fbpx
BSKY
BJD MC SKY
BJD YOUTH SKY

ଚ୍ୟାଲେଞ୍ଜ ଗ୍ରହଣ କରି ଥରକେ ୪ଟା ଗୁଲୁଗୁଲା ଏବଂ ଗୋଟିଏ ମାଲପୁଆ ଖାଇ ପ୍ରାଣ ହରାଇଲେ ଯୁବକ

ଓଡିଶା ଭାସ୍କର; ଚ୍ୟାଲେଞ୍ଜ ଗ୍ରହଣ କରି ଥରକେ ୪ଟା ଗୁଲୁଗୁଲା ଏବଂ ଗୋଟିଏ ମାଲପୁଆ ଖାଇ ଜଣେ ଯୁବକ ପ୍ରାଣ ହରାଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ବଡ଼ଜାମବଣି ଫାଣ୍ଡି ଅଧୀନ ଦାନ୍ତିଆମୁହାଁ ଗ୍ରାମରେ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ଉକ୍ତ ଗ୍ରାମର ସ୍ୱର୍ଗତ ବିଦ୍ୟାଧର ମହାନାୟକଙ୍କ ପୁଅ ଶିରୀଶଚନ୍ଦ୍ର ମହାନାୟକ(୪୨) ଏଭଳି ଏକ ବିପଦଜନକ ଚ୍ୟାଲେଞ୍ଜ ଗ୍ରହଣ କରିଥିଲେ । ତେବେ ମୃତ ଶିରୀଶ ଦାନ୍ତିଆମୁହାଁ ସାପ୍ତାହିକ ହାଟରେ ଏକ ଜଳଖିଆ ଦୋକାନକୁ ଯାଇଥିଲେ । ସେଠାରେ ଜଣେ ବ୍ୟକ୍ତିଙ୍କ ସହ ଚ୍ୟାଲେଞ୍ଜ କରିଥିଲେ ଯେ, ସେ ଥରକେ ଚାରିଗୋଟି ଗୁଲୁଗୁଲା ଏବଂ ଗୋଟିଏ ମାଲପୁଆ ଏକସଙ୍ଗେ ଖାଇପାରିବେ । ଏହା ପରେ ଚ୍ୟାଲେଞ୍ଜ ମୁତାବକ ସେ ଏଭଳି ଏକ ବିପଦଜନକ ପଦକ୍ଷେପ ଗ୍ରହଣ କରିଥିଲେ ।

ଏକସଙ୍ଗେ ଚାରିଗୋଟି ଗୁଲୁଗୁଲା ଏବଂ ଗୋଟିଏ ମାଲପୁଆ ପାଟିରେ ପୁରାଇ ସେ ଖାଇବାକୁ ଚେଷ୍ଟା କରିଥିଲେ । ହେଲେ ଏହା ତଣ୍ଟିରେ ଲାଗି ଅଟକି ରହିଯାଇଥିଲା । ଫଳରେ ଅଣନିଶ୍ୱାସୀ ହୋଇ ଶିରୀଶ ଗୁରୁତର ହୋଇପଡ଼ିଥିବା ବେଳେ ପାଖରେ ଥିବା ଲୋକ ତାଙ୍କୁ ପାଣି ପିଆଇଥିଲେ । ତେବେ ପାଣି ଗୁଡିକ ନାକ ପଟୁ ବାହାରି ଆସିଥିବା ବେଳେ ଶିରୀଶ ଛଟପଟ ହୋଇ ତଳେ ପଡ଼ିଯିବା ସହିତ ଗୁରୁତର ହୋଇପଡ଼ିଥିଲେ । ଏହାପରେ ସେଠାରେ ଥିବା ସ୍ଥାନୀୟଲୋକେ ତାଙ୍କୁ ଚିକିତ୍ସା ପାଇଁ ବାରିପଦା ମେଡିକାଲକୁ ନେଇଥିଲେ । କିନ୍ତୁ ସେଠାରେ ଶିରୀଶଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ଏଭଳି ଏକ ବିପଦଜନକ ଚ୍ୟାଲେଞ୍ଜକୁ ନେଇ ଯୁବକ ଜଣଙ୍କ ପ୍ରାଣ ହରାଇଥିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

 

Get real time updates directly on you device, subscribe now.