fbpx

ଦୁନିଆର ସବୁଠାରୁ ଧନୀ ରାଜା: ବାଣ୍ଟିଦେଲେ ଏତେ ସୁନା ଯେ ଦେଶ ହୋଇଗଲା କାଙ୍ଗାଳ

ନୂଆଦିଲ୍ଲୀ: ଦୁନିଆରେ କିଏ ବା ଧନୀ ହେବାକୁ ନଚାହେଁ । ଲୋକମାନେ ଟଙ୍କା ରୋଜଗାର କରିବା ଦିନ ରାତି ପରିଶ୍ରମ କରିଥାନ୍ତିି । ଦୁନିଆରେ ଏପରି କିଛି ଧନୀ ଅଛନ୍ତି, ଯେଉଁମାନେ ଦେଶର ଆର୍ଥିକ ସ୍ଥିତିକୁ ଦୋହଲାଇବାର ଶକ୍ତି ରଖିଛନ୍ତି । କିନ୍ତୁ ଆପଣ ଦୁନିଆର ସେହି ବ୍ୟକ୍ତି ବିଷୟରେ ଜାଣନ୍ତି କି, ଯାହାଙ୍କୁ ଇତିହାସରେ ସବୁଠାରୁ ଧନୀ ବ୍ୟକ୍ତି ଭାବେ କୁହାଯାଉଛି ଓ ତାଙ୍କ ସମ୍ପତ୍ତିର ଆକଳନ ଆଜି ପର୍ଯ୍ୟନ୍ତ କେହି ବି କରିପାରିଲେ ନାହିଁ । ସେ ହେଉଛନ୍ତି ମନସା ମୁସା, ଯାହାଙ୍କୁ ଇତିହାସରେ ସବୁଠାରୁ ଧନୀ ବ୍ୟକ୍ତି ଭାବେ କୁହାଯାଇଛି ।

ମନସା ମୁସା ପଶ୍ଚିମ ଆଫ୍ରିକାର ରାଜା ଥିଲେ । ତାଙ୍କ ପାଖରେ ଏତେ ଟଙ୍କା ଥିଲା ଯେ, ଆଜିପର୍ଯ୍ୟନ୍ତ ତାଙ୍କ ସମ୍ପତ୍ତିର ଆକଳନ କେହି କରିବାକୁ ସକ୍ଷମ ହୋଇନାହାନ୍ତି । ତାଙ୍କ ଜନ୍ମ ୧୨୮ରେ ହୋଇଥିଲା । ମନସାଙ୍କ ବଡ଼ ଭାଇ ମନସା ଅବୁ ବକ୍ର ୧୩୧୨ ପର୍ଯ୍ୟନ୍ତ ରାଜୁତି କରିଥିଲେ । ଏହା ପରେ ସେ ଏକ ଲମ୍ବା ଯାତଆ କରିବାକୁ ବାହାରିପଡିଲେ । ଏହା ପରେ ମନସା ମୁସା ରାଜଗଦୀ ସମ୍ଭାଳିଥିଲେ । ମୁସା ୧୪ତମ ଶତାବ୍ଦୀ ପର୍ଯ୍ୟନ୍ତ ପଶ୍ଚିମ ଆଫ୍ରିକାରେ ଶାସନ କରିଥିଲେ । ଏହି ସମୟରେ ତାଙ୍କ ପାଖରେ ଏତେ ସମ୍ପତ୍ତି ହୋଇଗଲା, ଯାହାର ଆକଳନ କରିବା କଷ୍ଟକର ହୋଇପଡିଲା ।

ଏକ ରିପୋର୍ଟ ଅନୁସାରେ, ମୁସାଙ୍କ ଧନୀ ହେବାର କାରଣ ତାଙ୍କ ରାଜ୍ୟର ସୁନା । ଯେବେ ମୁସା ରାଜା ଥିଲେ, ସେବେ ଦୁନିଆରେ ସୁନାର ଚାହିଦା ଅଧିକ ଥିଲା । ସେ ପଶ୍ଚିମ ଆଫ୍ରିକାର ରାଜା ଥିବା ସହ ତାଙ୍କ ପାଖରେ ଅଗଣିତ ସୁନା ଥିଲା । କୁହାଯାଉଛି ଯେ, ସେହି ସମୟରେ ମନସା ମୁସା ଦୁନିଆର ଅଧା ସୁନାର ଏକାକୀ ମାଲିକ ଥିଲେ ।

ଐତିହାସିକଙ୍କ କହିବା ଅନୁସାରେ, ମାନସାଙ୍କ ସମ୍ପତ୍ତି ପ୍ରାୟ ୪୦୦ ଡଲାରରୁ ଅଧିକ ଥିଲା । ମାନସାଙ୍କ ସହମ୍ପତ୍ତି ସହିତ ଜଡ଼ିତ କାହାଣୀ ମଧ୍ୟ ରହିଛି । ୧୩୨୪ ମସିହାରେ ମାନସା ମକ୍କା ଯାତ୍ରା କରିବାକୁ ବାହାରିଥିଲେ । ଏହି ଯାକ୍ରାରେ ମନସାଙ୍କୁ ପ୍ରାୟ ସାଢ଼େ ୬ ହଜାର ରାସ୍ତା ଅତିକ୍ରମ କରିବାକୁ କରିଥିଲେ । ମାନସା ଯେଉଁ ରାସ୍ତା ଦେଇ ଯାଉଥିଲେ, ସେଠାକାର ଲୋକମାନେ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । କୁହାଯାଉଛି କି, ମାନସାଙ୍କ ଯାତ୍ରାରେ ୬୦ ହଜାର ଲୋକ ସାମିଲ ଥିଲେ, ଯେଉଁଥିରୁ ୧୨ ହଜାର କେବଳ ମାନସାଙ୍କ ଅନୁଚର ଥିଲେ । ମାନସାଙ୍କ ଘୋଡ଼ା ଆଗରେ ୫୦୦ ଲୋକ ରେଶମୀ ବସ୍ତ୍ର ପିନ୍ଧି ସୋନାର ବାଡ଼ି ଧରିଥିଲେ । ଏହା ସହ ଏହି ଯାତ୍ରାରେ ୮୦ ଓଟ ଥିଲେ, ଯାହାଙ୍କ ଉପରେ ୧୩୬ କିଲୋ ସୁନା ଲଦା ଯାଇଥିଲା ।

ମାନସାଙ୍କ ଏହି ସୁନା ତାଙ୍କ ସାମଜ୍ୟାକୁ କାଙ୍ଗାଳ କରିଥିଲା । ସେ ଦୟା ଭାବନା ଦେଖାଇ ମିସ୍ରର ରାଜଧାନୀ କାହିରା ଦେଇ ଯାଉଥିବା ବେଳେ ସେଠାକାର ଗରିବମାନଙ୍କୁ ସୁନା ଦାନ କରିଥିଲେ । ଏହି କାରଣରୁ ସମଗ୍ର ଦେଶରେ ସୁନା ମୂଲ୍ୟ କମ୍ ହୋଇଗଲା ଓ ଅର୍ଥବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଗଲା । ଏହା ପରେ ଅଚାନକ୍ ଦେଶରେ ମୁଦ୍ରାସ୍ପୀତି ବଢ଼ିବାରେ ଲାଗିଲା । ୫୭ ବର୍ଷ ବୟସରେ ମାନସା ଏହି ଦେଶକୁ ଅଲବିଦା କହିଦେଲେ । ଏହା ପରେ ତାଙ୍କ ପୁଅ ରାଜଗାଦି ସମ୍ଭାଳିଥିଲେ, କିନ୍ତୁ ସେ ଦେଶକୁ ଚଳାଇପାରିନଥିଲେ । ଏହା ଫଳରେ ମାନସାଙ୍କ ସାମ୍ରାଜ୍ୟ ଛୋଟ ଛୋଟ ଖଣ୍ଡରେ ବିଭକ୍ତ ହୋଇଗଲା ।

Get real time updates directly on you device, subscribe now.