fbpx

ଡିସେମ୍ବର ୪ ରୁ ଆରମ୍ଭ ହେବାକୁ ଯାଉଛି ସଂସଦର ଶୀତକାଳୀନ ଅଧିବେଶନ

AAKASH

ନୂଆଦିଲ୍ଲୀ; ଆସନ୍ତା ଡିସେମ୍ବର ୪ ରୁ ଆରମ୍ଭ ହେବାକୁ ଯାଉଛି ସଂସଦର ଶୀତକାଳୀନ ଅଧିବେଶନ । ଏନେଇ ‘ଏକ୍ସ’ ଜରିଆରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି। ଏହି ଅଧିବେଶନ ଡିସେମ୍ବର ୪ ରୁ ଆରମ୍ଭ ହୋଇ ଡିସେମ୍ବର ୨୨ ପର୍ୟ୍ୟନ୍ତ ଚାଲିବ ବୋଲି ଏଥିରେ ସୂଚନା ଦିଆଯାଇଛି । ଅଧିବେଶନରେ ଏହି ୧୯ ଦିନରେ ୧୫ଟି ବୈଠକ ହେବ ବୋଲି କୁହାଯାଇଛି ।

ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ, ଶୀତ ଅଧିବେଶନରେ ୧୫ ଟି ବୈଠକ ହେବ ଯାହା ଡିସେମ୍ବର ୪ରୁ ଡିସେମ୍ବର ୨୨ ପର୍ୟ୍ୟନ୍ତ ଚାଲିବ। ଶୀତ ଅଧିବେଶନ ପ୍ରାୟତଃ ନଭେମ୍ବରର ତୃତୀୟ ସପ୍ତାହରୁ ଆରମ୍ଭ ହୋଇଯାଏ କିନ୍ତୁ ୫ ରାଜ୍ୟର ବିଧାନସଭା ନିର୍ବାଚନ କାରଣରୁ ଏହା ବିଳମ୍ବ ହୋଇଛି।

Get real time updates directly on you device, subscribe now.