ରଣବୀର-ରଣବୀର ମଧ୍ୟରେ ଅହଙ୍କାରର ସଂଘର୍ଷ! କରଣ ଖୋଲିଦେଲେ ଗୁମର

ରଣବୀର କପୁର ଏବଂ ରଣବୀର ସିଂଙ୍କୁ ସବୁବେଳେ ପରସ୍ପରର ସବୁଠାରୁ ବଡ଼ ପ୍ରତିଯୋଗୀ ବୋଲି କୁହାଯାଉଥିବା ବେଳେ ଶୁଣିବାକୁ ମିଳେ ସେମାନଙ୍କ ଭିତରେ ଚାଲିଥାଏ ଅହଙ୍କାରର ସଂଘର୍ଷ

ଓଡିଶା ଭାସ୍କର: ରଣବୀର କପୁର ଏବଂ ରଣବୀର ସିଂଙ୍କୁ ସବୁବେଳେ ପରସ୍ପରର ସବୁଠାରୁ ବଡ଼ ପ୍ରତିଯୋଗୀ ବୋଲି କୁହାଯାଇଥାଏ। କିନ୍ତୁ ତା ପରେ ବି ସେମାନେ ଅନେକ ସ୍ଥାନରେ ଏକାଠି ଏବଂ ଭଲ ବନ୍ଧୁ ପରି ନଜରକୁ ଆସିଥାନ୍ତି। ରଣବୀର କପୁର ତାଙ୍କର ଭଲ ଭଲ ଫିଲ୍ମ ପାଇଁ ଜଣାଶୁଣା ଥିବାବେଳେ ରଣବୀର ସିଂ ତାଙ୍କର ଭଲ ଅଭିନୟ ପାଇଁ ଲୋକମାନଙ୍କ ହୃଦୟ ଜିତି ପାରିଛନ୍ତି।

ଅହଙ୍କାରର ସଂଘର୍ଷ: ଏହି ଦୁଇଜଣଙ୍କୁ ନେଇ ଅନେକ ପ୍ରକାରର କଥା ସାମ୍ନାକୁ ଆସେ। ଯେପରିକି ଏହି ଦୁଇ ଷ୍ଟାରଙ୍କ ଭିତରେ ଅହଂକାରର ସଂଘର୍ଷ ଚାଲିଛି, କେହି କାହାକୁ ପସନ୍ଦ କରନ୍ତିନି ଇତ୍ୟାଦି। ଏହି କଥାକୁ ନେଇ ଯେତେବେଳେ ଏକ ରିଆଲିଟି ସୋ ମାଧ୍ୟମରେ କରଣ ଜୋହରଙ୍କୁ ପଚରାଯାଇଥିଲା, ସେ ଏହାର ଖୋଲାଖୋଲି ଉତ୍ତର ରଖିଥିଲେ।

କରଣ ଖୋଲିଦେଲେ ଗୁମର: କରଣ ଜୋହର ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରାୟ ପ୍ରତ୍ୟେକ ଷ୍ଟାରଙ୍କ ସହ ଭଲ ସମ୍ପର୍କ ରଖିଛନ୍ତି। କରଣଙ୍କର ରଣବୀର ସିଂହ ଏବଂ ରଣବୀର କପୁରଙ୍କ ସହ ମଧ୍ୟ ଭଲ ସମ୍ପର୍କ ଅଛି ଏବଂ ସେ ଉଭୟ ସୁପରଷ୍ଟାରଙ୍କୁ ବହୁତ ଭଲସେ ଜାଣନ୍ତି।

ଏପରି ପରିସ୍ଥିତିରେ, ସେ ରଣବୀର-ରଣବୀରଙ୍କ ଅହଂକାର ସଂଘର୍ଷର ପ୍ରଶ୍ନର ଖୋଲାଖୋଲି ଉତ୍ତର ଦେଇ କହିଥିଲେ, ଦୁହିଁଙ୍କ ମଧ୍ୟରେ କୌଣସି ଅହଂକାରର ସଂଘର୍ଷ ନାହିଁ। ମଣିଷ ଯେଉଁ ଦୃଷ୍ଟିକୋଣ ନେଇ ଅନ୍ୟ ଲୋକକୁ ଦେଖିବ ତାକୁ ସେପରି ହିଁ ଦେଖାଯିବ।

କିନ୍ତୁ କରଣ ଏପରି ନଜରରେ କାହାକୁ ଦେଖନ୍ତି ନାହିଁ। ସେ ଭବନ୍ତିନି ଯେ ଦୁହିଁଙ୍କ ମଧ୍ୟରେ କୌଣସି ପ୍ରକାରର ଅହଂକାର ଅଛି ବୋଲି। ଉଭୟ ତାରକା ପ୍ରାୟତଃ ପରସ୍ପରକୁ ପ୍ରଶଂସା କରନ୍ତି ଏବଂ କାମ ସମ୍ବନ୍ଧିତ ଉଚିତ ପରାମର୍ଶ ମଧ୍ୟ ଦିଅନ୍ତି।