fbpx

(Video) Mission Honey… ଏଣିକି ଭାରତର ସୀମାରେଖାକୁ ଜଗିବେ ମହୁମାଛି! ଦେଶ ଭିତରକୁ ପଶି ପାରିବେନି ଆତଙ୍କବାଦୀ

ନୂଆଦିଲ୍ଲୀ: ଗୋଟିଏ ଗୁଳିରେ ଦୁଇଟି ଶିକାର କରିବା ପାଇଁ ଯୋଜନା କରୁଛି ଭାରତୀୟ ସୈନ୍ୟବାହିନୀ । ଏଣିକି ଭାରତର ବର୍ଡରରେ ସୈନିକ ନୁହେଁ, ମହୁମାଛି କରିବେ ସୀମାର ରକ୍ଷଣାବେକ୍ଷଣ । ସୀମା ଜଗିବା ସହ ମହୁମାଛି ଚାଷରେ ମଧ୍ୟ ଆଗକୁ ବଢିପାରିବ ଭାରତ । ଏହାବ୍ୟତୀତ ସ୍ଥାନୀୟ ଗ୍ରାମବାସୀଙ୍କ ପାଇଁ ମଧ୍ୟ ଏକ ରୋଜଗାରର ପନ୍ଥା ମିଳିପାରିବ ବୋଲି କହିଛି ବିଏସଏଫ । ଏଥିପାଇଁ ଏକ ନୂଆ ଯୋଜନା ‘ମିଶନ୍ ହନୀ’ ଆରମ୍ଭ କରାଯାଇଛି ।

କଥାଟି ଅଜବ ଲାଗିଥିଲେ ବି ଘଟଣାଟି ସତ । ସୀମାନ୍ତ ଗ୍ରାମଗୁଡିକରେ ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା ସହ ଅନୁପ୍ରବେଶ ଏବଂ ଚୋରା ଚାଲାଣକୁ ଏହା ମାଧ୍ୟମରେ ରୋକିହେବ । ଏ ନେଇ ‘ମିଶନ ହନୀ’ ପ୍ରକଳ୍ପର ଆରମ୍ଭ କରାଯାଇଛି  । ସେଥିପାଇଁ ସ୍ୱତନ୍ତ୍ର ଭାବେ ନିର୍ମିତ ମହୁମାଛି ବାକ୍ସଗୁଡିକ ସୀମା ବାଡରେ ଲଗାଯିବ । ଭାରତ-ବାଂଲାଦେଶ ସୀମାରେ ଘଞ୍ଚ ଜଙ୍ଗଲ ରହିଥିବାରୁ ମହୁମାଛିଙ୍କୁ ମହୁ ସଂଗ୍ରହ କରିବାରେ ଅସୁବିଧା ହେବନି ।  ଗ୍ରାମବାସୀମାନେ ବିଏସ୍ଏଫର ଏହି ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାର ସଫଳତାକୁ ଅନୁଧ୍ୟାନ କରିବା ପରେ ଅଧିକରୁ ଅଧିକ ଗ୍ରାମକୁ ଏହା ବିସ୍ତାର କରିବା ପାଇଁ ଯୋଜନା କରାଯାଇଛି । ଅନୁପ୍ରବେଶ ଭୁଲ ପଦକ୍ଷେପ ଗ୍ରହଣ କଲେ ସେମାନେ ମହୁମାଛିର ଶିକାର ହେବେ ।

ଗ୍ରାମବାସୀମାନେ ଏହା ମାଧ୍ୟମରେ ଅର୍ଥ ରୋଜଗାର କରିପାରିବେ । ଯାହା ଫଳରେ ଅଧିକରୁ ଅଧିକ ମହୁମାଛି ବାକ୍ସ ଲଗାଯିବ । ଏହା କମ ଜନଶୂନ୍ୟ ଅଂଚଳ ହୋଇଥିବାରୁ ବିଶେଷ ଅସୁବିଧା ସୃଷ୍ଟି ହେବ ନାହିଁ । ଭାରତ-ବାଂଲାଦେଶ ସୀମା ଦେଇ ପ୍ରତ୍ୟେକ ବର୍ଷ ଆମ ଦେଶକୁ ଲୁଚାଛଫାରେ ଅନେକ ଅନୁପ୍ରବେଶକାରୀ ଆସୁଛନ୍ତି । ସେମାନଙ୍କ କଥାବାର୍ତା ପଶ୍ଚିମବଙ୍ଗ ଲୋକଙ୍କ ସହ ମିଶୁଥିବାରୁ ଚିହ୍ନଟ କରିବା କଷ୍ଟକର ହେଉଛି । ତେଣୁକରି ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଛି ।

 

Get real time updates directly on you device, subscribe now.