fbpx

ଆଉ ୨ ଦିନ ଭିତରେ ଆସିବ PM Kisaanର ଦ୍ୱାଦଶ କିସ୍ତି: ଏହିମାନଙ୍କୁ ମିଳି ନ ପାରେ ଟଙ୍କା

ନୂଆଦିଲ୍ଲୀ: ଦେଶର କୃଷକଙ୍କ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପ୍ରୟାସକୁ ନେଇ ବେସ୍ ଉତ୍ସାହିତ ଅଛନ୍ତି ଚାଷୀ । ପ୍ରାୟ ୧୦.୬୪ କୋଟି ଚାଷୀଙ୍କୁ ଏହାର ଲାଭ ମିଳିପାରିବ । ୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ ୬୬,୪୮୩ କୋଟି ଟଙ୍କା କୃଷକମାନଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଛି । ପିଏମ କିସାନ ଯୋଜନାରେ କୃଷକମାନଙ୍କ ଆକଉଣ୍ଟକୁ ୧୧ଟି କିସ୍ତି ଆସି ସାରିଥିବା ବେଳେ ଏବେ ଦ୍ୱାଦଶ କିସ୍ତି ପଠାଯାଉଛି ।

ଏହି ଯୋଜନାରେ ବାର୍ଷିକ ୬୦୦୦ ଟଙ୍କା କୃଷକ ୩ଟି କିସ୍ତିରେ ଟଙ୍କା ପାଇଥାନ୍ତି । ସିଧା କୃଷକମାନଙ୍କ ଆକାଉଣ୍ଟକୁ ଏହି ଟଙ୍କା କେନ୍ଦ୍ର ସରକାରଙ୍କ ତରଫରୁ ଆସିଥାଏ । ଚଳିତ ମାସ ଶେଷ ଅର୍ଥାତ ୩୦ ସେପ୍ଟେମ୍ବର ସୁଦ୍ଧା ଏହି କିସ୍ତି କୃଷକମାନଙ୍କ ଆକାଉଣ୍ଟକୁ ଆସିଯିବ ବୋଲି ଅନୁମାନ କରାଯାଉଛି । ତେବେ ସରକାରଙ୍କ ତରଫରୁ ଏ ନେଇ କୌଣସି ଘୋଷଣା କରାଯାଇ ନାହିଁ । ତେବେ କିଛି କୃଷକମାନଙ୍କୁ କିସ୍ତିର ଏହି ଟଙ୍କା ମିଳିପାରିବ ନାହିଁ ବୋଲି ଜଣାଯାଇଛି । ନିଜ କେୱାଇସି କରାଇଥିବା କୃଷକମାନଙ୍କୁ ହିଁ କେବଳ ଏହି ଟଙ୍କା ମିଳିପାରିବ ।

ତେବେ ଯେଉଁମାନେ ସେମାନଙ୍କ କେୱାଇସି ଅପଡେଟ କରି ନଥିବେ ସେମାନଙ୍କ ପାଇଁ ଏହି କିସ୍ତି ଅଟକାଇ ଦିଆଯିବ । ଇ-କେୱାଇସି ପ୍ରକ୍ରିୟା ପୂରଣ କରିବା ପାଇଁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ସମୟସୀମା ଦିଆଯାଇଥିଲା । ତେବେ ଏହି ସମୟ ଶେଷ ହୋଇସାରିଥିବା ବେଳେ ଅପଡେଟ କରି ନଥିବା କୃଷକମାନଙ୍କୁ ଦ୍ୱାଦଶ କିସ୍ତି ଦିଆଯିବ ନାହିଁ ।

Get real time updates directly on you device, subscribe now.