fbpx

ଡିପ୍ରେସନ ଓ ମାନସିକ ରୋଗ ସହ ଲଢ଼ିବାରେ ସାହାଯ୍ୟ କରିବ ଏହି ୨ ଆପ୍, ପ୍ରସ୍ତୁତ କଲା AIIMS

ନୂଆଦିଲ୍ଲୀ: ମାନସିକ ରୋଗରେ ପୀଡିତ ରୋଗୀ ଓ ତାଙ୍କର ଦେଖାଶୁଣା କରୁଥିବା ଲୋକଙ୍କ ପାଇଁ ୨ଟି ମୋବାଇଲ ଆପ୍ ପ୍ରସ୍ତୁତ କରିଛି ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥା ବା AIIMS । କରୋନା ମହାମାରୀ କାରଣରୁ ଡିପ୍ରେସନ୍ ଓ ମାନସିକ ରୋଗରେ ପୀଡିତ ରୋଗୀଙ୍କ ସଂଖ୍ୟା ଲଗାତାର ଭାବେ ବଢିଚାଲିଛି । ଏଭଳି ପରିସ୍ଥିତିରେ ଏହି ୨ଟି ମୋବାଇଲ ଆପ୍ଲିକେସନ୍ ମାନସିକ ରୋଗ ସହିତ ଲଢ଼ିବାରେ ରୋଗୀଙ୍କ ପାଇଁ ବରଦାନ ସଦୃଶ୍ୟ ପ୍ରମାଣିତ ହେବ ।

ଲଗାତାର କାମ ଓ ବ୍ୟସ୍ତ ଜୀବନଶୈଳୀ ବା ଅନ୍ୟ କାରଣ ଯୋଗୁଁ ଲୋକମାନେ ଡିପ୍ରେସନର ଶିକାର ହେଉଛନ୍ତି । ଏପରି ସ୍ଥିତିରେ ଏମ୍ସର ଏହି ୨ଟି ଆପ୍ ସେହି ରୋଗୀଙ୍କୁ ଫାଇଦା ଦେବ, ଯେଉଁମାନେ ଲଗାତର ମାନସିକ ରୋଗୀରେ ପୀଡିତ ଅଛନ୍ତି । ଏମ୍ସର ମନୋଚିକିତ୍ସକ ମମତା ସୁଦ କହିଛନ୍ତି ଯେ, ‘ଏହି ଆପରେ ସେମାନେ ୨୫ ରୋଗୀଙ୍କୁ ନେଇ ଟ୍ରାଏଲ କରିଥିଲେ । ଟ୍ରାଏଲ ସମୟରେ ଏହାର ରେଜଲ୍ଟ ବି ଭଲ ଆସିଥିଲା । ଆପ୍ ସମସ୍ତ ଆବଶ୍ୟକତାକୁ ବୁଝିବା ସହିତ ଦୈନନ୍ଦିନ ଜୀବନର କାମ ବି ଏଥିରେ ରେକର୍ଡ ହୋଇ ରହିବ । ଏହି ୨ ଆପର ନାଁ ‘ସକ୍ଷମ’ ଓ ‘ଦିଶା’ ରଖାଯାଇଛି ।’

Get real time updates directly on you device, subscribe now.