fbpx

ପ୍ରଧାନମନ୍ତ୍ରୀ ପଦ ପାଇଁ କୌଣସି ଭାକେନ୍ସି ନାହିଁ; ନରେନ୍ଦ୍ର ମୋଦୀ ୨୦୨୪ ରେ ପୁନର୍ବାର ପ୍ରଧାନମନ୍ତ୍ରୀ ହେବେ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଦେଶର ଆଗାମୀ ପ୍ରଧାନମନ୍ତ୍ରୀ ପଦକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେଣୁ ଗତକାଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ପଦ ପାଇଁ କୌଣସି ଭାକେନ୍ସି ନାହିଁ ଏବଂ ୨୦୨୪ ଲୋକସଭା ନିର୍ବାଚନରେ ମଧ୍ୟ ଏନଡ଼ିଏ ଜିତିବ । ସେପଟେ ନୋବେଲ ପୁରଷ୍କାରର ବିଜେତା ଅମର୍ତ୍ୟ ସେନ କହିଛନ୍ତି ଯେ, ଟିଏମସିର ଅଧ୍ୟକ୍ଷ ମମତା ବାନାର୍ଜୀଙ୍କ ପାଖେ ପ୍ରଧାନମନ୍ତ୍ରୀ ହେବାର ଯୋଗ୍ୟତା ରହିଛି । ଏହାସହ ସେ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ ନରେନ୍ଦ୍ର ମୋଦୀଙ୍କ ଉପରେ ଲୋକମାନଙ୍କ ସମ୍ପୂର୍ଣ୍ଣ ଭରଷା ରହିଛି ସେଥିପାଇଁ ଆଗକୁ ଆସୁଥିବା ନିର୍ବାଚନରେ ଜନତା ତାଙ୍କ ସହ ଠିଆ ହେବେ ।

ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଦେଶର ଗରିବ, ମହିଳା, ଯୁବଗୋଷ୍ଠୀ ଏବଂ ଗ୍ରାମୀଣ ଲୋକମାନେ ନରେନ୍ଦ୍ର ମୋଦୀଙ୍କୁ ଦେଶ ଚଳାଇବାର ଭାର ସମ୍ଭାଳିବାକୁ ଦେଇଛନ୍ତି । ଦେଶର ଲୋକମାନେ ଲଗାତାର ୨ଥର ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ରୂପରେ ଚୟନ କରିଛନ୍ତି । ତେବେ ଏଥିରେ କୌଣସି ସନ୍ଦେହ ନାହିଁ ଯେ, ୨୦୨୪ ମସିହାରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବେ ।

ଏହା ମଧ୍ୟରେ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ରବିବାର ଦିନ କହିଛନ୍ତି ଯେ, ଗୁଜୁରାଟ ବିଧାନସଭା ନିର୍ବାଚନର ଫଳାଫଳ କେବଳ ରାଜ୍ୟ ନୁହେଁ ପୂରା ଦେଶ ପାଇଁ ମହତ୍ତ୍ୱପୂର୍ଣ୍ଣ ଅଟେ । କାରଣ ଏଥିରେ ନିଶ୍ଚିତ ଅଛି ଯେ, ଆଗାମୀ ୨୦୨୪ ନିର୍ବାଚନରେ ନରେନ୍ଦ୍ର ମୋଦୀ ହିଁ ଜୟଲାଭ କରିବେ । କଂଗ୍ରେସ ଏବଂ ଆମ ଆଦମୀ ପାର୍ଟୀକୁ ନେଇ କହିଛନ୍ତି ଯେ, ଲୋକମାନେ ବିଜେପିକୁ ଭୋଟ ଦେଇ ସେହି ଲୋକମାନଙ୍କୁ କଡ଼ା ଉତ୍ତର ଦେଇଛନ୍ତି, ଯେଉଁମାନେ ଗୁଜୁରାଟ ଏବଂ ନରେନ୍ଦ୍ର ମୋଦୀଙ୍କୁ ବଦନାମ କରିବାକୁ ଚାହୁଁଥିଲେ ।

Get real time updates directly on you device, subscribe now.