fbpx
BJD SKY
BJD SKY

ସାବଧାନ! ହାର୍ଟ ଆଟାକ ଆସିବା ପୂର୍ବରୁ ଦେଖାଦେଇଥାଏ ଏହି ୫ ଲକ୍ଷଣ

BJD

ଅନେକଥର ଲୋକଙ୍କୁ ଅନୁଭବ ବି ହୁଏନାହିଁ ଓ ହାର୍ଟ ଆଟାକର ଶିକାର ହୁଅନ୍ତି । ସାଧାରଣତଃ ଏହା ଖରାପ ଜୀବନଶୈଳୀ ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ଯୋଗୁଁ ହୋଇଥାଏ । ଆମେ ଏପରି କିଛି ଜିନିଷକୁ ଅଣଦେଖା କରିଥାଊ, ଯାହାକି ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ । କିଛି ରୋଗୀଙ୍କୁ ତ ହାର୍ଟ ଆଟାକ୍ ବିଷୟରେ ଜଣାପଡ଼ୁନାହିଁ । କିନ୍ତୁ ଯଦି ଆମେ ସତର୍କତା ଅବଲମ୍ବନ କରିବା ତେବେ ହାର୍ଟ ଆଟାକ୍ ଠାରୁ ହେବାକୁ ଥିବା ମୃତ୍ୟୁରୁ ବର୍ତ୍ତିପାରିବା । ହାର୍ଟ ଆଟାକର ଲକ୍ଷଣ ୧ ମାସ ଆଗରୁ ଜଣାପଡ଼ିବା ଆରମ୍ଭ ହୋଇଥାଏ । ଯଦି ଆପଣଙ୍କୁ ଏହି ୫ ଲକ୍ଷଣ ଦେଖାଦେଉଛି ତେବେ ସତର୍କ ହୋଇଯାଆନ୍ତୁ ଏହା ହାର୍ଟ ଆଟାକର କାରଣ ହୋଇପାରେ ଏବଂ ଆପଣଙ୍କୁ ଯଥାଶୀଘ୍ର ସ୍ୱାସ୍ଥ୍ୟ ପରୀକ୍ଷା କରାଇନେବା ଉଚିତ୍ ।

– ଛାତିରେ ହେଉଥିବା ଯନ୍ତ୍ରଣା ଆପଣଙ୍କୁ ହାର୍ଟ ଆଟାକର ଶିକାର କରିପାରେ । ଯଦି ଆପଣଙ୍କ ଶରୀରରେ କୌଣସି ପ୍ରକାର ଯନ୍ତ୍ରଣା ଅନୁଭବ ହେଉଛି, ଛାତି ପୋଡ଼ିଲା ପରି ଅନୁଭବ ହେଉଛି ତେବେ ଏହା ମଧ୍ୟ ହାର୍ଟ ଆଟାକର ଲକ୍ଷଣ ହୋଇପାରେ, ତେଣୁ ଏହାକୁ ଅଣଦେଖା ନକରି ଡାକ୍ତରଙ୍କ ପରାମର୍ଶ କରିନିଅନ୍ତୁ ।

– ବିନା କୌଣସି କାମ ନକରି ମଧ୍ୟ ହାଲିଆ ଲାଗିବା ମଧ୍ୟ ହାର୍ଟ ଆଟାକର ଲକ୍ଷଣ ହୋଇପାରେ ।

– ଅଧିକ ସମୟ ଧରି ଥଣ୍ଡା ଲାଗି ରହିବା ମଧ୍ୟ ହାର୍ଟ ଆଟାକର ସଙ୍କେତ ହୋଇପାରେ ।

– ହାର୍ଟ ଦୁର୍ବଳ ହେବା ଯୋଗୁଁ ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇପାରେନାହିଁ । ଏମିତିରେ ମସ୍ତିଷ୍କକୁ ଠିକ୍ ଭାବରେ ଅମ୍ଳଜାନ ମିଳିପାରେନାହିଁ ଫଳରେ ମୁଣ୍ଡ ବୁଲାଇଥାଏ । ଏହା ହାର୍ଟ ଆଟାକର ଏକ ଗମ୍ଭୀର ଲକ୍ଷଣ, ତେଣୁ ଆପଣଙ୍କୁ ଏହା ଉପରେ ତୁରନ୍ତ ଧ୍ୟାନ ଦେବା ଦରକାର ।

– ଏହା ବ୍ୟତୀତ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ହେବା ମଧ୍ୟ ହାର୍ଟ ଆଟାକର ଲକ୍ଷଣ ହୋଇପାରେ । ହାର୍ଟ ଠିକ୍ ଭାବରେ କାମ ନକରିପାରିବା ଯୋଗୁଁ ଫୁସଫୁସକୁ ଠିକ୍ ପରିମାଣର ଅକ୍ସିଜେନ ପହଞ୍ଚିପାରେନାହିଁ ଫଳରେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ହୋଇଥାଏ ।

Get real time updates directly on you device, subscribe now.