ଯୁଦ୍ଧ ରୋକିବାକୁ ଭିନ୍ନ ପ୍ରୟାସ: ନଗ୍ନ ଛାତିରେ “ଷ୍ଟପ ୱାର’ ଲେଖି ଯୁଦ୍ଧ ବନ୍ଦ କରିବାକୁ ଅନୁରୋଧ କଲେ ମହିଳା

ନୂଆଦିଲ୍ଲୀ: ହାତରେ ଫୁଲତୋଡା, ଖୋସାରେ ଫୁଲ ଆଉ ଛାତିରେ “ଷ୍ଟପ ୱାର’ର ବାର୍ତ୍ତା । ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲେ ମହିଳା । ଫିମେନ ନାମକ ଏକ ଫେମିନିଷ୍ଟ ମହିଳା ସଂଘ ଯୁଦ୍ଧ ରୋକିବାକୁ କରିଛନ୍ତି ଏକ ଭିନ୍ନ ପ୍ରୟାସ । ଟପ ଲେସ ହୋଇ ଛାତିରେ ଷ୍ଟପ ୱାର ଲେଖି ଏହି ଯୁଦ୍ଧକୁ ଏଇଠି ସମାପ୍ତ କରିବା ପାଇଁ ନିବେଦନ କରିଛନ୍ତି । ପୁତିନ ସେନାର ଲଗାତାର ଆକ୍ରମଣ ଏବଂ ଗୋଳାବାରୁଦ ବିନିମୟରେ ବଳି ପଡୁଛି ଅନେକ ନିରୀହ ଜୀବନ । ତେଣୁ ସେସବୁକୁ ବନ୍ଦ କରିବା ପାଇଁ ମହିୂାମାନେ ଏପରି ଏକ ପଦକ୍ଷେପ ଗ୍ରହଣ କରିଛନ୍ତି ।

ମହିଳାମାନେ ନିଜ ଖୋଲା ଛାତିରେ ବଡି ପେଣ୍ଟିଙ୍ଗ କରି ବିଭିନ୍ନ ସ୍ଲୋଗାନ ଲେଖି “ପୁତିନଙ୍କ ଯୁଦ୍ଧ ବନ୍ଦ କର’ ଏବଂ ୟୁକ୍ରେନ ପାଇଁ ଶାନ୍ତିର ଭିକ୍ଷା କରିଛନ୍ତି । ଏହା ସହ ହାତରେ ଏବଂ ଖୋସାରେ ଶାନ୍ତି ଏବଂ ପ୍ରେମର ପ୍ରତୀକ ଫୁଲକୁ ମଧ୍ୟ ସେ ସ୍ଥାନ ଦେଇଛନ୍ତି ଫେିମିନ ମହିଳା । ଏହି ଫେମିନିଷ୍ଟ ସମୂହ ଗତ ୨୦୦୮ରେ ୟୁକ୍ରେନ ଗଢା ହୋଇଥିଲା । ତେବେ ଫ୍ରାନ୍ସ ପାଇଁ ଏବେ ଏହି ସଂଘ କାମ କରୁଥିବା ବେଳେ ୟୁକ୍ରେନ ପାଇଁ ସ୍ୱର ଉତ୍ତୋଳନ କରିଛି । ଏମାନଙ୍କ ସ୍ଲୋଗାନ ହେଉଛି “ମୋର ଅସ୍ତ୍ର, ମୋର ଶରୀର ଅଟେ’ । ନାରୀ ଆମର ଦେବୀ ଏବଂ ଖୋଲା ଛାତି ।ମ ହତିଆର ବୋଲି ସ୍ଲୋଗାନ ଦେଇଛନ୍ତି ଏହି ସଂଘର ମହିଳା ।