fbpx

(Video)ହଠାତ ଗାଡି ଆଡକୁ ମାଡି ଆସିଲା ବଣୁଆ ହାତୀ, ଆଉ ତାପରେ ଯାହା ହେଲା ଆପଣ ମଧ୍ୟ ଦେଖିଲେ କରିବେ ଚିତ୍କାର

ନୂଆଦିଲ୍ଲୀ:ଆପଣ ସୋସିଆଲ ମିଡିଆରେ ଅନେକ ଭିଡ଼ିଓ ଦେଖିଥିବେ। କିଛି ଭିଡ଼ିଓ ଅଛି ଯାହାକୁ ଦେଖିବା ମାତ୍ରେ ଆମେ ଆମର ହସ ଅଟକାଇ ପାରନ୍ତି ନାହିଁ । ଆଉ କିଛି ଦେଖି ଆମେ ଡରି ମଧ୍ୟ ଯାଉ । ତେବେ ବନ୍ୟଜନ୍ତୁ ମାନଙ୍କ ଉପରେ କୌଣସି ଭରସା ନାହିଁ । କେତେବେଳେ ଯେ କଣ କରିଦେବେ ତାହା କହିବା କଷ୍ଟକର । କିନ୍ତୁ ଆପଣ କେବେ ଭାବିଛନ୍ତି କି ଯଦି ଆପଣଙ୍କ ସାମ୍ନାକୁ ହଠାତ କେହି ବନ୍ୟ ପ୍ରାଣୀ ମାଡି ଆସେ ଆପଣ କଣ କରିବେ ? ତେବେ ହୁଏତ ଆପଣ ମଧ୍ୟ ଡ଼ରିକି ଭଗବାନଙ୍କୁ ସ୍ମରଣ କରିବାକୁ ଲାଗିବେ । ତେବେ ଏଭଳି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

ପ୍ରାୟତଃ ଯେତେବେଳେ ହାତୀ ମଣିଷ ସାମ୍ନାକୁ ଆସେ, ଲୋକମାନେ ଏହା ଠାରୁ ଦୁରକୁ ଯିବାକୁ ବସନ୍ତି । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଆପଣ ଦେଖିପାରିବେ ଯେ ଏକ ଭରପୂର ଗାଡି ଜଙ୍ଗଲ ରାସ୍ତାରେ ଦେଇ ଯାଉଥିବା ଯାଉଥିବାବେଳେ ଏକ ହାତୀ ସେମାନଙ୍କ ସାମ୍ନାକୁ ଆସିଥିଲା। ଏପରି ପରିସ୍ଥିତିରେ ଡ୍ରାଇଭର ଗାଡିଟିକୁ ପଛୁଆ ଚଲାଇବା ଆରମ୍ଭ କରିଛନ୍ତି। ତେବେ ଗାଡ଼ିରେ ଥିବା ଯାତ୍ରୀମାନେ ଗଜରାଜଙ୍କୁ ଶାନ୍ତ କରିବା ପାଇଁ ଭଗବାନଙ୍କ ଜପ କରିବା ଆରମ୍ଭ କରନ୍ତି ।

ଏହି ଭିଡିଓ ଆଇପିଏସ୍ ଅଧିକାରୀ ରୁପିନ୍ ଶର୍ମାଙ୍କ ଦ୍ୱାରା ତାଙ୍କ ଟ୍ୱିଟରରେ ପୋଷ୍ଟ କରାଯାଇଥିଲା ଏବଂ ସେ ଲେଖିଥିଲେ – ଯେତେବେଳେ ଏକ ବଣୁଆ ହାତୀ ବ୍ରାହ୍ମଣ ସହ ଭେଟ ହୁଏ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି କ୍ଲିପ୍ ୫୩ ଲକ୍ଷରୁ ଅଧିକ ଭ୍ୟୁ ଏବଂ ୧୨୦୦ ରୁ ଅଧିକ ଲାଇକ୍ ପାଇଛି । ଯେଉଁଠାରେ କିଛି ଉପଭୋକ୍ତା କହିଥିଲେ ଯେ ଏହାକୁ ମନ୍ତ୍ରର ଶକ୍ତି କୁହାଯାଏ, ଆଉ କେତେକ ହସ ଇମୋଜି ଦେଇଛନ୍ତି।

Get real time updates directly on you device, subscribe now.