fbpx
BSKY SKY
BSKY SKY

କରୋନା ଭୟ: ସଂକ୍ରମିତ ଛୁଆକୁ କାର ଡିକିରେ ବନ୍ଦ କରି ରଖିଲା ମା’, ଗିରଫ କଲା ପୋଲିସ

BSKY

ନୂଆଦିଲ୍ଲୀ: କୁହାଯାଏ ସଂସାରରେ ମା’ର ମମତା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । କୌଣସି ଅର୍ଥ ଏହାକୁ କିଣିବାରେ ସକ୍ଷମ ହୋଇନଥାଏ । ତେବେ କରୋନା ସଂକ୍ରମଣ କାରଣରୁ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି ଜଣେ ମା’ । ନିଜର କରୋନା ସଂକ୍ରମିତ ଛୁଆକୁ କାର ଡିକିରେ ବନ୍ଦ କରିଛନ୍ତି ମା’ । ସଂକ୍ରମିତ ହେବା ଭୟରେ ନିଜ ଛୁଆକୁ କାର ଡିକିରେ ବନ୍ଦ କରି ରଖିଥିବା ବେଳେ ବର୍ତ୍ତମାନ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି । ଆମେରିକାର ଟେକ୍ସାସରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଜଣେ ଶିକ୍ଷୟିତ୍ରୀ ସାରା ବିମଙ୍କୁ ପୋଲିସ ଗିରଫ କରିଛି ।

ଜାନୁୟାରୀ ୩ ତାରିଖରେ ସାରା ନିଜ କାରରେ ହାରିସ କଣ୍ଟ୍ରି ଯାଇଥିଲେ । ସେଠାରେ ଜଣେ ବ୍ୟକ୍ତି କାର ଡିକିରୁ କିଛି ସାଉଣ୍ଡ ବାହାରୁଥିବା ଶୁଣିବାକୁ ପାଇଥିଲେ । ଏହି ଘଟଣା ପରେ ସେ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ପ୍ରଥମେ ପୋଲିସ ଏହାକୁ ଏକ ଅପହରଣ ମାମଲା ବୋଲି ଭାବିଥିଲା । ମାତ୍ର ପରେ ଏହା ସାରାଙ୍କ ୧୩ ବର୍ଷୀୟ ପୁଅ ବୋଲି ଜଣାପଡିଥିଲା । ପୋଲିସ ଗିରଫ କରିବା ପରେ ପ୍ରକୃତ ଘଟଣା ଜଣାପଡିଥିଲା । ସାରାଙ୍କ ପୁଅ କୋଭିଡରେ ଆକ୍ରାନ୍ତ ହୋଇଥିଲେ । ଏହି ଘଟଣା ପରେ ନିଜେ ସଂକ୍ରମିତ ହେବା ଭୟରେ କାର ଡିକିରେ ବନ୍ଦ କରି ରଖିଥିଲେ ସାରା । ଏହା ସହିତ ଆଉଥରେ ଟେଷ୍ଟ କରିବା ପାଇଁ ନେଇ ଯାଉଥିବା ସମୟରେ ଧରା ପଡିଥିଲେ । ଶିଶୁଟି ବର୍ତ୍ତମାନ ସୁରକ୍ଷିତ ରହିଥିବା ବେଳେ ସ୍କୁଲ ଶିକ୍ଷୟିତ୍ରୀ ସାରା ବର୍ତ୍ତମାନ ପୋଲିସ ହେପାଜତରେ ରହିଛନ୍ତି ।

Get real time updates directly on you device, subscribe now.