fbpx

ଏହି ୫ଟି ଜାଗା , ଯେଉଁ ସେଲ୍ଫି ନେବା ମନା ; ନେଲେ ଦେବାକୁ ପଡିବ ୨୪ ହଜାର ଟଙ୍କା ଜୋରିମାନା !

ନୂଆଦିଲ୍ଲୀ : ଯେତେବେଳେ ବି ଆପଣ ଏକ ଭଲ ସ୍ଥାନକୁ ଯାଆନ୍ତି, ତୁରନ୍ତ ଫୋନ୍ ବାହାର କରି ସେଲ୍ଫି ଦିଅନ୍ତି । କିନ୍ତୁ ଏହି ଅଭ୍ୟାସ ଆପଣଙ୍କୁ ମହଙ୍ଗା ପଡିପାରେ । ନୂଆ ନିୟମ ଅନୁଯାୟୀ କେତେକ ପର୍ଯ୍ୟଟନ ସ୍ଥାନରେ ସେଲ୍ଫି ନେବା ଆଇନଗତ ଅପରାଧ ହୋଇପାରେ । ସେଯଉଁଥିପାଇଁ ଆପଣଙ୍କୁ ଜୋରିମାନା ମଧ୍ୟ ଭରିବାକୁ ପଡିପାରେ । ଏହି ନିୟମ ପୂର୍ବରୁ ବିଦେଶରେ ପ୍ରଣୟନ ହୋଇସାରିଥିଲେ ମଧ୍ୟ ଏବେ ଭାରତରେ ମଧ୍ୟ ଲାଗୁ ହେବାକୁ ଯାଉଛି । ଭାରତର ବଛା ବଛା କେତେକ ସ୍ଥାନ ରହିଛି ଯେଉଁଠି ସେଲ୍ଫି ନେଲେ ୨୪ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିପାରେ ।

ଗୁଜୁରାଟ : ଗୁଜୁରାଟର ଡାଙ୍ଗ ଜିଲ୍ଲାରେ ସେଲଫି ନେବା ନିଷେଧ । ପବ୍ଲିକ୍ ନୋଟିଫିକେସନ୍ ଅନୁଯାୟୀ ପର‌୍ୟ୍ୟଟନ ସ୍ଥାନରେ ସେଲଫି ଉପରେ ପ୍ରତିବନ୍ଧକ ଲଗାଯାଇଛି । ଯାହାଦ୍ୱାରା ଦୁର୍ଘଟଣାକୁ ରୋକାଯାଇପାରିବ । ଗୁଜୁରାଟର ଏକମାତ୍ର ପାହାଡ ଷ୍ଟେସନ, ଯେଉଁଠାରେ ବହୁ ସଂଖ୍ୟାରେ ପର‌୍ୟ୍ୟଟକ ଆସନ୍ତି । ସାପୁଟାରା ହିଲ ଷ୍ଟେସନରେ ଅବସ୍ଥିତ ଜଳପ୍ରପାତ ନିକଟରେ ସେଲଫି ନେବା ନିଷେଧାଦେଶ ଜାରି କରାଯାଇଛି । ଏପରି କରିବା ଏକ ଅପରାଧ ବୋଲି ବିବେଚନା କରାଯିବ ।

ଗୋଆ : ଗୋଆରେ ଅନେକ ମୃତ୍ୟୁ ପରେ ସ୍ଥାନୀୟ କର୍ତ୍ତୃପକ୍ଷ ସମୁଦ୍ର କୂଳରେ ସେଲଫି ନେବାକୁ ବାରଣ କରିଛନ୍ତି। ଭାରତର ଅଧିକାଂଶ ସ୍ଥାନରୁ ଲୋକମାନେ ଗୋଆରେ ପହଞ୍ଚନ୍ତି । ବିଚ୍ ରେ ସେଲ୍ଫି ନେବା ସହ ମନୋରମା ଦୃଶ୍ୟକୁ ମନଭରି ଉପଭୋଗ କରନ୍ତି । ତା’ପରେ କ୍ୟାମେରାରେ ଥିବା ସୁନ୍ଦର ଦୃଶ୍ୟକୁ କ୍ୟାପଚର କରିବାକୁ ଚାହାଁନ୍ତି । କିନ୍ତୁ ଦୁର୍ଘଟଣା ପରେ ଏସବୁ ଉପରେ ପ୍ରତିବନ୍ଧକ ଲାଗାଯାଇଛି ।

ଜାପାନ : ଜାପାନର ସର୍ବସାଧାରଣ ରେଳ ନେଟୱାର୍କରେ ସେଲଫି ନେବା ନିଷେଧ । ବିଶେଷକରି ସେଲଫି ଷ୍ଟିକର ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ । କାରଣ ସେଲଫି ଷ୍ଟିକ୍ ସହିତ ଦୁର୍ଘଟଣାର ସମ୍ଭାବନା ଅଛି ।

ଲଣ୍ଡନ ଟାୱାର : ଲଣ୍ଡନର ଟାୱାରର ଅନେକ ସ୍ଥାନରେ ସେଲଫି ନିଷେଧ ଘୋଷଣା କରାଯାଇଛି । ଲଣ୍ଡନ ଟାୱାରରେ କୋହିନୂର ହୀରା ରହିଛି । ଯେଉଁ କାରଣରୁ ଫଟୋଗ୍ରାଫ କୁ ବାରଣ କରାଯାଇଛି । ଏହା ରୟାଲ ଟ୍ରେଜେରୀର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବ ବୋଲି ବିଶ୍ୱାସ କରାଯାଏ।

ସ୍ପେନ୍ : ସ୍ପେନର ପ୍ରସିଦ୍ଧ ରନିଂ ଅଫ୍ ବୁଲ୍ସ ଇଭେଣ୍ଟ ସମୟରେ ସେଲଫି ନେବା ନିଷେଧାଦେଶ ଜାରି କରାଯାଇଛି । କାରଣ ଇଭେଣ୍ଟ ସମୟରେ ସେଲଫି ନେବାବେଳେ ଦୁର୍ଘଟଣା ଘଟିପାରେ । ଯଦି ଆପଣ ଏହି ନିୟମକୁ ଉଲ୍ଲଂଘନ କରନ୍ତି, ତେବେ ଆପଣଙ୍କୁ ୩,୩୦୫ ଡଲାର ଅର୍ଥାତ୍ ପ୍ରାୟ ୨.୭୦ ଲକ୍ଷ ଟଙ୍କା ଜୋରିମାନା ଭରିବାକୁ ପଡିପାରେ ।

Get real time updates directly on you device, subscribe now.