ଭୁବନେଶ୍ୱର: ରତ୍ନଭଣ୍ଡାରକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ରତ୍ନଭଣ୍ଡାରରେ କୌଣସି ଗୁପ୍ତ କୋଠରୀ କିମ୍ବା ସୁଡ଼ଙ୍ଗ ନଥିବା ସୂଚନା ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
‘ପ୍ରାଥମିକ ଆଲୋଚନାରୁ କୌଣସି ସୁଡ଼ଙ୍ଗ କିମ୍ବା ଗୁପ୍ତ କୋଠରୀ ନଥିବା ଜଣାପଡ଼ିଛି । ଏନେଇ ଚୂଡ଼ାନ୍ତ ରିପୋର୍ଟକୁ ଆମେ ଅପେକ୍ଷା କରିଛୁ’ ବୋଲି କହିଛନ୍ତି ଆଇନ୍ ମନ୍ତ୍ରୀ । ରତ୍ନଭଣ୍ଡାରରେ ଫାଟ ରହିଛି କିନ୍ତୁ ଏବେ କାର୍ତ୍ତିକ ମାସ ପାଇଁ ରତ୍ନଭଣ୍ଡାର ମରାମତି କାମ ସମ୍ଭବପର ନୁହେଁ । କାର୍ତ୍ତିକ ପୂର୍ଣ୍ଣିମା ପରେ ମରାମତି କାର୍ଯ୍ୟ ହେବ । ତେବେ ନୂଆବର୍ଷରୁ ପୁଣି ଥରେ ରତ୍ନଭଣ୍ଡାରର ଗଣତି ମଣତି ହେବ ବୋଲି କହିଛନ୍ତି ଶ୍ରୀ ହରିଚନ୍ଦନ । ରତ୍ନଭଣ୍ଡାରରେ କୌଣସି ଗୁପ୍ତ କୋଠରୀ କିମ୍ବା ସୁଡ଼ଙ୍ଗ ନଥିବା ଜିପିଆର ସର୍ଭେ ପରେ ତଥ୍ୟରୁ ସ୍ପଷ୍ଟ ହୋଇଛି ।