fbpx
BSKY SKY
BSKY SKY

ଭାରତର ୮ ପୂର୍ବତନ ନୌସେନା କର୍ମଚାରୀଙ୍କ ଫାଶୀଦଣ୍ଡାଦେଶ ବିରୋଧରେ କତାର ସରକାରଙ୍କୁ ଅପିଲ କଲା ଭାରତ

BSKY

ନୂଆଦିଲ୍ଲୀ: କତାର କୋର୍ଟ ୮ ଜଣ ପୂର୍ବତନ ନୌସେନା ଅଧିକାରୀଙ୍କୁ ଫାଶୀଦଣ୍ଡାଦେଶ ଶୁଣାଇଛନ୍ତି । ତେବେ କତାରର ଏହି ଦଣ୍ଡାଦେଶ ବିରୋଧରେ ଅପିଲ କରିଛନ୍ତି ଭାରତ ସରକାର । ଏନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଗୁରୁବାର ସୂଚନା ଦେଇଛନ୍ତି। ଅରିନ୍ଦମ ବାଗଚି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କାତାରରେ ଏକ କୋର୍ଟ ଅଫ ଫାଷ୍ଟ ଇଂଣ୍ଟେଂସ ଅଛି ଯାହା ଅକ୍ଟୋବର ୨୬ରେ ଅଲ-ଦହରା କମ୍ପାନୀର ଆଠ ଜଣ କର୍ମଚାରୀଙ୍କୁ ଏହି ରାୟ ପ୍ରଦାନ କରିଛି। ଏହି ନିଷ୍ପତ୍ତି ଗୋପନୀୟ ଅଟେ ଏବଂ କେବଳ ଆଇନ ଟିମ ସହ ଶେୟାର କରାଯାଇଛି। ଏହା ସହ ବାଗଚି କହିଛନ୍ତି ଯେ, ଲିଗାଲ ଟିମ ଦ୍ୱାରା ଏକ ଆବେଦନ କରାଯାଇଛି। ତାଙ୍କ ଆବେଦନ ଫାଇଲ କରାଯାଇଛି । ଏହି ପ୍ରସଙ୍ଗରେ ଆମେ କାତାର କର୍ତ୍ତୃପକ୍ଷଙ୍କ ସହ ମଧ୍ୟ ଯୋଗାଯୋଗରେ ଅଛୁ।

ସୂଚନା ଥାଉକି, ଭାରତର ଏହି ୮ ପୂର୍ବତନ ନୌସେନା କର୍ମଚାରୀ ଇସ୍ରାଏଲ ପାଇଁ ଗୁଇନ୍ଦାଗିରି କରୁଥିବା ନେଇ କାତାର କୋର୍ଟରେ ଅଭିଯୋଗ ହୋଇଛି । ଯାହାକୁ ନେଇ ଅକ୍ଟୋବର ୨୬ରେ କତାର କୋର୍ଟ ଏହି ସମସ୍ତ ପୂର୍ବତନ ନୌସେନା ଅଧିକାରୀଙ୍କୁ ଫାଶୀଦଣ୍ଡାଦେଶ ଶୁଣାଇଛନ୍ତି । ଏହି ଗୁପ୍ତଚର କାର୍ୟ୍ୟ ଅଭିଯୋଗରେ ଫାଶୀଦଣ୍ଡାଦେଶ ପାଇଥିବା ଅଧିକାରୀ ହେଉଛନ୍ତି, କ୍ୟାପଟେନ ସୌରଭ ବଶିଷ୍ଠ, କମାଣ୍ଡର ପୂର୍ଣ୍ଣେନ୍ଦୁ ତିୱାରୀ, କ୍ୟାପଟେନ ବିରେନ୍ଦ୍ର କୁମାର ବର୍ମା, କମାଣ୍ଡର ସୁଗୁନାକର ପକାଲା, କମାଣ୍ଡର ସଞ୍ଜୀବ ଗୁପ୍ତା, କମାଣ୍ଡର ଅମିତ ନାଗପାଲ ଓ ରାଜେଶ । ଏହି ଅଧିକାରୀମାନେ ଗତ ୧ ବର୍ଷରୁ ଅଧିକ ସମୟ ଧରି କତାରରେ ବନ୍ଦୀ ଭାବେ ରହିଛନ୍ତି । ଫାଶୀଦଣ୍ଡାଦେଶ ପାଇଥିବା ଏହି ନୌସେନା କର୍ମଚାରୀଙ୍କୁ ଭେଟିବା ପାଇଁ ନିକଟରେ ଭାରତୀୟ ଦୂତାବାସକୁ କନସୁଲାର ସୁବିଧା ଉପଲବ୍ଧ କରାଯାଇଥିଲା।

ଆଇନଜୀବୀଙ୍କ କହିବା ଅନୁଯାୟୀ, ଭାରତ କରିଥିବା ଏହି ଅପିଲକୁ ଯଦି ଗ୍ରହଣ କରାନଯାଏ ତେବେ ଭାରତ ଏ କ୍ଷେତ୍ରରେ ଅନ୍ତରାଷ୍ଟ୍ରୀୟ ଅଦାଲତର ଦ୍ୱାରସ୍ଥ ହୋଇପାରିବ । ଫାଶୀଦଣ୍ଡାଦେଶକୁ ରୋକିବା ପାଇଁ ଭାରତ ସରକାର ରାଜନୈତିକ ସ୍ତରରେ ଚାପ ପ୍ରୟୋଗ କରିପାରନ୍ତି । ଏଥିସହିତ ଏନଜିଓ ସିଭିଲ ସୋସାଇଟି ମଧ୍ୟ ଏହି ପ୍ରସଙ୍ଗକୁ ବିଶ୍ୱସ୍ତରରେ ମଧ୍ୟ ଉଠାଇ ପାରିବେ ।

Get real time updates directly on you device, subscribe now.