fbpx

ଇନ୍‌ଷ୍ଟାଗ୍ରାମରେ ଗୋଟିଏ ଫଟୋ ସେୟାର ପାଇଁ ସେଲିବ୍ରିଟିଙ୍କୁ ମିଳେ କୋଟି କୋଟି ଟଙ୍କା: ଜାଣନ୍ତୁ କାହାକୁ ମିଳୁଛି କେତେ ଟଙ୍କା…

ନୂଆଦିଲ୍ଲୀ: ଇନ୍‌ଷ୍ଟାଗ୍ରାମରେ ଗୋଟିଏ ଫଟୋ ସେୟାର ପାଇଁ କେତେକ ସେଲିବ୍ରିଟିଙ୍କୁ ମିଳୁଛି କୋଟି କୋଟି ଟଙ୍କା । ଜାଣିବାକୁ ଚାହୁଁଛନ୍ତି କି କେଉଁ ମାନଙ୍କ ନାମ ଏହି ଲିଷ୍ଟ୍ ଭିତରେ ରହିଛି । ତେବେ ଅସନ୍ତୁ ଜାଣିବା ସେମାନଙ୍କ ବିଷୟରେ । ପ୍ରିୟଙ୍କା ଚୋପ୍ରା:- ଗୋଟିଏ ପୋଷ୍ଟ ଲାଗି ୨ କୋଟି ଟଙ୍କା ମିଳେ ବଲିଉଡ ଓ ହଲିଉଡ ଷ୍ଟାର ପ୍ରିୟଙ୍କା ଚୋପ୍ରାଙ୍କୁ । ଦିପିକା ପାଦୁକନ:- ସେହିପରି ଆଉଜଣେ ବଲିଉଡ ଷ୍ଟାର ଦିପିକା ପାଦୁକନଙ୍କୁ ଗୋଟିଏ ଫଟୋ ପୋଷ୍ଟ ପାଇଁ ୧ ରୁ ୨ କୋଟି ଟଙ୍କା ମିଳିଥାଏ । କ୍ୟାଟ୍ରିନା କେଫ୍:- ଦେଖିବାକୁଗଲେ ବଲିଉଡ ଷ୍ଟାର କ୍ୟାଟ୍ରିନା କେଫ୍ ଙ୍କୁ ଗୋଟିଏ ପୋଷ୍ଟ ଲାଗି ମିଳିଥାଏ ପାଖାପାଖି ଏକ କୋଟି ଟଙ୍କା ।

ଆଲିଆ ଭଟ୍ଟ:- ଏହି ଲିଷ୍ଟରେ ଆଲିଆ ଭଟ୍ଟଙ୍କ ନାମ ମଧ୍ୟ ରହିଛି, ତାଙ୍କୁ ଗୋଟିଏ ପୋଷ୍ଟ ଲାଗି ମିଳିଥାଏ ପାଖାପାଖି ଦେଢ କୋଟି ରୁ ଦୁଇ କୋଟି ଟଙ୍କା । ଅକ୍ଷୟ କୁମାର:- ବଲିଉଡର ସୁପରଷ୍ଟାର୍ ଅକ୍ଷୟ କୁମାର ବି ଏହି ଲିଷ୍ଟରେ ଅଛନ୍ତି । ତାଙ୍କୁ ମଧ୍ୟ ଗୋଟିଏ ପୋଷ୍ଟ ପାଇିଁ ମିଳିଥାଏ ପାଖାପାଖି ଦୁଇ କୋଟି ରୁ ତିନି କୋଟି ଟଙ୍କା । ଏମାନଙ୍କ ଗୋଟିଏ ଗୋଟିଏ ପୋଷ୍ଟରେ ତାଙ୍କୁ କୋଟି କୋଟି ଟଙ୍କା ମିଳିଥାଏ ।

Get real time updates directly on you device, subscribe now.