fbpx

କରାଚି ଜେଲରୁ ୮୦ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କଲା ପାକିସ୍ତାନ ସରକାର

ଇସଲାମାବାଦ: କରାଚିର ଲ୍ୟାଣ୍ଡି ଅଞ୍ଚଳରେ ଥିବା ମାଲିର ଜିଲ୍ଲା ଜେଲରୁ ୮୦ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଆଜି ପାକିସ୍ତାନ ସରକାର ମୁକ୍ତ କରିଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଭାରତର ଗୁଜୁରାଟ ରାଜ୍ୟରୁ ଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଜେଲରୁ ମୁକ୍ତ ହୋଇଥିବା ମୋଟ ୮୦ ଜଣ ଭାରତୀୟ ମତ୍ସ୍ୟଜୀବୀ ନଭେମ୍ବର ୧୦ ରେ ୱାଗା ସୀମାରେ ପହଞ୍ଚିବେ । ଏହା ପରେ ୱାଗା ସୀମାରେ ସେମାନଙ୍କୁ ଭାରତୀୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବ। ଭାରତୀୟ ମତ୍ସ୍ୟଜୀବୀଙ୍କ ପାଇଁ ଲାହୋରର ଯାତ୍ରାର ବ୍ୟବସ୍ଥା କରିଥିବା ଏଡି ୱେଲଫେୟାର ଟ୍ରଷ୍ଟର ଫୈସଲ ଏଡି କହିଛନ୍ତି ଯେ, ଭାରତୀୟ ମତ୍ସ୍ୟଜୀବୀମାନେ ଘରକୁ ଫେରିବାର ବିଶେଷ ଖୁସି ଅଛନ୍ତି। ସାମୁଦ୍ରିକ ସୀମା ଉଲ୍ଲଂଘନ କରି ପାକିସ୍ତାନ ଏବଂ ଭାରତ ନିୟମିତ ଭାବେ ପରସ୍ପରର ମତ୍ସ୍ୟଜୀବୀଙ୍କୁ ଗିରଫ କରନ୍ତି। ଭାରତୀୟ ମତ୍ସ୍ୟଜୀବୀମାନଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ବର୍ତ୍ତମାନ ଅଲ୍ଲାମା ଇକବାଲ ଏକ୍ସପ୍ରେସ ଟ୍ରେନରେ ବସାଯାଇଛି। ସେମାନେ ଶୁକ୍ରବାର ଲାହୋରରେ ପହଞ୍ଚିବେ।

ସୂଚନା ଥାଉକି, ମୁକ୍ତ ହୋଇଥିବା ମୋଟ ୮୦ ଜଣ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ୫୯ ଜଣ ଗିର ସୋମନାଥ ଜିଲ୍ଲାର, ୧୫ ଜଣ ଦେବଭୋମି ଦ୍ୱାରକା, ୦୧ ଜାମନଗରରୁ ୦୧, ଆମ୍ରେଲିରୁ ୦୨ ଏବଂ ଡିୟୁରୁ ​​୦୩ ଜଣ ରହିଛନ୍ତି । ଏହାପୂର୍ବରୁ ମେ ଏବଂ ଜୁନ୍ ମାସରେ ପାକିସ୍ତାନ ୩୯୮ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିଥିଲା। ସଂସଦରେ ସରକାର ପ୍ରଦାନ କରିଥିବା ସଦ୍ୟତମ ତଥ୍ୟ ଅନୁଯାୟୀ ମୋଟ ୨୬୬ ମତ୍ସ୍ୟଜୀବୀ ପାକିସ୍ତାନୀ ଜେଲରେ ରହିଥିଲେ। ଏହି ମୁକ୍ତି ପରେ ଆହୁରି ପ୍ରାୟ ୧୮୦ ଜଣ ଭାରତୀୟ ମତ୍ସ୍ୟଜୀବୀ ଏବେବି ପାକିସ୍ତାନୀ ଜେଲରେ ରହିଛନ୍ତି । ତେବେ ବର୍ତ୍ତମାନ ମୁକ୍ତ ହୋଇଥିବା ମତ୍ସ୍ୟଜୀବୀଙ୍କୁ ନେଇ ତାଙ୍କ ପରିବାର ବର୍ଗ ବେଶ ଖୁସି ଅଛନ୍ତି । ମୁକ୍ତ ମତ୍ସ୍ୟଜୀବୀ ମାନେ ନଭେମ୍ବର ୧୦ ରେ ୱାଗା ସୀମାରେ ପହଞ୍ଚିବା ପରେ ସେମାନଙ୍କୁ ଭାରତ ସରକାରଙ୍କ ପକ୍ଷରୁ ଟ୍ରେନ୍ ମାଧ୍ୟମରେ ନିଜ ନିଜ ରାଜ୍ୟକୁ ପଠାଯିବ ବୋଲି ଜଣାପଡିଛି ।

Get real time updates directly on you device, subscribe now.