fbpx

ଏହି ୪ଟି ଭୁଲ୍ ପାଇଁ ଆପଣଙ୍କ ଆକାଉଣ୍ଟ୍ ହୋଇପାରେ ଖାଲି, ଜାଣନ୍ତୁ କିପରି ରହିବେ ସଚେତନ

ନୂଆଦିଲ୍ଲୀ: ଆଜିକା ସମୟରେ ଟେକ୍ନୋଲୋଜିରେ ଅନେକ ପରିବର୍ତ୍ତନ ଆସିଲାଣି । ଲୋକମାନେ ଡିଜିଟାଲ୍ କାରବାର କରିବାକୁ ଅଧିକ ପସନ୍ଦ କରୁଛନ୍ତି । ପ୍ରାୟତ ସବୁକିଛି ଅନଲାଇନ୍ ମାଧ୍ୟମରେ ହେଉଛି । କାରଣ ଏହା ଦ୍ୱାରା ସମୟ ବଞ୍ଚିବା ସହିତ ଖୁବ୍ ସହଜରେ କାରବାର ହୋଇପାରୁଛି । ପେମେଣ୍ଟ ଠାରୁ ଆରମ୍ଭ କରି ଅନଲାଇନ୍ ସପିଂ ପର୍ଯ୍ୟନ୍ତ ସବୁକିଛି ମାତ୍ର କିଛି ମିନିଟ୍ ରେ ହୋଇପାରୁଛି । ହେଲେ ଗୋଟେ ପଟେ ଡିଜିଟାଲ୍ କାରବାର ବଢ଼ୁଥିବା ବେଳେ ସାଇବର୍ ଫ୍ରଡ୍ ମଧ୍ୟ ବଢ଼ିଚାଲିଛି । ଆପଣଙ୍କ ଛୋଟ ଭୁଲ୍ ବଡ଼ ବଡ଼ ସମସ୍ୟାରେ ପକାଇପାରେ । ତେଣୁ ଜରୁରୀ ଟ୍ରାନଜାକ୍ସନ୍ କରିବା ପୂର୍ବରୁ କିଛି ବିଶେଷ ଦିଗ ଉପରେ ଧ୍ୟାନ ଦେବାକୁ ପଡେ ।

୧. ଯେତେବେଳେ ଆପଣ ଅନଲାଇନ୍ ମାଧ୍ୟମରେ କିଣାକିଣି କରୁଛନ୍ତି ସେ ସମୟରେ ଦୁଇଟି ବିକଳ୍ପ ଦେଖିବାକୁ ମିଳେ । ପ୍ରଥମଟି ପାସୱାର୍ଡ ଓ ଦ୍ୱିତୀୟରେ ଓଟିପି । ଆପଣଙ୍କ ସବୁବେଳେ ଓଟିପି କୁ ଚୟନ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଟ୍ରାନଜାକ୍ସନ୍ ସୁରକ୍ଷିତ ହୋଇଥାଏ ଓ ଆପଣଙ୍କ ପାସୱାର୍ଡ କେହି ଦେଖି ବି ପାରିବେନି ।

୨. ସେହିଭଳି ଆପଣ ଯେତେବେଳେ ଅନଲାଇନ୍ ଟ୍ରାନଜାକ୍ସନ୍ କରୁଛନ୍ତି ସେ ସମୟରେ ଏକ ବିକଳ୍ପ ରହିଥାଏ ଯାହା ସାହାଯ୍ୟରେ ଆପଣ ନିଜ କାର୍ଡର ତଥ୍ୟ ସେଭ୍ କରିପାରିବେ । ଏହାର ଅର୍ଥ ଆପଣ କେବଳ ସିଭିଭି ବ୍ୟତୀତ ଆଉ କିଛି ସୁଚନା ଦେବାକୁ ପଡ଼େ ନାହିଁ । ଆଉ ଆପଣଙ୍କ ଟ୍ରାନଜାକ୍ସନ୍ ହୋଇଯାଏ । ହେଲେ ଆପଣ ଏପରି ଆଦୌ କରନ୍ତୁ ନାହିଁ । କାର୍ଡର ତଥ୍ୟ ସେଭ୍ କରନ୍ତୁ ନାହିଁ ।

୩. ଅନଲାଇନ୍ ଟ୍ରାନଜାକ୍ସନ୍ କରିବା ସମୟରେ ସବୁବେଳେ ନିଜର ଫୋନ୍ କିମ୍ବା କମ୍ପ୍ୟୁଟର୍/ଲାପଟପ୍ ବ୍ୟବହାର କରନ୍ତୁ । କୌଣସି ସାଇବର୍ କେପ୍ କିମ୍ବା ଅଫିସ୍ ସିଷ୍ଟମ୍ କୁ ବ୍ୟବହାର କରନ୍ତୁ ନାହିଁ । ଏପରି କରି ଠକେଇରୁ ବଞ୍ଚିପାରିବେ ।

Get real time updates directly on you device, subscribe now.