fbpx

ଧନକୁ ଆକର୍ଷିତ କରିଥାଏ ଲାଲ କିତାବର ଏହି ସରଳ ଉପାୟ, ଜାଣିନିଅନ୍ତୁ କ’ଣ ସେହି ୧୦ଟି ଉପାୟ

ଓଡ଼ିଶା ଭାସ୍କର: ଲାଲ କିତାବକୁ ଭାରତୀୟ ଜ୍ୟୋତିଷ ଗ୍ରନ୍ଥ କୁହାଯାଏ । ଏହି ଲାଲ କିତାବରେ କିଛି ସହଜ ଓ ସରଳ ଉପାୟ ବିଷୟରେ କୁହାଯାଇଛି । କୁହାଯାଇଛି କି ଲାଲ କିତାବର ଏହି ଉପାୟ ବଳରେ ଆପଣ ଧନକୁ ଆକର୍ଷିତ କରିପାରିବେ । ଏହି ପରାମର୍ଶ ଗ୍ରହର ସ୍ଥିତି ଓ ନକ୍ଷତ୍ର ଆଧାରରେ ଦିଆଯାଇଛି ।
ଲାଲ କିତାବରେ କିଛି ଉପାୟ ଆମର ଧର୍ମଗ୍ରନ୍ଥ ମାନଙ୍କରୁ ହିଁ ନିଆଯାଇଛି ଯେଉଁଥିରେ ଜୀବନର ସବୁ ସମସ୍ୟା ଦୂର କରିବା ବିଷୟରେ କୁହାଯାଇଛି । ଏହି କ୍ରମରେ ଆସନ୍ତୁ ଜାଣିବା ଲାଲ କିତାବରେ ଦିଆଯାଇଥିବା କିଛି ଉପାୟ ବିଷୟରେ ।

୧-ଆପଣ ଆଲମାରୀ ବା ଗଡରେଜ୍‌ରେ ଦାମୀ ଜିନିଷ, ପଇସା ସହିତ ସୁନା ଓ ରୂପା ମୁଦ୍ରା ଲାଲ କପଡାରେ ବାନ୍ଧି ଜରୁର ରଖନ୍ତୁ ।
୨-ଧନ ଦେବୀ ମା’ ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ପବିତ୍ର ମନରେ ଶ୍ରୀ ସୁକ୍ତ ପାଠ କରନ୍ତୁ ।
୩-ନିଜ ପୂଜା ଘରେ ଏକ ଶ୍ରୀଯନ୍ତ୍ର ରଖନ୍ତୁ ଏବଂ ନିୟମିତ ଭାବରେ ଏହାର ପୂଜା କରନ୍ତୁ ।
୪-ଗାଈକୁ ଗୁଡ ଖୁଆନ୍ତୁ । ଏହାଦ୍ୱାରା ଭଗବାନ ବୃହସ୍ପତିଙ୍କ କୃପା ପ୍ରାପ୍ତ ହେବ । ଏହାସହିତ ଧନ ବୃଦ୍ଧି ହେବ ।
୫-ଶନିବାର ଜୋତା ଦାନ କରନ୍ତୁ । ଏପରି କରିବା ଦ୍ୱାରା ଶନିଦେବ ପ୍ରସନ୍ନ ହୋଇଥାନ୍ତି । ଏହାସହିତ ଜୀବନରେ ଆର୍ଥିକ ସମସ୍ୟା ଦୂର ହୋଇଥାଏ ।
୬-ଘରେ ମହାଲକ୍ଷ୍ମୀ ଯନ୍ତ୍ର ସ୍ଥାପନା କରନ୍ତୁ ।
୭-ଶୁକ୍ର ଗ୍ରହଙ୍କୁ ପ୍ରସନ୍ନ କରିବା ଲାଗି ପିମ୍ପୁଡିଙ୍କୁ ଚିନି ଖାଇବାକୁ ଦିଅନ୍ତୁ । ଏପରି କରିବା ଦ୍ୱାରା ଧନର ଆଗମନ ହୋଇଥାଏ ।
୮-ଘରେ ଅଯଥାରେ ପାଣି ନଷ୍ଟ ହେବାକୁ ଦିଅନ୍ତୁ ନାହିଁ । ଏହାଦ୍ୱାରା ଆର୍ଥିକ ଦୂରାବସ୍ଥାର ସାମ୍ନା କରିବାକୁ ପଡିଥାଏ ।
୯-କୁବେରଙ୍କ ସାମ୍ନାରେ ଘିଅ ଦୀପ ଜଳାନ୍ତୁ ଓ ଆର୍ଥିକ ସମୃଦ୍ଧି ଲାଗି ପ୍ରାର୍ଥନା କରନ୍ତୁ ।
୧୦-ନକରାତ୍ମକତା ଦୂର କରିବା ଲାଗି ଘରେ କୌଣସି ବି ଅବ୍ୟବସ୍ଥା ଥିଲେ ତାହାକୁ ହଟାନ୍ତୁ ।

Get real time updates directly on you device, subscribe now.