fbpx

Big Breaking; ଏଥର ବିଧାନସଭାରେ ବୃଦ୍ଧି ପାଇବ ସଂରକ୍ଷଣ ସୀମା: ରାଜ୍ୟ କ୍ୟାବିନେଟରେ ବାଜିଲା ମୋହର

ପଟନା: ଆଗକୁ ଆସୁଛି ସାଧାରଣ ନିର୍ବାଚନ । ଏହାପୂର୍ବରୁ ବିଭିନ୍ନ ରାଜ୍ୟର ସରକାର ଏବେଠାରୁ ଲୋକଙ୍କ ମନ ଜିତିବା ପାଇଁ ଆରମ୍ଭ କରିଛନ୍ତି ପ୍ରୟାସ । ଏହାମଧ୍ୟରେ ଲୋକମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେଇ ବିଜୟ ଆଶାରେ ରହିଛନ୍ତି ବିଭିନ୍ନ ରାଜନୈତିକ ଦଳ । ତେବେ ବର୍ତ୍ତମାନ ଜାତିଗତ ସଂରକ୍ଷଣ ବିଲ୍ ଉପରେ କ୍ୟାବିନେଟ ମୋହର ଲଗାଇଛନ୍ତି ବିହାର ସରକାର । ନୀତିଶ କୁମାର ଏବଂ ତେଜସ୍ୱୀ ଯାଦବଙ୍କ ଯୋଡ଼ି ରାଜ୍ୟ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ଉପରେ ମୋହର ଲଗାଇଛନ୍ତି । ଏଣିକି ରାଜ୍ୟରେ ସଂରକ୍ଷଣ ସୀମା ବୃଦ୍ଧି କରିବା ପାଇଁ ଅନୁମତି ଦେଇଛନ୍ତି ବିହାରର ମନ୍ତ୍ରୀମଣ୍ଡଳ ।

ଆଜି ସନ୍ଧ୍ୟାରେ ବିହର କ୍ୟାବିନେଟ ଗୃହରେ ଏକ ବଡ଼ ପ୍ରସ୍ତାବ ଉପରେ ମୋହର ଲଗାଇଛନ୍ତି ରାଜ୍ୟ ସରକାର । ଆସନ୍ତା ନଭେମ୍ବର ୯ ତାରିଖରେ ବିହାରର ବିଧାନମଣ୍ଡଳରେ ସଂରକ୍ଷଣ ସୀମା ବୃଦ୍ଧି କରାଯିବା ନେଇ ବିଲ୍ ଆଗତ ହେବ । ତେବେ ଏହି କ୍ୟାବିନେଟ ବୈଠକରେ ଅନେକ ଏଜେଣ୍ଡା ଉପରେ ମୋହର ଲଗାଯାଇଛି । କିନ୍ତୁ ରାଜ୍ୟରେ ସଂରକ୍ଷଣ ସୀମା ବୃଦ୍ଧି କରିବା ପ୍ରସ୍ତାବକୁ ପ୍ରଥମେ ମଞ୍ଜୁରୀ ମିଳିଛି । ଏହି ଗ୍ରୀନ ସିଗନାଲ ପରେ ସଂରକ୍ଷଣ ସୀମା ୭୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହେବ । ତେଲେ ବିଲ୍ ଅନୁସାରେ, ଓବିସି ପାଇଁ ୧୮%, ଇବିସି ପାଇଁ ୨୫% ସଂରକ୍ଷଣ ରହିଥିବା ବେଳେ ଏସସି ପାଇଁ ୨୦% ଏବଂ ଏସଟି ପାଇଁ ୨% ସଂରକ୍ଷଣ ପ୍ରଦାନ କରାଯିବ । ଆସନ୍ତା ୯ ତାରିଖରେ ଏହି ବିଲ୍ ପାରିତ କରାଯିବ ବୋଲି ଜାଣିବାକୁ ମିଳିଛି ।

ସୂଚନା ଥାଉ କି, ପଛୁଆ, ଅତ୍ୟନ୍ତ ପଛୁଆ ଏବଂ ଏସସି-ଏସଟି ପାଇଁ ସଂରକ୍ଷଣ ସହିତ କୋଟା ଯୋଗ କରି ବିହାରରେ ସଂରକ୍ଷଣ ସୀମା ୭୫ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଏହା ବ୍ୟତୀତ ସ୍ଥାୟୀ ଜୀବିକା ନିର୍ବାହ ଯୋଜନାର ପରିମାଣ ବୃଦ୍ଧି କରିବାକୁ କ୍ୟାବିନେଟ୍ ମଧ୍ୟ ଅନୁମୋଦନ ଦେଇଛି। ଦୁର୍ବଳ ଅର୍ଥନୈତିକ ବିଭାଗ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଅଲଗା ରଖିବାକୁ ପ୍ରସ୍ତାବ ଦିଆଯାଇଥିଲା । ଏହି ପ୍ରସ୍ତାବ ଅନୁଯାୟୀ, ଅନୁସୂଚିତ ଜାତି ପାଇଁ ୨୦ ପ୍ରତିଶତ କୋଟା ପଛୁଆ ଶ୍ରେଣୀ ଏବଂ ଅତ୍ୟଧିକ ପଛୁଆ ଶ୍ରେଣୀ ପାଇଁ ୪୩ ପ୍ରତିଶତ ସଂରକ୍ଷଣ ପ୍ରସ୍ତାବ ଦିଆଯାଇଥିଲା । ଏହା ବ୍ୟତୀତ ଅନୁସୂଚିତ ଜନଜାତିଙ୍କ ପାଇଁ ୨% ପ୍ରତିଶତ କୋଟା ପ୍ରସ୍ତାବ ଦିଆଯାଇଥିଲା ।

Get real time updates directly on you device, subscribe now.