fbpx

ଦୁଇ ଘଣ୍ଟା ପରେ ଉଦ୍ଧାର ହେଲେ କେନ୍ଦ୍ରମନ୍ତ୍ରୀ: ଅଘଟଣ ପାଇଁ ସବୁ କାର୍ଯ୍ୟକ୍ରମ ବାତିଲ୍

AAKASH

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ଚିଲିକାରେ ଆଜି ଏକ ବଡ଼ ଧରଣର ଅଘଟଣ ଦେଖିବାକୁ ମିଳିଥିଲା । କେନ୍ଦ୍ର ମତ୍ସ୍ୟ ସମ୍ପଦ ଓ ପଶୁପାଳନ ମନ୍ତ୍ରୀ ପାର୍ଶୋତ୍ତମ ରୁପାଲା ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଚିଲିକା ଗସ୍ତରେ ଯାଇଥିବା ବେଳେ ଦୁର୍ଭାଗ୍ୟବଶତଃ ସେଠାରେ ଏକ ବଡ଼ ଅଘଟଣ ଘଟିଥିଲା । ଚିଲିକା ମଝିରେ ଫଶିଯାଇଥିଲେ କେନ୍ଦ୍ରମନ୍ତ୍ରୀ । ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା ।

ତେବେ ଦୁଇଘଣ୍ଟା ପରେ କେନ୍ଦ୍ରମନ୍ତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ବିଳମ୍ବ ହେବାରୁ ସବୁ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ପୁରୀ ଫେରି ଯାଇଥିଲେ । ବ୍ରହ୍ମପୁର କୃଷ୍ଣପ୍ରସାଦ ବ୍ଲକ ଅରଖକୁଦା ଗାଁରେ ସାଗର ପରିକ୍ରମା କାର୍ଯ୍ୟକ୍ରମରେ ଯୋଗଦେବାକୁ ଯିବା ସମୟରେ ଏହି ଅଘଟଣ ଘଟିଥିଲା । ବାଲୁଗାଁରୁ ସାତପଡ଼ା ଆସୁଥିବା ବେଳେ ଡଙ୍ଗା ମେଶିନରେ ଜାଲ ଲାଗିଯିବା ଫଳରେ ଡଙ୍ଗା ଅଚଳ ହୋଇଯାଇଥିଲା । ଡଙ୍ଗାର ନାଁ ‘କାଳିଜାଈ’ ବୋଲି ଜଣାପଡ଼ିଥିଲା ।

ତେବେ କେନ୍ଦ୍ରମନ୍ତ୍ରୀ ଓ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ସମେତ ୧୦ ଜଣ ବରିଷ୍ଠ ଅଧିକାରୀ ଚିଲିକାରେ ଫଶି ରହିଥିଲେ । ଡଙ୍ଗାରେ ଲାଗିଥିବା ଚକିରେ ମାଛଧରା ଜାଲ ଛନ୍ଦି ହୋଇ ରହିଯିବା ଫଳରେ ଡଙ୍ଗାଟି ଆଉ ଆଗକୁ ଯାଇ ପାରିନଥିଲା ବୋଲି କୁହାଯାଉଛି । ଘଟଣା ବିଷୟରେ ଖବର ପାଇବା ପରେ ଘଟଣାସ୍ଥରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ଏହି ଘଟଣା ପଛର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିନାହିଁ । ରାତି ପାଖାପାଖି ୮ଟା ସମୟରେ କେନ୍ଦ୍ରମନ୍ତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା ।

Get real time updates directly on you device, subscribe now.