ନୂଆଦିଲ୍ଲୀ: ଭାରତ କାନାଡ଼ା ଭିତରେ ଗତ କିଛି ଦିନରୁ ବିବାଦ ଲାଗି ରହିଛି । ଯାହାକୁ ନେଇ ବର୍ତ୍ତମାନ ଭାରତର କୁଟନୀତିଜ୍ଞ ଦୀପକ ବୋହରା ମଧ୍ୟ ଏକ ବିବାଦୀୟ ବୟାନ ଦେଇଛନ୍ତି । କାନାଡ଼ା ପ୍ରଧାନମନ୍ତ୍ରୀଙ୍କ ଉବପରେ ସଙ୍ଗୀନ ଆରୋପ ଲଗାଇ ମାମଲାକୁ ଆହୁରି ସରଗରମ କରି ଦେଇଛନ୍ତି ଦୀପକ । ତେବେ ଏହା ଭିତରେ ଜାତିସଂଘରେ ବିଦେଶ ମନ୍ତ୍ରୀଙ୍କ ବୟାନ ଏବେ ଚର୍ଚ୍ଚା ସାଉଁଟିଛି । ଆତଙ୍କବାଦ ଏବଂ ରାଜନୀତିକୁ ନେଇ ସେ ଏହି ବୟାନ ରଖିଛନ୍ତି ।
ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଜାତିସଂଘ ମଞ୍ଚରୁ ଆତଙ୍କବାଦ ବିରୋଧରେ କଡ଼ା ଜବାବ ଦେଇଛନ୍ତି । ସେ କହିଛନ୍ତି ଯେ, ଆତଙ୍କବାଦ କିମ୍ବା ଚରମପନ୍ଥୀଙ୍କ ବିରୋଧରେ କୌଣସି ଦେଶର ପ୍ରତିକ୍ରିୟାର ଆଧାର ରାଜନୈତିକ ସୁବିଧା ହୋଇ ପାରିବ ନାହିଁ । ତେବେ ଏହାସହିତ ସେ ଅଖଣ୍ଡତାର ସମ୍ମାନ ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି । ଏହାବ୍ୟତୀତ ଆନ୍ତରିକ ଘଟଣା ଗୁଡ଼ିକରେ ହସ୍ତକ୍ଷେପ ନ କରିବାକୁ ଆହ୍ୱାନ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର । କାନାଡ଼ା ସହ ରାଜନୈତିକ ବିବାଦ ଜାରି ରହିଥିବା ବେଳେ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କ ଏହି ବୟାନ ଦେଇଛନ୍ତି । ଆତଙ୍କବାଦ ସହ ଲଢିବାରେ ରାଜନୈତିକ ଲାଭ ଦେଖିବା ଅନୁଚିତ୍ ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର । ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି ।
#WATCH | New York | At the UNGA, EAM Dr S Jaishankar says, "Namaste from Bharat!…Our fullest support to this UNGA's theme of rebuilding trust and reigniting global solidarity. This is an occasion to take stock of our achievements and challenges even while sharing our… pic.twitter.com/6TZtneWRHC
— ANI (@ANI) September 26, 2023
ସେପଟେ ଜୁନ୍ ମାସରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟା ମାମଲାରେ ଦିଲ୍ଲୀର ଜଣେ ଏଜେଣ୍ଟ ସାମିଲ ଥିବା ନେଇ ଦାବି କରୁଛି କାନାଡ଼ା । ଏହାପୂର୍ବରୁ ଭାରତୀୟ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ୱାନ୍ ଆର୍ଥ-ୱାନ୍ ଫ୍ୟାମିଲି- ୱାନ୍ ଫ୍ୟୁଚର ହେଉଛି ଭାରତର ଏକମାତ୍ର ଲକ୍ଷ୍ୟ । ତେବେ ଏହା କିଛିଟା ଦେଶର ସଂକୀର୍ଣ୍ଣ ହିତ ପାଇଁ ନୁହେଁ, ବରଂ ବିଭିନ୍ନ ଦେଶର ପ୍ରମୁଖ ସମସ୍ୟା ଉପରେ ଧ୍ୟାନ ଦେବା ପାଇଁ ପ୍ରୟାସ କରିଥାଏ । ଏହି ମଞ୍ଚରେ ଏଜେଣ୍ଡାଧାରୀ ଦେଶଗୁଡ଼ିକ ଉପରେ ମଧ୍ୟ ଖୁବ ବର୍ଷିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ।