fbpx

ଫିକ୍ସ ଡିପୋଜିଟ୍ ଉପରେ ଅଧିକ ସୁଧ ଦେଉଛନ୍ତି ଏହି ବ୍ୟାଙ୍କ୍, ବରିଷ୍ଠ ନାଗରିକଙ୍କ ପାଇଁ ରହିଛି ଖାସ୍ ଅଫର୍

AAKASH

ନୂଆଦିଲ୍ଳୀ: ରିଜର୍ଭ ବ୍ୟାଙ୍କ୍ ରେପୋ ରେଟ୍ ବୃଦ୍ଧି କରିବା ପରଠାରୁ ଅନେକ ବ୍ୟାଙ୍କ୍ ନିଜର ଫିକ୍ସ ଡିପୋଜିଟ୍ ଉପରେ ଦିଆଯାଉଥିବା ସୁଧ ଦରକୁ ବଢ଼ାଇଛନ୍ତି । ଅବଶ୍ୟ ରେପୋରେଟ୍ ବଢ଼ିବା ପରେ ଭାରତରେ ମୁଦ୍ରାସ୍ଫିତିରେ ହ୍ରାସ ପରିଲକ୍ଷିତ ହୋଇଛି । ଜୁଲାଇରେ ଜାରି ସୂଚନା ଅନୂଯାୟୀ ଭାରତର ବର୍ତ୍ତମାନ ମୁଦ୍ରାସ୍ଫୀତି ହାର ୬.୭୧ ପ୍ରତିଶତ ରହିଛି ଯାହା ଗତ ୪ ମାସରେ ସବୁଠୁ କମ୍ ।

ଏହାରି ମଧ୍ୟରେ ଅନେକ ବ୍ୟାଙ୍କ୍ ଫିକ୍ସ ଡିପୋଜିଟ୍ (Fixed Deposit) ସୁଧ ହାରରେ ଭାରତର ମୁଦ୍ରାସ୍ପୀତି ଦରଠାରୁ ଅଧିକ ବଢ଼ାଇଛନ୍ତି । ଏହି ବ୍ୟାଙ୍କମାନେ ନିଜର ରେଗୁଲାର ଗ୍ରାହକଙ୍କ ସହ ବରିଷ୍ଠ ନାଗରିକଙ୍କ ପାଇଁ ମଧ୍ୟ ଅଲଗା ସୁଧ ହାର ବଢ଼ାଇଛନ୍ତି । ତେବେ ଆସନ୍ତୁ ଜାଣିବା ସେହିଭଳି କିଛି ବ୍ୟାଙ୍କ୍ (Bank) ବିଷୟରେ ଯେଉଁମାନେ ଫିକ୍ସ ଡିପୋଜିଟ୍ ଉପରେ ୮ ପ୍ରତିଶତରୁ ୮.୭୫ ପ୍ରତିଶତ ପର୍ଯ୍ୟନ୍ତ ଉଚ୍ଚ ସୁଧ ଦେଉଛନ୍ତି ।

ଶ୍ରୀରାମ ଟ୍ରାନ୍ସପୋର୍ଟ ଫାଇନାନ୍ସ ଫିକ୍ସ ଡିପୋଜିଟ୍  ଉପରେ ଏହାର ସୁଧ ହାର ବଢ଼ାଇଛି । ଫାଇନାନ୍ସ ସାଧାରଣ ନାଗରିକଙ୍କ ପାଇଁ ୮.୨୫ ପ୍ରତିଶତ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ୮.୭୫ ପ୍ରତିଶତ ହାରରେ ସୁଧ ଦେଉଛି । ତେବେ କମ୍ପାନୀ ଏହି ସୁଧ ୫ ବର୍ଷର ଫିକ୍ସ ଡିପୋଜିଟ୍ ଉପରେ ଦେଉଛି ।

ଉକ୍ରର୍ଷ ସ୍ମଲ ଫାଇନାନ୍ସ ବ୍ୟାଙ୍କ୍: ବ୍ୟାଙ୍କ୍ ୭ ଦିନରୁ ନେଇ ୫ ବର୍ଷ ଅବଧି ପାଇଁ ହେଉଥିବା ଫିକ୍ସ ଡିପୋଜିଟ୍ ଉପରେ ସୁଧ ଦର ବଢ଼ାଇଛି । । ବ୍ୟାଙ୍କ୍ ବର୍ତ୍ତମାନ ସାଧାରଣ ନାଗରିକଙ୍କ ପାଇଁ ୭.୫୦ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ୮.୨୫ ସୁଧ ଦେଉଛି । ଏହା ସହ ବରିଷ୍ଠ ନାଗରିକଙ୍କୁ ଅତିରିକ୍ତ ସୁଧ ମଧ୍ୟ ମିଳିବ ।

ଜନ ସ୍ମଲ ଫାଇନାନ୍ସ ବ୍ୟାଙ୍କ୍: ତିନି ଦିନରୁ ୫ ବର୍ଷ ଅବଧିର ଫିକ୍ସ ଡିପୋଜିଟ୍ ଉପରେ ସୁଧ ହାର ବଢ଼ାଇଛି । ବ୍ୟାଙ୍କ୍ ସାଧାରଣ ଗ୍ରାହକଙ୍କୁ ୭.୩୫ ପ୍ରତିଶତ ସୁଧ ଦେଉଥିବାବେଳେ ବରିଷ୍ଠ ନାଗରିକଙ୍କୁ ୮.୧୫ ପ୍ରତିଶତ ସୁଧ ହେଉଛି ।

Get real time updates directly on you device, subscribe now.