fbpx
BSKY
BJD MS SKY
BJD YOUTH SKY

World Cupରେ ପୁଣି ଫେଲ ମାରିଲା ଶ୍ରୀଲଙ୍କା: ପରାଜୟ ସହିତ ଶେଷ ହେଲା ବିଶ୍ୱକପ ଯାତ୍ରା

ନୂଆଦିଲ୍ଲୀ: ଦମଦାର ବ୍ୟାଟିଂରେ ସେମି ଫାଇନାଲ ପାଇଁ ଆଉ ଏକ ପାଦ ବଢାଇଛି ନ୍ୟୁଜିଲାଣ୍ଡ । ଶ୍ରୀଲଙ୍କାକୁ ଚକମା ଦେଇ ବଡ଼ ବିଜୟ ହାସଲ କରିଛି କିୱି ଦଳ । ୧୭୨ ରନର ଏକ ଛୋଟ ଟାର୍ଗେଟର ପିଛା କରି ନ୍ୟୁଜିଲାଣ୍ଡ ୫ ୱିକେଟରେ ବିଜୟୀ ହୋଇଛି । ତେବେ ଅନ୍ୟ ପକ୍ଷରେ ପରାଜୟ ସହିତ ବିଶ୍ୱକପରୁ ବିଦାୟ ନେଇଛି ଶ୍ରୀଲଙ୍କା ଦଳ । ଏହି ମ୍ୟାଚରେ ବିଜୟୀ ହେବା ପରେ ମଧ୍ୟ ସେମି ଫାଇନାଲରେ ପ୍ରବେଶ କରିପାରି ନାହିଁ ନ୍ୟୁଜିଲାଣ୍ଡ ।

ଶ୍ରୀଲଙ୍କା କ୍ରିକେଟ ଟିମର ୨୦୨୩ ବିଶ୍ୱକପ ଯାତ୍ରା ଆଜି ଶେଷ ହୋଇଛି । ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ପରାସ୍ତ ହୋଇ ଘରକୁ ଫେରିଛି ସିଂହଳି ଦଳ । ଶେଷ ମ୍ୟାଚରେ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରି ମାତ୍ର ୧୭୧ ରନରେ ଦଳ ଅଲଆଉଟ ହୋଇଥିଲା । ତେବେ ଏହି ଛୋଟ ଲକ୍ଷ୍ୟର ପିଛା କରି ନ୍ୟୁଜିଲାଣ୍ଡ ମାତ୍ର ୨୩.୨ ଓଭରରେ ଏହାକୁ ହାସଲ କରିବାରେ ସଫଳ ହୋଇଛି । ଦଳର ଟପ୍ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ଦମଦାର ବ୍ୟାଟିଂ ବଳରେ ଏହି ମ୍ୟାଚକୁ ୫ୱିକେଟରେ ବିଜୟୀ ହୋଇଛି ନ୍ୟୁଜିଲାଣ୍ଡ । ତେବେ ଏହି ମ୍ୟାଚରେ ଓପନର ଡିଭନ୍ କନୱେ ଏବଂ ରଚିନ୍ ରବିନ୍ଦ୍ର ବିସ୍ଫୋରକ ଆରମ୍ଭ କରିଥିଲେ । ୮୬ ରନର ଏକ ଭାଗିଦାରୀ ପରେ ୪୫ ରନ୍ କରି ପାଭିଲିୟନ ଫେରିଥିଲେ କନୱେ । ଏହାପରେ ଟୁର୍ଣ୍ଣାମେଣ୍ଟରେ ଦଳର ସବୁଠାରୁ ସଫଳ ବ୍ୟାଟର ରଚିନ୍ ରବିନ୍ଦ୍ର ମଧ୍ୟ ୪୨ରନ୍ କରି ଆଉଟ ହୋଇଥିଲେ । ତେବେ ଅଧିନାୟକ କେନ୍ ୱିଲିୟମସନ୍ ୧୪ ରନ୍ କରିବା ବେଳେ ଆଞ୍ଜେଲୋ ମାଥ୍ୟୁଜଙ୍କ ଶିକାର ପାଲଟିଛନ୍ତି । ଏହପରେ ଡାରିଲ ମିଚେଲଙ୍କ ୪୩ ରନ୍ ର ପାଳି ଦଳକୁ ବିଜୟ ଲକ୍ଷ୍ୟର ଆହୁରି ନିକଟତର କରିଥିବା ବେଳେ ଗ୍ଲେନ ଫିଲିପ୍ସ ଏବଂ ଟମ୍ ଲାଥମ ବିଜୟୀ ସ୍କୋର କରିଛନ୍ତି ।

ତେବେ ଶ୍ରୀଲଙ୍କା ପକ୍ଷରୁ ଷ୍ଟାର ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁଜ ୨ଟି ୱିକେଟ ହାସଲ କରିଥିବା ବେଳେ ମହୀଷ ତୀକ୍ଷଣା ଏବଂ ଦୁଷ୍ମନ୍ତା ଚମୀରା ଗୋଟିଏ ଲେଖାଏଁ ସଫଳତା ନିଜ ନାମରେ କରିଛନ୍ତି । ତେବେ ବ୍ୟାଟିଂ ଏବଂ ପରେ ବୋଳିଂ କ୍ଷେତ୍ରରେ ଦୁର୍ବଳ ପ୍ରଦର୍ଶନ ଯୋଗୁଁ ମ୍ୟାଚରେ ପରାଜୟର ସରମ୍ନା କରିଛି ଶ୍ରୀଲଙ୍କା । ତେଣୁ ଏହି ପରାଜୟ ସହ ୨୦୨୩ ଦିନିକିଆ ବିଶ୍ୱକପରେ ଦଳ ନିଜ ଯାତ୍ରା ଶେଷ କରିଛି । ସେପଟେ ବିଜୟ ହାସଲ କରିବା ପରେ ମଧ୍ୟ ସେମି ପାଇଁ ଟିକେଟ ହାସଲ କରିପାରିନି ନ୍ୟୁଜିଲାଣ୍ଡ ପାକିସ୍ତାନ ଏବଂ ଆଫଗାନିସ୍ତାନ ସହ ୮ ପଏଣ୍ଟ ରହିଥିବାରୁ ଚତୁର୍ଥ ଦଳ ଚୟନ କରାଯାଇ ପାରିନାହିଁ । ବର୍ତ୍ତମାନ ନ୍ୟୁଜିଲାଣ୍ଡକୁ ସେମି ଫାଇନାଲରେ ପ୍ରବେଶ କରିବାକୁ ହେଲେ, ପାକିସ୍ତାନ ଏବଂ ଆଫଗାନିସ୍ତାନର ଫଳାଫଳ ଉପରେ ନିର୍ଭର କରିବ ।

Get real time updates directly on you device, subscribe now.