fbpx

ବଦଳିଲେ ପଞ୍ଜାବର ପୋଲିସ୍ ମହାନିର୍ଦ୍ଦେଶକ: ବୀରେଶ କୁମାର ଭାୱରା ହେଲେ ନୂଆ ଡିଜିପି

ନୂଆଦିଲ୍ଲୀ: ବଦଳିଲେ ପଞ୍ଜାବର ପୋଲିସ୍ ମହାନିର୍ଦ୍ଦେଶକ । ବୀରେଶ କୁମାର ଭାୱରା ହେଲେ ପଞ୍ଜାବର ନୂଆ ପୋଲିସ ମହାନିର୍ଦ୍ଦେଶକ । ୟୁପିଏସସି ସୁପାରିସ କରିଥିବା ୩ ଆଇପିଏସଙ୍କ ମଧ୍ୟରୁ ଭାୱରାଙ୍କୁ ନିଯୁକ୍ତି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟିକୁ ନେଇ ହଇଚଇ ପରେ ନୂଆ ନିଯୁକ୍ତି । ସିଦ୍ଧାର୍ଥ ଚଟୋପାଧ୍ୟାଙ୍କ ସ୍ଥାନରେ ଏବେ ଡିଜିପି ଦାୟିତ୍ୱ ତୁଲାଇବେ ବୀରେଶ କୁମାର ଭାୱରା ।

ପଞ୍ଜାବରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବାର କିଛି ଘଣ୍ଟା ପୂର୍ବରୁ ଚରଣଜୀତ ସିଂହ ଚନ୍ନୀଙ୍କ ସରକାର ଡିଜିପି ସିଦ୍ଧାର୍ଥ ଚଟୋପାଧ୍ୟୟଙ୍କୁ ପଦରୁ ହଟାଇଛି । ତାଙ୍କ ସ୍ଥାନରେ ଆଇପିଏସ ଅଧିକାରୀ ବିକେ ଭାବରାଙ୍କୁ ରାଜ୍ୟର ନୂଆ ଡିଜିପି ଭାବରେ ନିଯୁକ୍ତ କରାଯାଇଛି ।

ଏନେଇ ସରକାରଙ୍କ ତରଫରୁ କୁହାଯାଇଛି ଯେ ପଞ୍ଜାବରେ ନିର୍ବାଚନ ଆଚରଣ ବିଧି ଲାଗିବା ପୂର୍ବରୁ ହିଁ ପଞ୍ଜାବ ସରକାର ୟୁପିଏସସି ପ୍ୟାନେଲକୁ ଆଇପିଏସ ଅଫିସରଙ୍କ ନାମ ସୁପାରିଶ କରିଥିଲେ । ଏଥିରେ ବିକେ ଭାୱରାଙ୍କ ନାମକୁ ନୂଆ ଡିଜିପି ଭାବରେ ବଛାଯାଇଥିଲା । ବିକେ ଭାୱାରା ୧୯୮୭ ବ୍ୟାଚର ଆଇପିଏସ । ପୂର୍ବରୁ ସେ ଭିଜିଲାନ୍ସର ମୁଖ୍ୟ ଭାବରେ ମଧ୍ୟ କାମ କରିସାରିଛନ୍ତି ।

କୁହାଯାଉଛି ୫ ଜାନୁଆରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଜାବ ଗସ୍ତ ସମୟରେ ସୁରକ୍ଷା ତ୍ରୁଟି ମାମଲାରେ ପରେ ଚଟୋପାଧ୍ୟାୟଙ୍କ ଉପରେ ଏହା କାର୍ଯ୍ୟାନୁଷ୍ଠାନ ।

Get real time updates directly on you device, subscribe now.