fbpx
BJD SKY
BJD SKY

(Video) ଗୋଟିଏ ବର୍ଷରେ ୧୨ ନୁହେଁ ୧୩ଟି ମାସ: ଏହି ଦେଶରେ ପଛକୁ ପଛ ବୁଲେ ସମସ୍ତ ଘଣ୍ଟା

BJD

ନୂଆଦିଲ୍ଲୀ: ସାଧାରଣତଃ ଆମେ ଜାଣିଛୁ ବର୍ଷକୁ ୧୨ ମାସ । ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ଦେଶର ନାଁ କହିବୁ ଯେଉଁଠାରେ ବର୍ଷକୁ ୧୨ ନୁହେଁ ୧୩ ମାସ ହୁଏ । ତାହା ଏଭଳି ଏକ ଦେଶ ଯେଉଁଠି ଲୋକେ ଛୁଟି କଟାଇବାକୁ ବେଶ ପସନ୍ଦ କରନ୍ତି । ଏହାକୁ ବିଶ୍ୱର ଏକ ଆକର୍ଷଣୀୟ ସ୍ଥାନ ଭାବେ ବିବେଚନା କରାଯାଏ । କୁହାଯାଏ ଏହି ଦେଶର ଇତିହାସ ବହୁ ପୁରୁଣା । ଏଠାକାର ଲୋକଙ୍କ ଜୀବନଶୈଳୀ ଏବଂ ସଂସ୍କୃତି ସାଧାରଣ ଲୋକଙ୍କଠାରୁ ବହୁ ଭିନ୍ନ ।

ଇଥିଓପିଆ ଏପରି ଏକ ଦେଶ ଯେଉଁଠାରେ ସମୟ ମଧ୍ୟ ପଛକୁ ଗତି କରେ । ଅର୍ଥାତ୍ ଯେତେବେଳେ ସମଗ୍ର ବିଶ୍ୱରେ ୨୦୨୧ ବର୍ଷ ଚାଲିଥାଏ । ସେତେବେଳ ଇଥିଓପିଆରେ ୨୦୧୪ ବର୍ଷ ଚାଲେ । ବର୍ଷକୁ ୧୨ ମାସ ଥାଏ ମାତ୍ର ଇଥିଓପିଆରେ ବର୍ଷରେ ୧୩ ମାସ ଅଛି । ଏଠାରେ ଲୋକମାନେ ଗତ ମାସକୁ ପାଗୁମ୍ ବୋଲି କୁହନ୍ତି । ଦୁନିଆର ଅନ୍ୟାନ୍ୟ ସ୍ଥାନରେ ଅନେକ ସଂସ୍କୃତିର ଭିନ୍ନ ଭିନ୍ନ କ୍ୟାଲେଣ୍ଡର ଅଛି ଏବଂ ପାଶ୍ଚାତ୍ୟ ଗ୍ରେଗୋରିଆନ୍ କ୍ୟାଲେଣ୍ଡର ଅନୁସରଣ କରନ୍ତି ନାହିଁ । ତଥାପି ଦୁନିଆର ସମସ୍ତ କାର୍ଯ୍ୟ ଏହି କ୍ୟାଲେଣ୍ଡର ଅନୁଯାୟୀ କରାଯାଇଥାଏ ।

ଏହି କ୍ୟାଲେଣ୍ଡରକୁ ୫୨୫ ଖ୍ରୀଷ୍ଟାବ୍ଦରେ ରୋମାନ ଚର୍ଚ୍ଚ ଦ୍ୱାରା ପରିବର୍ତ୍ତନ କରାଯାଇଥିଲା । ଆଜି ବି ଏହି ଦେଶ ଏହାର ପ୍ରାଚୀନ କ୍ୟାଲେଣ୍ଡର ବ୍ୟବହାର କରୁଛି । ପ୍ରତ୍ନତାତ୍ତ୍ୱିକ ଅନୁସନ୍ଧାନ ଅନୁଯାୟୀ, ଏଠାରେ ଥିବା ଆଫାର ଅଞ୍ଚଳ ବହୁତ ପୁରାତନ ବୋଲି କୁହାଯାଏ । ବିଶ୍ୱାସ କରାଯାଏ ଯେ ମାନବ ବାସସ୍ଥାନ ଏଠାରୁ ଆରମ୍ଭ ହୋଇଥିଲା । ଏଠାରେ ୩.୨ ନିୟୁତ ବର୍ଷ ପୁରୁଣା ହୋମିନିଡ କଙ୍କାଳ ମଧ୍ୟ ମିଳିଥିଲା ।

Get real time updates directly on you device, subscribe now.