fbpx

IPL ବଡ ଅପଡେଟ! ଏହିସବୁ ଜିନିଷ ଉପରେ ଲାଗିଲା ବ୍ୟାନ୍: ଉଦଘାଟନୀ ମ୍ୟାଚ ପୂର୍ବରୁ ଘୋଷଣା

ନୂଆଦିଲ୍ଲୀ: ଆଉ ୨ ଦିନ ପରେ ଆରମ୍ଭ ହେବ ଟି-୨୦ କ୍ରିକେଟର ମହାକୁମ୍ଭ । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଗତବର୍ଷର ଚମ୍ପିଆନ ଗୁଜୁରାଟ ଟାଇଟନ୍ସ ଏବଂ ଏମ.ଏସ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ । ତେବେ ଏହି ଉଦଘାଟନୀ ମ୍ୟାଚ ପୂର୍ବରୁ ଏକ ବଡ ଘୋଷଣା କରାଯାଇଛି । ଟୁର୍ଣ୍ଣାମେଣ୍ଟର କୌଣସି ମ୍ୟାଚରେ ଏହାକୁ ଅନୁମତି ମିଳିପାରିବ ନାହିଁ ବୋଲି କୁହାଯାଇଛି । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଏହି ମ୍ୟାଚରେ ଫ୍ୟାନ୍ସମାନଙ୍କୁ ଏକ ଝଟକା ଲାଗିପାରେ ।

ଆଇପିଏଲ-୨୦୨୩କୁ ନେଇ ଫ୍ୟାନ୍ସମାନଙ୍କର ଉତ୍ସାହ ବଢିବାରେ ଲାଗିଛି । ତେବେ ଉଦଘାଟନୀ ମ୍ୟାଚ ପୂର୍ବରୁ ସେମାନଙ୍କୁ ଲାଗିଛି ଏକ ଶକ୍ତ ଝଟକା । ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି । ଏହି ପୋଷ୍ଟରୁ ଜାଣିବାକୁ ମିଳିଛି ଯେ, ନରେନ୍ଦ୍ର ମୋଦି ଷ୍ଟାଡିୟମକୁ କିଛିଯା ଜିନିଷ ନେବା ପାଇଁ ଅନୁମତି ମିଳିବ ନାହିଁ । ଏଠାରେ ଏହି ଜିନିଷଗୁଡିକ ଉପରେ ବ୍ୟାନ ଲଗାଯାଇଛି । ତେବେ ଗୁଜୁରାଟ ସେୟାର କରିଥିବା ଏହି ପୋଷ୍ଟରେ କୁହାଯାଇଛି ଯେ, ଷ୍ଟାଡିୟମ ଭିତରକୁ ଦର୍ଶକମାନେ ପାୱାରବ୍ୟାଙ୍କ, ସିଗାରେଟ ଲାଇଟର, ଉଡେନ ଷ୍ଟିକ ସହିତ ତୀକ୍ଷ୍ଣ ପଦାର୍ଥ, ବ୍ୟାକପ୍ୟାକ, ସେଲଫି ଷ୍ଟିକ, ବୋତଲ, ଛତା, କ୍ୟାମେରା, ହତିଆର, ଖାଦ୍ୟ, ହେଲମେଟ ଏବଂ କଏନ ଇତ୍ୟାଦି ଉପରେ ବ୍ୟାନ ଲଗାଇଛନ୍ତି ।

ତେବେ ୩୧ ତାରିଖ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉଦଘାଟନୀ ମ୍ୟାଚ ଖେଳିବେ ଗୁଜୁରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ । ତେବେ ଏହା ପୂର୍ବରୁ ଗତ ସଂସ୍କରଣରେ ଉଭୟ ଦଳ ମୁହାଁମୁହିଁ ହୋଇଥିବା ବେଳେ ଦୁଇଟି ଯାକ ମ୍ୟାଚରେ ଗୁଜୁରାଟ ବିଜୟୀ ହୋଇଥିଲା । ତେବେ ଏହି ସିଜନରେ ଏହାର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିବ ସିଏସକେ ।

Get real time updates directly on you device, subscribe now.