fbpx
BJD SKY
BJD SKY

ବ୍ରେକଅପ୍ ହୋଇଛି କି? ଆପଣଙ୍କ ଯନ୍ତ୍ରଣାକୁ ଦୂର କରିବାରେ ସାହାଯ୍ୟ କରିବ ଏହି ପରାମର୍ଶ

BJD

ବ୍ରେକଅପ୍ ହେଲେ ସମ୍ଭରଳିବା ଅତ୍ୟନ୍ତ କଷ୍ଟ । କେତେଜଣଙ୍କ ପାଇଁ ଅତି ସହଜ ହୋଇଥିବା ବେଳେ ଆଉ କେତେକଙ୍କ ପ୍ରତ୍ରେକ ଦିନ ବେକଅପ୍ ଏକ ବୋଝ ପରି ଲାଗିଥାଏ । ବେଳେବେଳେ ଏଥିରୁ ବାହାରିବା ବହୁତ କଷ୍ଟ ହୋଇଯାଏ । ଏହି ସମୟରେ ଅନେକ ବନ୍ଧୁ ଆପଣଙ୍କୁ ଅନେକ ପରାମର୍ଶ ଦେଇଥାନ୍ତି, ଯାହା ଆପଣଙ୍କୁ ଭଲ ଅନୁଭବ କରାଇଥାଏ । ଯଦି ଆପଣଙ୍କର ମଧ୍ୟ ବ୍ରେକଅପ୍ ହୋଇଛି, ତେବେ ଆଶାକରେ ଏହି ପରାମର୍ଶଗୁଡ଼ିକ ଆପଣଙ୍କ ପାଇଁ ସହାୟକ ହେବ ।

ଏକ ତରଫା ପ୍ରେମର କୌଣସି ଲାଭ ନାହିଁ :-
ଏକ ତରଫା ପ୍ରେର କୌଣସି ଲାଭ ନଥାଏ । ସମ୍ପର୍କ ଯଦି ଆପଣଙ୍କ ପାର୍ଟନର ଭାଙ୍ଗିଛନ୍ତି, ତେବେ ଦୁହେଁ ଆଉ ପରସ୍ପର ସହ ଆଗକୁ ଯାଇପାରିବ ନାହିଁ ବୋଲି ସେ ନିଷ୍ପତ୍ତି ନେଇସାରିଛନ୍ତି । ଏପରି ପରିସ୍ଥିତିରେ ଆପଣଙ୍କୁ ଅନୁରୋଧ କରି ଦୟା ଥିବା ସମ୍ପର୍କରେ ରହିବାର କୌଣସି ଫାଇଦା ନାହିଁ । ଏହି ସମ୍ପର୍କ ବେଶି ଦିନ ପର୍ଯ୍ୟନ୍ତ ରହିନଥାଏ ।

ଏକ୍ସ ସହ କଥା ହୁଅନ୍ତୁ ନାହିଁ :-
ଯଦି ଆପଣଙ୍କର ବ୍ରେକଅପ୍ ପୂର୍ବରୁ ମଧ୍ୟ କୌଣସି ରିଲେସନସିପରେ ଥିଲେ, ତେବେ ଆପଣ କିଛି ଦିନ ବ୍ରେକ୍ ନେବା ଉଚିତ୍ । ଯଦି ଆପଣ ପୁରୁଣା ଏକ୍ସ ସହ କଥାବାର୍ତ୍ତା ହେବେ, ତେବେ ଏଥିରେ ଆପଣ ଭଲ ହେବା ବ୍ୟତୀତ ଆପଣଙ୍କର ହୃଦୟ ବାରମ୍ବାର ଭାଙ୍ଗିବ ।

କାନ୍ଦିବାରେ କୌଣସି କ୍ଷତି ନାହିଁ :-
କୁହାଯାଏ, ଯନ୍ତ୍ରଣାର ସୀମା ଅତିକ୍ରିମ କରିବା ହିଁ ଏକ ବଡ଼ ଔଷଧ । ସେହିପରି କାନ୍ଦିବାର ମଧ୍ୟ ଏକ ଲିମିଟ୍ ରହିଛି । ଯଦି ଆପଣ କାନ୍ଦି କାନ୍ଦି ନିଜ ଭାବନାକୁ ବାହାର କରିଦେବେ, ତେବେ ଧୀରେ ଧୀରେ ସବୁ ସତ ଆପଣଙ୍କୁ ଦେଖାଯିବ । ଏହା ଦ୍ୱାରା ହୃଦୟ ଉପରେ ଥିବା ବୋଝ ହ୍ରାସ ପାଇବ ।

ତୃତୀୟ ଜଣଙ୍କ କାରଣରୁ ଛାଡ଼ିଲେ, ତାର ଚାଲିଯିବା ଭଲ :-
ଯଦି ତୁମ ରିଲେସନସିପରେ କୌଣସି ଥାର୍ଡ ପାର୍ଟି ବା ତୃତୀୟର ଏଣ୍ଟ୍ରି ଯୋଗୁଁ ବ୍ରେକଅପ୍ ହୋଇଛି, ତେବେ ବ୍ରେକଅପ୍ ହେବା ଠିକ୍ । କାରଣ ଠକ ସହିତ ଆପଣ କେବେ ବି ପ୍ରେମ ଓ ବିଶ୍ୱାସର ଆଶା କରିପାରିବେ ନାହିଁ । ମୁଭ୍ ଅନ୍ କରିବାରେ ସାହାଯ୍ୟ କରିବ ।

ତୁମେ ବେଷ୍ଟ କରିଛ :-
ଯଦି ଆପଣଙ୍କ ଲାଗୁଛି କି, ଆପଣ ବେଷ୍ଟ କରି ଓ ଏତେ ପ୍ରେମ ଓ ବିଶ୍ୱାସ କରିବା ପରେ ମଧ୍ୟ ଆପଣଙ୍କ ପାର୍ଟନର ବ୍ରେକଅପ୍ କରିଛି, ତେବେ ଆପଣଙ୍କୁ ବୁଝିବାକୁ ପଡ଼ିବ କି ସେ ଆପଣଙ୍କୁ ପାଇବାକୁ ଯୋଗ୍ୟ ନୁହେଁ । ଆପଣଙ୍କୁ ଏହି କଥା ଆରାମ ଦେବ କି, ଆପଣ ଏସମ୍ପର୍କକୁ ରଖିବାକୁ ନିଜର ବେଷ୍ଟ ଦେଇଥିଲ ।

Get real time updates directly on you device, subscribe now.