fbpx

ହସ୍ପିଟାଲରୁ ଶିଶୁ କନ୍ୟା ଚୋରି, ଧରିବା ବାହାନାରେ ଛୁଆକୁ ନେଇ ଚମ୍ପଟ ମାରିଥିଲା ଚୋର

ସୁବର୍ଣ୍ଣପୁର: ହସ୍ପିଟାଲରୁ ନବଜାତ ଶିଶୁକନ୍ୟା ଚୋରି ହୋଇଥିବା ଅଭିଯୋଗ ଆସିଛି । ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆଜି ସକାଳ ସମୟରେ ଚୋରି ହୋଇଥିବା ଖବର ସାମନାକୁ ଆସିଛି । ଜଣେ ମହିଳା ଏହି ଚୋରି କରିଥିବା ସୂଚନା ରହିଛି । ଶିଶୁ କନ୍ୟାକୁ ଧରିବା ବାହାନାରେ ନେଇ ଚମ୍ପଟ୍ ମାରିଛି ଏହି ମହିଳା ଚୋର । ବୀରମହାରାଜପୁର ଷଣ୍ଢାଗାଁର ପ୍ରସୂତି ଗତକାଲି ଏକ କନ୍ୟାକୁ ଜନ୍ମ ଦେଇଥିଲେ । ୱାର୍ଡରେ ଜାଗା ନଥିବାରୁ ବାରଣ୍ଡାରେ ନବଜାତ ସହିତ ପ୍ରସୂତି ଶୋଇଥିଲେ । ଏହି ସମୟରେ ଚୋରି ହୋଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.