥାନରେ ଥିବା ଟିମକୁ ୩ କୋଟି ୪ ଲକ୍ଷ ଟଙ୍କା, ଏବଂ ୭ମ ଏବଂ ୮ମ ସ୍ଥାନରେ ଥିବା ଟିମକୁ ୧ କୋଟି ୪୦ ଲକ୍ଷ ଟଙ୍କା ମିଳିବ ବୋଲି ଆଇସିସି ଧାର୍ୟ୍ୟ କରିଛି। ଗ୍ରୁପ୍ ଷ୍ଟେଜରେ ମ୍ୟାଚ୍ ଜିତୁଥିବା ପ୍ରତିଟି ଟିମକୁ ୨୯ ଲକ୍ଷ ୬୧ ହଜାର ଟଙ୍କା ମିଳିଥାଏ। ଏହା ସହ ୮ଟି ଯାକ ଟିମକୁ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ୧ କୋଟି ୮ ଲକ୍ଷ ଟଙ୍କା ମିଳିଥାଏ।