fbpx

ଏହି ଜିନିଷ ବିନା ମିଳିବନି Antibiotics: ଡାକ୍ତରଙ୍କ ପାଇଁ ସରକାରଙ୍କ କଡ଼ା ନିୟମ

AAKASH

ନୂଆଦିଲ୍ଲୀ: ଦେଶରେ ଆଣ୍ଟିବାୟୋଟିକ୍ସ ଔଷଧ ଗୁଡ଼ିକର ଦୁରୂପୋଯୋଗ ଦିନକୁ ଦିନ ବଢିବାରେ ଲାଗିଛି । ଏହାକୁ ରୋକିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଡାକ୍ତରମାନଙ୍କୁ କଡ଼ା ନିୟମ ଶୁଣାଇଛନ୍ତି କେନ୍ଦ୍ର ସରକାର । ଆଣ୍ଟିବାୟୋଟିକ୍ସ ମେଡିସିନ ଲେଖିବା ସମୟରେ ‘ସଠିକ ସଂକେତ’ ଲେଖିବା ପାଇଁ ଡାକ୍ତରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଏକ ୟୁନିଟ୍ ଥିବା ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ (DGHS) ଦେଶର ସମସ୍ତ ମେଡିକାଲ କଲେଜ, ମେଡିକାଲ୍ ଆସୋସିଏସନ୍ ଏବଂ ଫାର୍ମାସିଷ୍ଟ ଆସୋସିଏସନର ଡାକ୍ତରମାନଙ୍କୁ ଏଥିରେ ଏକ ଜରୁରୀ ଆବେଦନ କରିଛନ୍ତି।

ଏହି ନିର୍ଦ୍ଦେଶରେ ଡିଜିଏଚଏସ ଫାର୍ମାସିଷ୍ଟ ସଂଘକୁ ନିର୍ଦ୍ଦେଶ ଦେଇଛି ଯେ, କେବଳ ଜଣେ ଯୋଗ୍ୟ ଡାକ୍ତରଙ୍କ ପ୍ରେସ୍କ୍ରିପ୍ସନରେ ଆଣ୍ଟିବାୟୋଟିକ୍ସ ଦେବା ସହିତ ଆଣ୍ଟିବାୟୋଟିକ୍ସ କାଉଣ୍ଟର ବିକ୍ରି ବନ୍ଦ କରାଯାଉ । ସେହିପରି ଆଣ୍ଟିବାୟୋଟିକ୍ସ ଦେବାର କାରଣ ତଥା ରୋଗୀଙ୍କ ଦେହରେ ଥିବା ଲକ୍ଷଣ ବିଷୟରେ ପ୍ରେସକ୍ରିପ୍ସନରେ ସଠିକ ସୂଚନା ଦେବା ପାଇଁ ମଧ ଡାକ୍ତରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହ ଔଷଧ ଗୁଡ଼ିକର ଅପବ୍ୟବହାର କିମ୍ବା ଅତ୍ୟଧିକ ବ୍ୟବହାରକୁ ରୋକିବା ପାଇଁ ଡାକ୍ତରମାନେ ଆଣ୍ଟିବାୟୋଟିକ୍ସର ପ୍ରକୃତ ଉଦ୍ଦେଶ୍ୟ ଏବଂ ଆବଶ୍ୟକତାକୁ ସ୍ପଷ୍ଟ ଭାବରେ ଦର୍ଶାଇବା ଉଚିତ ବୋଲି କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ଅନୁସାରେ, ଦେଶରେ ଆଣ୍ଟିବାୟୋଟିକ୍ସର ବହୁଳ ବ୍ୟବହାରକୁ ରୋକିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ଏହାର ଅତ୍ୟଧିକ ବ୍ୟବହାର ଶରୀରକୁ ଆଣ୍ଟିମାଇକ୍ରୋବାୟଲ୍ ପ୍ରତିରୋଧକ (AMR) ହୋଇଯାଏ । ଯାହା ମଣିଷ ପାଇଁ ଏକ ବଡ଼ ବିପଦ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ୨୦୧୯ ମସିହାରେ ସାରା ବିଶ୍ୱରେ ପ୍ରାଣ ହରାଇଥିବା ୨୭.୧୦ କୋଟି ମୃତ୍ୟୁରେ ପ୍ରତ୍ୟକ୍ଷ ରୂପରେ ବ୍ୟାକ୍ଟେରିଆ ଏଏମଆର ହିଁ ମୁଖ୍ୟ କାରଣ ବୋଲି ଜଣାଯାଇଛି । ସେହିପରି ୪୯ ଲକ୍ଷରୁ ଅଧିକ ଲୋକ ଔଷଧ ପ୍ରତିରୋଧୀ ସଂକ୍ରମଣରେ ମୃତ୍ୟୁବରଣ କରିଛନ୍ତି ।

Get real time updates directly on you device, subscribe now.