fbpx
BSKY
BJD MC SKY
BJD YOUTH SKY

ସୋଫା ଉପରେ ବସିଥିଲେ ବ୍ୟକ୍ତି, ସେଥିରୁ ଗର୍ଜନ କରି ପଦାକୁ ବାହାରିଲା ଏଭଳି ଏକ ନାଗ ସାପ

ଓଡିଶା ଭାସ୍କର; ଦେଶରେ ଆରମ୍ଭ ହୋଇଗଲାଣି ଶୀତ ଋତୁ । ଧୀରେ ଧୀରେ ଥଣ୍ଡା ପଡିବା ଆରମ୍ଭ ହେଉଥିବା ବେଳେ ମଣିଷଙ୍କ ସମେତ ସମସ୍ତ ଜୀବଜନ୍ତୁ ମାନେ ମଧ୍ୟ ଗରମ ଚିକିତ୍ସା ଓ ଉଷୁମ ସ୍ଥାନ ଖୋଜିବା ଆରମ୍ଭ କରିଦେଲେଣି । ତେବେ ଏହାକୁ ନେଇ ଏକ ସାପ ନିଜର ଉଷୁମ ସ୍ଥାନ ଖୋଜିବାକୁ ଯାଇ ଗୋଟିଏ ସୋଫା ଭିତରେ ପଶିଯାଇଛି ଓ ପରେ ସାପଟିକୁ ଉଦ୍ଧାର କରାଯାଇଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏଥିରେ ସାପଟି ନିଜକୁ ସୁରକ୍ଷିତ ମନେ କରି ସୋଫା ଭିତରେ ବିଶ୍ରାମ ନେଉଥିବା ଭିଡିଓରେ ଦେଖିବାକୁ ମିଳିଛି । ଦୀର୍ଘ ସମୟ ପ୍ରଚେଷ୍ଟା ପରେ ଉଦ୍ଧାରକାରୀ ଦଳର ସଦସ୍ୟ ସାପଟିକୁ ସୁରକ୍ଷିତ ଭାବେ ସୋଫା ଭିତରୁ ଉଦ୍ଧାର କରିଛନ୍ତି ।

ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତିଙ୍କ ଡ୍ରଇଂ ରୁମରେ ଥିବା ସୋଫା ଭିତରୁ ଏକ ୫ ଫୁଟର ନାଗ ସାପ ଉଦ୍ଧାର କରାଯାଇଛି । ରାଜସ୍ଥାନ କୋଟା ସହରର ବାବୁଲା ମାରାଣ୍ଡି ନାମକ ଜଣେ ବ୍ୟକ୍ତିଙ୍କ ଘରୁ ଏହି ସାପଟି ଉଦ୍ଧାର କରାଯାଇଛି । ଘରେ ନିତିଦିନିଆ ବ୍ୟବହାର ହେଉଥିବା ଉକ୍ତ ସୋଫାରେ ମାରାଣ୍ଡି ବସିଥିବା ଅବସ୍ଥାରେ ଏହି ସାପଟିକୁ ଦେଖିବାକୁ ପାଇଛନ୍ତି । ସେ ଏହି ସୋଫାରେ ବସିଥିବା ସମୟରେ ଏକ ସାପର ଗର୍ଜନ ଶୁଣିବାକୁ ପାଇଥିଲେ । ହେଲେ ପ୍ରଥମେ ପ୍ରଥମେ ସେ ଏହି ସାପର ଗର୍ଜନକୁ ଧ୍ୟାନ ଦେଇପାରିନଥିଲେ । କିନ୍ତୁ ପରେ ପୁଣି ଯେତେବେଳେ ସେହି ସାପଟି ଆଉ ଥରେ ଗର୍ଜନ କରିଥିଲା ସେତେବେଳେ ମାରାଣ୍ଡି ସୋଫାରୁ ଉଠିଯାଇ ଚାରିଆଡେ ତର୍ଜମା କରିଥିଲେ । ମାତ୍ର କେଉଁଆଡେ କୌଣସି ସାପ ନ ପାଇ ସେ ସୋଫାର କଭରକୁ ଖୋଲିଥିଲେ । ଏହାପରେ ସେଥିରେ ଏକ ନାଗ ସାପ ଲୁଚିରହିଥିବା ସେ ଦେଖିବାକୁ ପାଇଥିଲେ । ସାପକୁ ସେଥିରୁ କାଢ଼ିବାକୁ ସେ ଭୟ କରି ସ୍ନେକ ହେଲ୍ପଲାଇନ ସହ ଯୋଗାଯୋଗ କରିଥିଲେ । ଦୀର୍ଘ ସମୟ ପ୍ରଚେଷ୍ଟା ପରେ ଉଦ୍ଧାରକାରୀ ଦଳର ସଦସ୍ୟ ସାପଟିକୁ ସୁରକ୍ଷିତ ଭାବେ ସୋଫା ଭିତରୁ ଉଦ୍ଧାର କରିଛନ୍ତି ।

ଏଠାରେ କହି ରଖୁଛୁ ଯେ, ଯେହେତୁ ବର୍ତ୍ତମାନ ଶୀତ ଋତୁ ଆରମ୍ଭ ହେଲାଣି, ଆପଣ ରହୁଥିବା ବା ବ୍ୟବହାର କରୁଥିବା ସମସ୍ତ ସ୍ଥାନକୁ ଭଲ ଭାବେ ଯାଞ୍ଚ କରନ୍ତୁ । କାରଣ ଥଣ୍ଡା ଦାଉରୁ ରକ୍ଷା ପାଇବା ପାଇଁ ସାପ ଓ ଅନ୍ୟାନ ଜୀବଜନ୍ତୁ ମାନେ ଯେକୌଣସି ସ୍ଥାନକୁ ବି ପଶିଯାଇପାରନ୍ତି ।

Get real time updates directly on you device, subscribe now.