fbpx

ଭୁବନେଶ୍ୱର ଏମସରେ ୯୯ ମୃତଦେହ, ଶବ ଚିହ୍ନଟ ପାଇଁ ଲାଗିଛି ସମସ୍ୟା

ଭୁବନେଶ୍ୱର: ବାହାନଗା ରେଳ ଦୁର୍ଘଟଣା ପରେ ଭୁବନେଶ୍ୱର ଏମସରେ ୯୯ଟି ମୃତଦେହ ଥିବା ଖବର ସାମ୍ନାକୁ ଆସିଛି । ୧୨୩ଟି ମୃତଦେହରୁ ୨୪ଟି ଚିହ୍ନଟ ପରେ ସଂପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି । ମୃତଦେହ ଗୁଡିକ ନଷ୍ଟ ହୋଇଯାଇଥିବାରୁ ଚିହ୍ନଟ କରିବାରେ ସମସ୍ୟା ଦେଖାଦେଉଛି ।

ସୂଚନା ଅନୁଯାୟୀ, ବାଲେଶ୍ୱରରେ ଘଟିଥିବା ଦୁର୍ଘଟଣାରେ ୨୭୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦୦ ରୁ ଉଦ୍ଧ୍ୱର୍ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ୧୨୩ଟି ମୃତଦେହ ଭୁବନେଶ୍ୱର ଏମସକୁ ପଠାଯାଇଥିଲା । ଏଥିରେ ୨୪ଜଣଙ୍କର ମୃତଦେହ ଚିହ୍ନଟ ହୋଇଛି । ଏହି ୨୪ଟି ମୃତଦେହରୁ ପଶ୍ଚିମବଙ୍ଗର ସର୍ବାଧିକ ୧୬, ବିହାରର ୫, ଓଡ଼ିଶାର ୨ଜଣ ଏବଂ ଝାଡଖଣ୍ଡର ଗୋଟିଏ ମୃତଦେହ ସଂପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି ।

ମୃତଦେହ ଚିହ୍ନଟ ପାଇଁ ଭୁବନେଶ୍ୱର ଏମସରେ ବ୍ୟପକ ବ୍ୟବସ୍ଥା କରାଯାଉଛି । ଗୋଟିଏ ମୃତଦେହ ନେବା ପାଇଁ ଏକାଧିକ ଦାବିଦାର ରହିଛନ୍ତି । ମୃତଦେହ ଚିହ୍ନଟ କରିବାରେ ସମସ୍ୟା ଦେଖାଦେଉଥିବା ସୂଚନା ମିଳିଛି । ତେବେ ଏନେଇ ପ୍ରଶାସନ ଡିଏନଏ ଟେଷ୍ଟ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଭୁବନେଶ୍ୱରର ଅନ୍ୟ ହସ୍ପିଟାଲରେ ମଧ୍ୟ ମୃତଦେହ ରଖାଯାଇଛି । ତେବେ ଡିଏନଏ ଟେଷ୍ଟ କରିବା ପରେ ପଦକ୍ଷେପ ନିଆଯିବ ବୋଲି କୁହାଯାଉଛି ।

Get real time updates directly on you device, subscribe now.