fbpx
BSKY
BJD SHG SKY
BJD YOUTH SKY

ବାହାନଗା ଟ୍ରାଜେଡି: ମୃତଦେହ ପାଇଁ ବଗିରେ ହେଉନଥିଲା ଦୁର୍ଗନ୍ଧ…. ଥିଲା ଅନ୍ୟ କାରଣ

ବାଲେଶ୍ୱର: ବାହାନଗା ଟ୍ରେନ ଟ୍ରାଜେଡିରେ ହୋଇଛି ଏକ ମହାଖୁଲାସା । ଦୁର୍ଘଟରାଗ୍ରସ୍ତ ବଗିରୁ ଆସୁଥିବା ଦୁର୍ଗନ୍ଧର ପ୍ରକୃତ କାରଣ ଏବେ ସାମନାକୁ ଆସିଛି । କାହିଁକି ହେଉଥିଲା ଏହି ଦୁର୍ଗନ୍ଧ? ବଗିରେ ଶହ ଶହ ମୃତଦେହ ଏବଂ ସବୁଆଡେ ରକ୍ତାକ୍ତ ଶରୀର ପଡିଥିବାରୁ ଏହା ଦୁର୍ଗନ୍ଧ ହେଉଥିବା କୁହାଯାଇଥିଲା । କିନ୍ତୁ ଏବେ ଏହାର ଆଉ ଏକ କାରଣ ସାମନାକୁ ଆସିଛି । କୁହାଯାଇଛି ଯେ କେବଳ ମୃତଦେହ ପାଇଁ ଦୁର୍ଗନ୍ଧ ହେଉ ନଥିଲା ଏହି ବଗି, ଏଥିପାଇଁ ଆଉ ଏକ କାରଣ ରହିଥିଲା ।

ବାଲେଶ୍ୱର ବାହାନଗାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏକ ବଗିରୁ ମିଳିଛି ଅଣ୍ଡା । ବଗି ଭିତରୁ ପେଟି ପେଟି ଅଣ୍ଡା ବାହାର କରାଯାଇଛି । ବଗି ଭିତରୁ ପ୍ରାୟ ୫ ଟ୍ରାକ୍ଟର ଅଣ୍ଡା ପେଟି ମ୍ୟୁନିସିପାଲଟିକୁ ହସ୍ତାନ୍ତର କରାଯାଇଥିବା ଜାଣିବାକୁ ମିଳିଛି । ଦୁର୍ଘଟରାରେ ଅଣ୍ଡା ଗୁଡିକ ଫାଟି ନଷ୍ଟ ହୋଇ ଯାଇଥିବାରୁ ଏଥିରୁ ପ୍ରବଳ ଦୁର୍ଗନ୍ଧ ହେଉଥିଲା ଏବଂ ଚାରିଆଡେ ବ୍ୟାପୀ ଯାଇଥିଲା । କିନ୍ତୁ ଏହି ଦୁର୍ଗନ୍ଧକୁ ମୃତଦେହର ଦୁର୍ଗନ୍ଧ ବୋଲି କୁହାଯାଉଥିଲା । ବଗିକୁ ପୋଲିସ ଏବଂ ଏନଡିଆରଏଫ ଟିମ୍ ଯାଞ୍ଚ କରିବା ପରେ ଏହାର ସତ୍ୟାସତ୍ୟ ଜଣାପଡିଛି ।

Get real time updates directly on you device, subscribe now.