fbpx

ଧନତେରାସରେ ସୁନା ଓ ପିତ୍ତଳ କାହିଁକି କିଣନ୍ତି ଲୋକେ ? ଜାଣନ୍ତୁ ଏହା ପଛର ପ୍ରକୃତ କାରଣ

Advertisement

ପ୍ରତିବର୍ଷ ଧନତେରାସ କିମ୍ବା ଧନତ୍ରୟୋଦଶୀ ତିଥିରେ ସୁନା, ରୂପା, ପିତ୍ତଳ ଇତ୍ୟାଦିରେ ନିର୍ମିତ ମୂଲ୍ୟବାନ ଜିନିଷ କିଣିବାର ପରମ୍ପରା ରହିଛି | କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ଧନତେରାସ ପର୍ବ ପାଳନ କରାଯାଏ | ଏହି ଦିନ ଦେବତାମାନଙ୍କର ବୈଦ୍ୟ ଧନ୍ଵନ୍ତରୀ , ମାତା ଲକ୍ଷ୍ମୀ ଏବଂ ଧନର ଦେବତା କୁବେରଙ୍କୁ ପୂଜାକରାଯାଇଥାଏ । ଏହି ଧନତେରସ ଦିନ ଘର, ଯାନ, ଅନ୍ୟାନ୍ୟ ସମ୍ପତ୍ତି, ଅଳଙ୍କାର ଇତ୍ୟାଦି କିଣିବା ଶୁଭ ବୋଲି ବିବେଚନା କରାଯାଏ | କୁହାଯାଏ ଯେ ଏହି ଦିନ ଧନ କିଣିଲେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ତାଙ୍କ କୃପା ଦୃଷ୍ଟି ପକାଇଥାନ୍ତି | .କିନ୍ତୁ ଆପଣ ଜାଣନ୍ତି କି ବିଶେଷ କରି ଧନତେରସରେ କାହିଁକି ସୁନା କିମ୍ବା ପିତ୍ତଳ କିଣନ୍ତି? ବର୍ତ୍ତମାନ ଆସନ୍ତୁ ଜାଣିବା ଧନତେରାସରେ କାହିଁକି ସୁନା କିମ୍ବା ପିତ୍ତଳ ଜିନିଷ କିଣାଯାଇଥାଏ ?

ଧନତେରାସରେ କାହିଁକି ସୁନା ଓ ପିତ୍ତଳ କିଣନ୍ତି :-

ପୁରାଣଶାସ୍ତ୍ର ଅନୁଯାୟୀ, ସମୁଦ୍ର ମନ୍ଥନ ସମୟରେ ଭଗବାନ ଧନ୍ଵନ୍ତରୀ ଏକ ଅମୃତ କଳସ ଧରି ପ୍ରକଟ ହୋଇଥିଲେ | ସେହିପରି ମାତା ଲକ୍ଷ୍ମୀ ମଧ୍ୟ ସମୁଦ୍ର ମନ୍ଥନରୁ ଆବିର୍ଭାବ ହୋଇଥିଲେ | ଏହି କାରଣରୁ ଭଗବାନ ଧନ୍ଵନ୍ତରୀ ମାତା ଲକ୍ଷ୍ମୀଙ୍କ ଭାଇ ବୋଲି ବିବେଚନା କରାଯାଏ । ସୁଖ , ସମୃଦ୍ଧି ଏବଂ ସ୍ୱାସ୍ଥ୍ୟ ପାଇଁ ଭଗବାନ ଧନ୍ଵନ୍ତରୀଙ୍କୁ ପୂଜା କରାଯଇଥାଏ | ତେବେ ସେ ପିତ୍ତଳ ବସ୍ତୁ ଏବଂ ହଳଦିଆ ରଙ୍ଗକୁ ଭଲ ପାଆନ୍ତି | ଏହି କାରଣରୁ ଧନତେରାସ ଦିନ ସୁନା କିମ୍ବା ପିତ୍ତଳ କିଣିଲେ ଘରପାଇଁ ବହୁତ ଶୁଭ ହୋଇଥାଏ |

ଏତତ ବ୍ୟତୀତ ଧନତେରାସ ଦିନ ସୁନା କିମ୍ବା ପିତ୍ତଳ କିଣିବା ଦ୍ୱାରା ପରିବାରରେ ସୁଖ ଏବଂ ସମୃଦ୍ଧି ବଢ଼ିଥାଏ | ଏଥିସହିତ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ | ଏହି ଧନତେରାସ ଦିନ ଏକ ପିତ୍ତଳ ପାତ୍ରରେ ଭଗବାନ ଧନ୍ଵନ୍ତରୀଙ୍କୁ ଖାଦ୍ୟ ଅର୍ପଣ କରିବା ଦ୍ୱାରା ତାଙ୍କର କୃପା ଦୃଷ୍ଟି ସର୍ବଦା ପରିବାର ଉପରେ ରହିଥାଏ | ଯେଉଁ କାରଣରୁ ପରିବାରେ ସର୍ବଦା ସୁଖ ଶାନ୍ତି ଲାଗି ରହିଥାଏ |

Get real time updates directly on you device, subscribe now.