fbpx

(Video) ରାଜଧାନୀରେ କୃତ୍ରିମ ବର୍ଷା କରାଇବ IIT କାନପୁର: ଜାଣନ୍ତୁ କ’ଣ ଏହି ‘କୃତ୍ରିମ ବର୍ଷା’? କିପରି ପ୍ରଦୂଷଣରୁ ଦିଏ ମୁକ୍ତି?

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ ସ୍ଥିତି ସାଂଘତିକ ହୋଇଛି । ବାୟୁ ପ୍ରଦୂଷଣ ଯୋଗୁଁ ରାଜ୍ୟରେ ଜୀବନଯାପନ କରିବା ମଧ୍ୟ କଷ୍ଟକର ହୋଇ ପଡ଼ିଛି । ଯାହାକୁ ନେଇ ସରକାରଙ୍କ ଚିନ୍ତା ବଢିଛି । ଦିଲ୍ଲୀରେ ବର୍ତ୍ତମାନ ନିଶ୍ୱାସ-ପ୍ରଶ୍ୱାସ ନେବା ମଧ୍ୟ ଅସମ୍ଭବ ପରି ଲାଗୁଛି । ତେବେ ଏଥିରୁ ମୁକ୍ତି ପାଇବା ପାଇଁ ନୂଆ ଯୋଜନା ଆପଣାଉଛନ୍ତି କେଜରିୱାଲ ସରକାର । ଦେଶରେ ପ୍ରଥମ ଥର ପାଇଁ କୃତ୍ରିମ ବର୍ଷା କରିବା ନେଇ ଯୋଜନା ପ୍ରସ୍ତୁତ ହୋଇଛି । ବୈଜ୍ଞାନିକ ପଦ୍ଧତିରେ ଲୋକଙ୍କୁ ଆଶ୍ୱସ୍ତି ଦେବା ଲକ୍ଷ୍ୟରେ ଏହି ବର୍ଷା କରାଯିବ । ଏଥିପାଇଁ ଆଇଆଇଟି କାନପୁରକୁ ସରକାର ଗୁରୁଦାୟିତ୍ୱ ଦେଇଛନ୍ତି ।

ସୂଚନା ଅନୁସାରେ, କ୍ଲାଉଡ ସିଡିଂ ମାଧ୍ୟମରେ ଦିଲ୍ଲୀରେ କୃତ୍ରିମ ବର୍ଷା କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଆର୍ଟିଫିସିଆଲ ରେନ୍ ବା କୃତ୍ରିମ ବର୍ଷା କରିବା ନେଇ ଆଇଆଇଟି କାନପୁର ପକ୍ଷରୁ ଏକ ନୂଆ ପଦ୍ଧତି ବିକଶିତ ହୋଇଛି । ଏହି ପ୍ରକ୍ରିୟାରେ ଲୁଣରୁ ବାହାରୁଥିବା ‘ସିଲଭର ଆୟୋଡାଇଡ’ ପାର୍ଟିକଲ ଏୟାରକ୍ରାଫ୍ଟ ଜରିଆରେ ଆକାଶରେ ‘ସିଲଭର ଆୟୋଡାଇଡ’ ସ୍ପ୍ରେ କରାଯାଏ । ତେବେ ବାଦଲ ସଂପର୍କରେ ଏହି ‘ସିଲଭର ଆୟୋଡାଇଡ୍’ ଆସିବର ଫଳରେ ବର୍ଷା ସୃଷ୍ଟିକାରୀ ବାଦଲ ଦ୍ରୁତ ଗତିରେ ବୃଦ୍ଧି ପାଇଥାଏ । ଏହା ସାହାଯ୍ୟରେ ସେହି ଅଞ୍ଚଳରେ ହୋଇଥାଏ କୃତ୍ରିମ ବର୍ଷା । ବୈଜ୍ଞାନିକମାନେ ଏହାକୁ କ୍ଲାଉଡ ସିଡିଂ ବୋଲି ମଧ୍ୟ କହିଥାନ୍ତି । ତେବେ ଚଳିତବର୍ଷ ଦେଶରେ ପ୍ରଥମ ଥର ପାଇଁ ଦିଲ୍ଲୀରେ କୃତ୍ରିମ ବର୍ଷା କରିବାକୁ ଯୋଜନା କରାଯାଉଛି । ରାଜଧାନୀରେ ଏହି ପ୍ଲାନ ସଫଳ ହେଲେ ଅନ୍ୟ ପ୍ରଦୂଷଣଯୁକ୍ତ ସ୍ଥାନମାନଙ୍କରେ ମଧ୍ୟ କୃତ୍ରିମ ର୍ବୋ କରାଯିବ ବୋଲି ଜାଣିବାକୁ ମିଳିଛି । ତେବେ ଆସନ୍ତା ନଭେମ୍ବର ୨୦ ଓ ୨୧ ତାରିଖରେ ଦିଲ୍ଲୀରେ କୃତ୍ରିମ ବର୍ଷା କରାଯିବ ।

ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତି ଅଣାୟତ୍ତ ହେଉଥିବାରୁ ଏହାର ତୁରନ୍ତ ମୁକାବିଲା ପାଇଁ କୃତ୍ରିମ ବର୍ଷା କରିବାକୁ ଯୋଜନା କରୁଛନ୍ତି ସରକାର । ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ କେଜରିୱାଲ ସରକାର ଏବେ ରାଜ୍ୟରେ କୃତ୍ରିମ ବର୍ଷା କରାଇବାକୁ ଯାଉଛନ୍ତି । ଏନେଇ ଦିଲ୍ଲୀ ସରକାର ଆଇଆଇଟି କାନପୁର ସହ ଯୋଗାଯୋଗ କରି ଏ ସମ୍ପର୍କରେ ସମ୍ପୂର୍ଣ୍ଣ ଯୋଜନା ପଠାଇବାକୁ ଅନୁରୋଧ କରିଥିଲେ । ତେବେ ଯୋଜନା ଆସିବା ପରେ ଏହାକୁ ଅନୁମୋଦନ ପାଇଁ ସୁପ୍ରିମକୋର୍ଟଙ୍କ ପାଖକୁ ପଠାଯିବ । ଶେଷରେ ସର୍ବୋଚ୍ଚ ନ୍ୟାୟାଳୟ ଅନୁମୋଦନ କରିବା ପରେ ହିଁ ରାଜଧାନୀ ଦିଲ୍ଲୀରେ କୃତ୍ରିମ ବର୍ଷା କରାଯିବ ବୋଲି ଯୋଜନା ରହିଛି ।

Get real time updates directly on you device, subscribe now.