fbpx

World Cup-2023 ସେମି ଫାଇନାଲରେ ସୁଯୋଗ ପାଇବ କି ପାକିସ୍ତାନ? କାଳ ସାଜିଲା ଶ୍ରୀଲଙ୍କାର ପରାଜୟ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ବର୍ତ୍ତମାନ ରୋମାଞ୍ଚକର ସ୍ଥିତିରେ ପହଞ୍ଚିସାରିଛି । ସେମି ଫାଇନାଲ ପାଇଁ ଭାରତ, ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ୩ଟି ସ୍ଥାନ ପକ୍କା କରି ସାରିଛନ୍ତି । କିନ୍ତୁ ଚତୁର୍ଥ ଦଳ ପାଇଁ ଚାଲିଛି ଟଣା ଓଟରା । କିଏ ପାଇବ ସେମି ଫାଇନାଲର ସେହି ଗୋଲ୍ଡେନ୍ ଟିକେଟ, ସେଥିପାଇଁ ୩ଟି ଦଳ ମଧ୍ୟରେ ଚାଲିଛି ଛକାପଞ୍ଝା । ନ୍ୟୁଜିଲାଣ୍ଡ, ପାକିସ୍ତାନ ସହିତ ଆଫଗାନିସ୍ତାନ ମଧ୍ୟ ଏବେ ଏହି ଲଢେଇରେ ନିଜ ବଳ ଦେଖାଇଛି । କିନ୍ତୁ ଶ୍ରୀଲଙ୍କା ବିପକ୍ଷରେ ନ୍ୟୁଜିଲାଣ୍ଡର ବିଶାଳ ବିଜୟ ପାକିସ୍ତାନ ଏବଂ ଆଫଗାନିସ୍ତାନ ପାଇଁ ଅଭିଶାପ ପାଲଟିଯାଇଛି । ତେବେ କାହାକୁ ମିଳିବ ସେମି ଫାଇନାଲ ଟିକେଟ?

ବିଶ୍ୱକପରେ ସେମି ଫାଇନାଲକୁ ବର୍ତ୍ତମାନ ସୁଦ୍ଧା ୩ଟି ଦଳ ଚୟନ ହୋଇ ସାରିଛନ୍ତି । ଚତୁର୍ଥ ଦଳ ପାଇଁ ନ୍ୟୁଜିଲାଣ୍ଡ, ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଚାଲିଛି ରନ୍ ରେଟ୍ ର ଦୌଡ଼ । ତେବେ ୩ଟି ଯାକ ଦଳ ୮ ପଏଣ୍ଟ ସହ ସେମି ଦୌଡ଼ରେ ସାମିଲ ଥିବା ବେଳେ ବର୍ତ୍ତମାନ ନ୍ୟୁଜିଲାଣ୍ଡ ସେମି ପାଇଁ ଆଉ ଏକ ପାଦ ଆଗକୁ ବଢାଇ ଦେଇଛି ଗ୍ନିଜର ଶେଷ ଲିଗ୍ ମ୍ୟାଚରେ ଶ୍ରୀଲଙ୍କାକୁ ମାତ୍ ଦେଇ ମୂଲ୍ୟବାନ୍ ୧୦ ପଏଣ୍ଟ ସହ ତାଲିକାର ଚତୁର୍ଥ ସ୍ଥାନ କବଜା କରି ନେଇଛି । କିନ୍ତୁ ଏହାପରେ ମଧ୍ୟ ସେମି ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇନାହିଁ ନ୍ୟୁଜିଲାଣ୍ଡ । ଏଥିପାଇଁ ଦୁଇ ପ୍ରତିଦ୍ୱନ୍ଦୀ ପାକିସ୍ତାନ ଏବଂ ଆଫଗାନିସ୍ତାନର ମ୍ୟାଚ ଫଳାଫଳ ଉପରେ ଦଳ ନିର୍ଭର କରିବ । ତେବେ ପାକିସ୍ତାନ ଏବଂ ଆଫଗାନିସ୍ତାନ ବର୍ତ୍ତମାନ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ଅପେକ୍ଷା ଖୁବ ପଛରେ ରହି ଯାଇଛନ୍ତି ।

ପାକିସ୍ତାନ ଏବଂ ଆଫଗାନିସ୍ତାନ ନିକଟରେ ଏବେ ସୁଦ୍ଧା ୮ ପଏଣ୍ଟ ଲେଖାଏଁ ହାସଲ କରିଥିବା ବେଳେ ନେଟ୍ ରନ୍ ରେଟ୍ ଅନୁସାରେ ପାକିସ୍ତାନ ଆଗରେ ରହିଛି । ତେଣୁ ଉଭୟ ଦଳ ନିଜ ନିଜର ଶେଷ ମ୍ୟାଚରେ ବଡ଼ ବିଜୟ ହାସଲ କଲେ ହିଁ ସେମିରେ ପହଞ୍ଚିପାରିବେ । ନ୍ୟୁଜିଲାଣ୍ଡ +୦.୭୪୩ ରନ୍ ରେଟ୍ ସହିତ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ପାକିସ୍ତାନ +୦.୦୩୬ ଏବଂ ଆଫଗାନିସ୍ତାନ -୦.୦୩୩୮ ରନ୍ ରେଟ୍ ସହ ପଞ୍ଚମ ଓ ଷଷ୍ଠ ସ୍ଥାନରେ ରହିଛନ୍ତି । ତେବେ ତିନୋଟି ଦଳ ମଧ୍ୟରୁ ନ୍ୟୁଜିଲାଣ୍ଡ ସେମିଫାଇନାଲର ଖୁବ ନିକଟରେ ରହିଥିବା ବେଳେ ପାକିସ୍ତାନ ଏବଂ ଆଫଗାନିସ୍ତାନ ପାଇଁ ଏହା ଖୁବ କଷ୍ଟକର ହୋଇ ପଡ଼ିଛି । ଶ୍ରୀଲଙ୍କା ବିପକ୍ଷରେ ମାତ୍ର ୨୩.୨ ଓଭରରେ ୫ୱିକେଟରେ ବିଜୟୀ ହୋଇ ନ୍ୟୁଜିଲାଣ୍ଡ ଏହି ରନ୍ ରେଟ୍ ରେ ସୁଦାର ଆଣିବା ସହ ସେମି ଫାଇନାଲ ପାଇଁ ବଡ଼ ଦାବିଦାର ପାଲଟିଛି ।

2023 World Cup Points Table: Updated standings after New Zealand vs Sri  Lanka match

ସୂଚନା ଅନୁସାରେ, ଶ୍ରୀଲଙ୍କା ବିପକ୍ଷ ନିଜ ଶେଷ ଲିଗ୍ ମ୍ୟାଚରେ ଦମଦାର ବ୍ୟାଟିଂରେ ସେମି ଫାଇନାଲ ପାଇଁ ଆଉ ଏକ ପାଦ ବଢାଇଛି ନ୍ୟୁଜିଲାଣ୍ଡ । ଶ୍ରୀଲଙ୍କାକୁ ଚକମା ଦେଇ ବଡ଼ ବିଜୟ ହାସଲ କରିଛି କିୱି ଦଳ । ୧୭୨ ରନର ଏକ ଛୋଟ ଟାର୍ଗେଟର ପିଛା କରି ନ୍ୟୁଜିଲାଣ୍ଡ ୫ ୱିକେଟରେ ବିଜୟୀ ହୋଇଛି । ତେବେ ଅନ୍ୟ ପକ୍ଷରେ ପରାଜୟ ସହିତ ବିଶ୍ୱକପରୁ ବିଦାୟ ନେଇଛି ଶ୍ରୀଲଙ୍କା ଦଳ । ଏହି ମ୍ୟାଚରେ ବିଜୟୀ ହେବା ପରେ ମଧ୍ୟ ସେମି ଫାଇନାଲରେ ପ୍ରବେଶ କରିପାରି ନାହିଁ ନ୍ୟୁଜିଲାଣ୍ଡ ।

Get real time updates directly on you device, subscribe now.