fbpx

ଜାଣନ୍ତୁ ଭାରତର କୋଟିପତି ଭିକାରିଙ୍କ ବିଷୟରେ, ଯେଉଁମାନେ ଭିକମାଗି ହାସଲ କରିଛନ୍ତି ଅଚଳାଚଳ ସମ୍ପତ୍ତି

ଏ ଦୁନିଆରେ ଅନେକ ଧନୀ ଓ ଗରିବ ଉଭୟ ଶ୍ରେଣୀର ଲୋକ ବସବାସ କରନ୍ତି । ବିଜିନେସ ବା ଅନ୍ୟ କୌଣସି କାର୍ଯ୍ୟ କରି ଜଣେ କୋଟିପତି ହୋଇପାରେ । ମାତ୍ର କଣ ଆପଣ ଜାଣିଛନ୍ତି କି ଭିକ ମାଗି ଜଣେ କୋଟିପତି ହୋଇପାରିଛି ବୋଲି । ଅବିଶ୍ୱାସ ହେଲେ ବି କଥାଟି ସତ । ଆସନ୍ତୁ ଜାଣିବା ଭାରତର ଏଭଳି କିଛି କୋଟିପତି ଭିକାରିଙ୍କ ବିଷୟରେ ।

୧- ପାଟନାର ଏକ ରେଳ ଷ୍ଟେସନରେ ପପୁ ନାମକ ଜଣେ ଭିକାରିଙ୍କୁ ଦେଖିବାକୁ ମିଳିଥାଏ । ପପୁ କେବଳ ଭିକ୍ଷା ବୃତ୍ତି କରି ୧.୨୫ କୋଟି ଟଙ୍କାର ସମ୍ପତ୍ତି ଅର୍ଜନ କରିପାରିଛନ୍ତି । ତାଙ୍କ ପାଖରେ ୫ଟି ବ୍ୟାଙ୍କ ଆକାଉଣ୍ଟ ରହିଛି । ପପୁଙ୍କ କହିବା କଥା, ସେ ଘର ଛାଡ଼ି ଚାଲି ଆସିବା ପରେ ମୁମ୍ବାଇ ରେଳ ଷ୍ଟେସନରେ ଅସହାୟ ଅବସ୍ଥାରେ ଠିଆ ହୋଇଥିଲେ । ଏହି ସମୟରେ କିଛି ସହୃଦୟ ବ୍ୟକ୍ତି ତାଙ୍କୁ ଭିକାରି ଭାବି କିଛି ଟଙ୍କା ଦେଇଥିଲେ । ପରେ ସେ ପ୍ରତିଦିନ ଏହି ପେଶା କରି ବହୁତ ଟଙ୍କା ଉପାର୍ଜନ କରିପାରିଥିଲେ ।

୨- କ୍ରିଷ୍ଣା କୁମାର ଗିତେ ନାମକ ଜଣେ ଭିକାରି ଦିନକୁ ୧୫୦୦ ଟଙ୍କା ରୋଜଗାର କରନ୍ତି । କ୍ରିଷ୍ଣା ମୁମ୍ବାଇର ଚରଣି ରୋଡ଼ ନିକଟସ୍ଥ ସିପି ଟ୍ୟାଙ୍କ ନିକଟରେ ଭିକ୍ଷା ବୃତ୍ତି କରିଥାନ୍ତି । ତାଙ୍କର ନିଜର ଏକ ଫ୍ଲାଟ ଅଛି, ଯେଉଁଠାରେ ସେ ନିଜର ଭାଇଙ୍କ ସହ ରୁହନ୍ତି । ତାଙ୍କର ସମସ୍ତ ଆର୍ଥିକ କାରବାର ଭାଇ ବୁଝନ୍ତି ବୋଲି କ୍ରିଷ୍ଣା କୁହନ୍ତି ।

୩- ସର୍ଭାତିଆ ଦେବୀ ହେଉଛନ୍ତି ଦେଶର ମହିଳା ଭିକାରିଙ୍କ ମଧ୍ୟରୁ ଜଣେ । ସେ ବର୍ଷକୁ ୩୬ ହଜାର ଟଙ୍କାର ବୀମା ପ୍ରିମିୟମ ଦେଉଛନ୍ତି । ପାଟନାର ଅଶୋକ ସିନେମା ହଲର ପଛପାଖରେ ସେ ତାଙ୍କ ଝିଅଙ୍କ ସହିତ ଏକ ବିଳାସପୂର୍ଣ୍ଣ ଘରେ ରହୁଛନ୍ତି ।

୪- ଭାରତ ଜୈନ ନାମକ ଜଣେ ଭିକାରି ମୁମ୍ବାଇରେ ଭିକ୍ଷାବୃତ୍ତି କରନ୍ତି । ଭାରତଙ୍କର ଦୁଇଟି ଆପାର୍ଟମେଣ୍ଟ ରହିଥିବା ବେଳେ ସେଗୁଡ଼ିକର ମୂଲ୍ୟ ୨ କୋଟି ଟଙ୍କା ହେବ । ଏଥି ସହ ତାଙ୍କର ଏକ ଜୁସ ଦୋକାନ ସହ ଆଉ ଏକ ଦୋକାନ ରହିଛି । ସେ ଭିକ୍ଷା ବୃତ୍ତି କରି ମାସକୁ ୭୫ ହଜାର ଟଙ୍କାର ରୋଜଗାର କରିଥାନ୍ତି ।

Get real time updates directly on you device, subscribe now.