fbpx
BJD
BJD SKY
BJD SKY

ନିର୍ବାଚନ ପୂର୍ବରୁ ବଦଳିଲେ ଆଉ କିଛି OAS ଅଫିସର

ଭୁବନେଶ୍ୱର: OAS ସ୍ତରରେ ପୁଣି ଏକ ବଡ଼ ଧରଣର ଅଦଳ ବଦଳ କରାଯାଇଛି। ସାଧାରଣ ନିର୍ବାଚନ ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଓଏଏସ ସ୍ତରରେ ଏହି ବଡ଼ ଅଦଳ ବଦଳ ହୋଇଥିବା ଜଣାପଡ଼ିଛି। କେନ୍ଦ୍ର ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ କ୍ରମେ ସରକାରୀ ଅଧିକାରୀଙ୍କ ବଦଳି ଓ ନିଯୁକ୍ତି ପାଇଁ ପ୍ରକ୍ରିୟାକୁ ଜାରି ରଖିଛନ୍ତି ରାଜ୍ୟ ସରକାର । ତେବେ ଯେଉଁ କର୍ମଚାରୀମାନେ ଗୋଟିଏ ସ୍ଥାନରେ ୩ ବର୍ଷ ପୂରଣ କରିଛନ୍ତି ଓ ଯେଉଁମାନେ ନିଜ ଘରୋଇ ଜିଲ୍ଲାରେ କାର୍ୟ୍ୟ କରୁଛନ୍ତି ସେମାନଙ୍କୁ ବଦଳି କରାଯିବା ବିଧି ରହିଥିବାରୁ ଏହି କାର୍ୟ୍ୟ ଜୋରଦାର ହୋଇଛି।

ଏହି କ୍ରମରେ ରାଜ୍ୟ ସରକାର ଓଏଏସ୍‌‌ ସ୍ତରରେ ଅଦଳବଦଳ କରି ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଥିବା ସୂର୍ଯ୍ୟନାରାୟଣ ଦାସଙ୍କୁ ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରିଛନ୍ତି। ସେହିପରି ନୟାଗଡ଼ ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଥିବା ସୁଚାରୁ କୁମାର ବଳଙ୍କୁ ଭକ୍ତ ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀଙ୍କୁ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଥିବା ଲମ୍ବୋଦର ଧାରୁଆଙ୍କୁ ନୂଆପଡ଼ା ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି କରାଯାଇଛି।

ଅନ୍ୟପଟେ ଯାଜପୁର ଉପଜିଲ୍ଲାପାଳ ଗୋପୀନାଥ କୁଅଁରଙ୍କୁ ପୁରୀ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ସେହିପରି ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁଙ୍କୁ ଶ୍ରୀମନ୍ଦିର ପ୍ରଶାସନର ଡେପୁଟି ପ୍ରଶାସକ ଭାବେ ନିଯୁକ୍ତି ମିଳିଛି। ଅନ୍ୟପଟେ ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁଙ୍କୁ ଭଦ୍ରକ ସିଡିଏମଓ ଅଫିସର ପ୍ରଶାସନିକ ଅଧିକାରୀ ଭାବେ ବଦଳି କରାଯାଇଛି। ସେପଟେ ବଲାଙ୍ଗିର ତହସିଲଦାର ଅମିତ କୁମାର ନାୟକ ପାଟଣାଗଡ଼ ଉପଜିଲ୍ଲାପାଳ ଭାବେ ବଦଳି ହୋଇଛନ୍ତି।

 

Get real time updates directly on you device, subscribe now.