‘HMPV ରୋଗର କୌଣସି ସ୍ୱତନ୍ତ୍ର ଚିକିତ୍ସା ନାହିଁ’: ସୂଚନା ଦେଲେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ

ଏଚଏମପିଭି ନେଇ ଏଯାଏଁ ଆସିନି ମାର୍ଗଦର୍ଶିକା। କେନ୍ଦ୍ର ଓ ଏସିଡିସି ବୈଷୟିକ ପରାମର୍ଶଦାତାଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି ବୋଲି କହିଲେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ..

ଭୁବନେଶ୍ୱର: କରୋନା ମହାମାରୀ ପରେ ବର୍ତ୍ତମାନ ଚୀନରେ ବ୍ୟାପିଥିବା ଏଚଏମପିଭି ଭାଇରାସ ଲୋକଙ୍କୁ ଭୟଭୀତ କରୁଛି। ଚୀନ ପରେ ଭାରତକୁ ମଧ୍ୟ ଏହି ଭାଇରସ ସଂକ୍ରମିତ ହୋଇଛି। ତେବେ ଏନେଇ ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବଙ୍କ ବିବୃତ୍ତି ସାମ୍ନାକୁ ଆସିଛି।

ସେ କହିଛନ୍ତି, ‘ଏଚଏମପିଭି ନେଇ ଏଯାଏଁ ଆସିନି ମାର୍ଗଦର୍ଶିକା। କେନ୍ଦ୍ର ଓ ଏସିଡିସି ବୈଷୟିକ ପରାମର୍ଶଦାତାଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି। ମାର୍ଗଦର୍ଶିକା ଆସିଲେ ପାଳନ କରାଯିବ। ଏ ରୋଗର କୌଣସି ସ୍ୱତନ୍ତ୍ର ଚିକିତ୍ସା ନାହିଁ। ନିମୋନିଆ ପରି ଏଚଏମପିଭିର ଚିକିତ୍ସା ହେବ।’

ସେ ଆହୁରି କହିଛନ୍ତି, ‘କୋଭିଡ୍ ସମୟରୁ ସ୍ୱାସ୍ଥ୍ୟକେନ୍ଦ୍ରରେ ବ୍ୟବସ୍ଥା ଅଛି। ଆମେ ଏଥିପାଇଁ ପ୍ରସ୍ତୁତ ଅଛୁ। ସଭେଲାନ୍ସ ଚାଲିଛି।’

ଚିନ୍ତାଜନକ ନୁହେଁ ମ୍ୟାଲେରିଆ ସ୍ଥିତି: ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବ କହିଛନ୍ତି ଯେ, ମୟାଲେରିଆ ଏଯାଏଁ ଚିନ୍ତାଜନକ ସ୍ଥିତି ଆଣିନି। ମ୍ୟାଲେରିଆ ପାଇଁ ଆମର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିଛି। ଅଧିକ ଟେଷ୍ଟିଂ ହେଲେ ଅଧିକ ପଜିଟିଭ ଆସିବ। ମ୍ୟାମେରିଆକୁ ନେଇ ଉଦବେଗଜନକ ସ୍ଥିତି ନାହିଁ।