fbpx

୧୫ ଜୁନ୍ ରୁ ସୂର୍ଯ୍ୟଙ୍କ ମିଥୁନ ରାଶିରେ ଗୋଚର, ଏହି ରାଶିର ଲୋକମାନେ ସାବଧାନ ନ ରହିଲେ ଘର ଓ ଚାକିରି କ୍ଷେତ୍ରରେ ଦେଖାଯିବ ସମସ୍ୟା

ଜୁନ୍ ୨୦୨୩ରୁ ସୂର୍ଯ୍ୟ ରାଶି ପରିବର୍ତ୍ତନ କରୁଛନ୍ତି । ସୂର୍ଯ୍ୟ ଦେବ ୧୫ ଜୁନ୍ ସନ୍ଧ୍ୟା ୬ଟା ୨୯ ମିନିଟ୍ରୁ ବୃଷ ରାଶିରୁ ଆସି ମିଥୁନରେ ଗୋଚର କରିବେ । ୧୫ ଜୁନ୍ ରୁ ୧୭ ଜୁଲାଇ ସକାଳ ପର୍ଯ୍ୟନ୍ତ ସୂର୍ଯ୍ୟ ଦେବ ମିଥୁନ ରାଶିରେ ହିଁ ବିରାଜମାନ କରିବେ । ମିଥୁନରେ ସୂର୍ଯ୍ୟଙ୍କ ଗୋଚର ଫଳରେ ସମସ୍ତ ୧୨ ଗୋଟି ରାଶିରେ ପ୍ରଭାବ ପଡିବ । ଯେଉଁଥିରୁ ୪ ରାଶିର ଜାତକଙ୍କୁ ସାବଧାନ ରହିବାର ଆବଶ୍ୟକତା ରହିଛି ।

ବୃଷ:ସୂର୍ଯ୍ୟ ଦେବ ଆପଣଙ୍କ ରାଶି ଛାଡି ମିଥୁନକୁ ଯାଉଛନ୍ତି । ଏଣୁ ଆପଣ ସତର୍କ ରହିବା ଜରୁରୀ । ଆପଣ ନିଜ ସ୍ୱାସ୍ଥ୍ୟ ପ୍ରତି ଅବହେଳା କରି ପାରନ୍ତି । ଗାଡି ସାବଧାନତାର ସହ ଚଳାନ୍ତୁ । ଅନ୍ୟଥା ଦୁର୍ଘଟଣାର ଶିକାର ହୋଇପାରନ୍ତି । କଥାବାର୍ତ୍ତାରେ ସଞ୍ଜମତା ରକ୍ଷା କରନ୍ତୁ ଅନ୍ୟଥା ଦାମ୍ପତ୍ୟ ଜୀବନରେ ସମସ୍ୟା ଉପୁଜିପାରେ ।

କର୍କଟ:ସୂର୍ଯ୍ୟଙ୍କ ଗୋଚର ଏହି ରାଶିର ଜାତକଙ୍କ ଠାରେ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ । ଏହି ସମୟରେ ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କରି ପାରନ୍ତି । ଯେଉଁମାନେ ବିଦେଶରେ ବେପାର କରୁଛନ୍ତି ସେମାନେ ଧନ ସଂକଟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଏହି ସମୟରେ ଆପଣଙ୍କର ବିଦେଶ ଯାତ୍ରା ଯୋଗ ରହିଛି ।

ବିଛା: ସରକାରୀ ଚାକିରି କରୁଥିବା ଲୋକମାନେ ସତର୍କ ରହିବା ଉଚିିତ ଓ ସାବଧାନତାର ସହ କାର୍ଯ୍ୟ କରିବା ଉଚିତ । କାମରେ ଅବହେଳା କାରଣରୁୁ ଆପଣଙ୍କୁ ଦଣ୍ଡିତ ହେବାକୁ ବି ପଡିପାରେ । ଏହି ସମୟରେ ଆପଣ କାହାକୁ ଟଙ୍କା ଉଧାର ଦିଅନ୍ତୁ ନାହିଁ । ଏହା ସହିତ ସେୟାର ବଜାରରେ ମଧ୍ୟ ନିବେଶ କରନ୍ତୁ ନାହିଁ । ମାନସିକ ଶାନ୍ତି ଲାଗି ଯୋଗ କରନ୍ତୁ ।

ମୀନ:ସୂର୍ଯ୍ୟ ଗୋଚରର ପ୍ରଭାବ ଆପଣଙ୍କ ମାଙ୍କ ସ୍ୱାସ୍ଥ୍ୟ ଉପରେ ପଡିପାରେ । ଏହି ସମୟରେ ଆପଣ ଜଗିରଖି ଖର୍ଚ୍ଚ କରନ୍ତୁ । ଅନ୍ୟଥା ଋଣ କରିବାର ସ୍ଥିିତି ପହଞ୍ôଚ ଯାଇପାରେ । ଯେଉଁମାନେ ଚାକିରି କରୁଛନ୍ତି ସେମାନେ କର୍ମ କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେବେ । କାରଣ ସାଥି କର୍ମଚାରୀ ସହଯୋଗ କରିବେ ନାହିଁ । ଧନ ସଂକଟରୁ ମନ ଉଦାସ ରହିବ ।

Get real time updates directly on you device, subscribe now.