fbpx
BSKY SKY
BSKY SKY

ମେ’-ଜୁନରେ ହେବାକୁ ଥିବା ବିବାହରେ ଆସିବ ଅନେକ ସମସ୍ୟା! ଜ୍ୟୋତିଷ ଶାସ୍ତ୍ରରେ ଲେଖା ଅଛି

BSKY

ଓଡ଼ିଶା ଭାସ୍କର: ନୂଆବର୍ଷର ଫେବୃଆରୀ ମାସରେବିବାହ ପାଇଁ ୨୦ରୁ ଅଧିକ ମୁହୂର୍ତ୍ତ ରହିଛି । କିନ୍ତୁ ମେ’ ଏବଂ ଜୁନ୍ ମାସରେ ହେବାକୁ ଥିବା ବିବାହରେ ଅନେକ ସମସ୍ୟା ଦେଖା ଦେଇପାରେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମେ’ ଏବଂ ଜୁନ୍ ମାସରେ ଗୁରୁ ଏବଂ ଶୁକ୍ର ଅସ୍ତ ହେବା କାରଣରୁ ବିବାହରେ ବିଭିନ୍ନ ସମସ୍ୟା ହୋଇପାରେ । ତେବେ କିଛି ଲୋକ ଏହି ତର୍କକୁ ବିଶ୍ୱାସ କରିଥାନ୍ତି ତ କିଛି ଲୋକ ଏହାକୁ ଅଣଦେଖା କରି ଦେଇଥାନ୍ତି । ଗତ ୨୦୨୩ ମସିହାରେ ୮୧ ଦିନ ବିବାହ ମୁହୂର୍ତ୍ତ ରହିଥିଲା ଏବଂ ଚଳିତବର୍ଷ ୭୭ଟି ବିବାହ ଲଗ୍ନ ରହିଛି । ତେବେ ସବୁଠାରୁ ଅଧିକ ଲଗ୍ନ ଆସନ୍ତା ଫେବୃଆରୀ ମାସରେ ରହିଛି ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ବିବାହ ଲଗ୍ନରେ ଗୁରୁ ଏବଂ ଶୁକ୍ର ଅସ୍ତର ମଧ୍ୟ ବିଚାର କରାଯାଇଥାଏ । ଶୁଭ ବିବାହ ପାଇଁ ଉଭୟ ଗ୍ରହର ଉଦୟ ହେବା ନିତ୍ୟାନ୍ତ ଆବଶ୍ୟକ । ବିବାହ ପାଇଁ ଶୁକ୍ର ଏବଂ ଗୁରୁ ଗ୍ରହର ଉଦିତ ହେବା ମଧ୍ୟ ଆବଶ୍ୟକ । ଉଭୟ ଗ୍ରହ ବିବାହର କାରକ ହୋଇଥାନ୍ତି । ଏମାନେ ଅସ୍ତ ରହିଲେ ବିବାହ ହୋଇପାରେ ନାହିଁ । ଶୁକ୍ର ଗ୍ରହ ଆସନ୍ତା ଏପ୍ରିଲ ୨୩ ମଧ୍ୟାହ୍ନରୁ ଜୁନ୍ ୨୯ ତାରିଖ ପର୍ଯ୍ୟନ୍ତ ଅସ୍ତ ହେବାକୁ ଯାଉଛନ୍ତି, ଏହାପରେ ମେ’ ୬ ତାରିଖରେ ଗୁରୁ ଗ୍ରହ ମଧ୍ୟ ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ଅସ୍ତ ହୋଇ ରହିବେ । ତେଣୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ସମୟ ମଧ୍ୟରେ ବିବାହ ହୋଇପାରିବ ନାହିଁ ।

ତେବେ ଜ୍ୟୋତିଷ କହିଛନ୍ତି ଯେ, ଗୁରୁଙ୍କ ଅସ୍ତ ହେବା କନ୍ୟା(ଝିଅ) ମାନଙ୍କ ବିବାହ ପାଇଁ ଶୁଭ ହୋଇନଥାଏ । ସେହିପରି ଶୁକ୍ର ଗ୍ରହ ଅସ୍ତ ହେବା ପୁରୁଷ(ପୁଅ) ମାନଙ୍କ ବିବାହ ପାଇଁ ଶୁଭ ସଂକେତ ନୁହେଁ । ଏଭଳି ସ୍ଥିତିରେ ପତି-ପତ୍ନୀଙ୍କ ବିବାହ ପାଇଁ କୁଣ୍ଡଳୀ ମେଳ ହୁଏ ନାହିଁ । ଯାହା ଫଳରେ ବିବାହକାର୍ଯ୍ୟ ସମ୍ପନ୍ନ ହୋଇପାରେ ନାହିଁ । ଗୁରୁ ଏବଂ ଶୁକ୍ର ଗ୍ରହର ଅସ୍ତ ହେବା ଅଶୁଭ ବୋଲି ବିଚାର କରାଯାଏ । ଏହା ପୂର୍ବରୁ ୨୦୦୦ ବର୍ଷରେ ମଧ୍ୟ ମେ’ ଏବଂ ଜୁନ୍ରେ ଶୁକ୍ର ଏବଂ ଗୁରୁ ଉଭୟ ଗ୍ରହ ଅସ୍ତ ହୋଇଥିଲେ । ସେହିପରି ୧୯୯୬ ମସିହାରେ ମେ’-ଜୁଲାଇ ମାସ ମଧ୍ୟରେ ମାତ୍ର ୫ଟି ବିବାହ ଲଗ୍ନ ଶୁଭ ରହିଥିଲା ।

୨୦୨୪ରେ ବିବାହ ପାଇଁ ଶୁଭ ମୁହୂର୍ତ୍ତ:

ଜାନୁୟାରୀ- ୧୬, ୧୭, ୨୦-୨୨, ୨୭-୩୧(୧୦ ଦିନ)

ଫେବୃଆରୀ- ୧-୮, ୧୨-୧୪, ୧୭-୧୯, ୨୩-୨୭, ୨୯(୨୦)

ମାର୍ଚ୍ଚ- ୧-୭, ୧୧, ୧୨(୯ ଦିନ)

ଏପ୍ରିଲ- ୧୮-୨୨(୫ ଦିନ)

ଜୁଲାଇ- ୩, ୯-୧୫(୮ ଦିନ)

ଅକ୍ଟୋବର- ୩, ୭, ୧୭, ୨୧, ୨୩, ୩୦(୬ ଦିନ)

ନଭେମ୍ବର- ୧୬-୧୮, ୨-୨୬, ୨୮(୯ ଦିନ)

ଡିସେମ୍ବର- ୨-୫, ୯-୧୧, ୧୩-୧୫(୧୦ ଦିନ)

Get real time updates directly on you device, subscribe now.