ସ୍ପାଇଡର ପାଇଁ ପୋଲିସ ବିକିଲା ଆଳୁ, ଚୋରି କରିବାକୁ ନିଜକୁ ଫିଟ୍ ରଖୁଥିଲା ଚୋର
ପ୍ରତିଦିନ ଯାଉଥିଲା ଜିମ୍ । ଖାଇବାକୁ ଭଲ ପାଉଥିଲା ଡ୍ରାଏଫ୍ରୁଟ୍ସ ।
ଓଡ଼ିଶା ଭାସ୍କର: ପୂର୍ବତନ ପିସିସି ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ଉପରୁ ପର୍ଦ୍ଦା ହଟିଛି । ସ୍ପେଶାଲ ସ୍କ୍ୱାର୍ଡ ଏହି କୋଟିପତି ଚୋରକୁ ଧରିବାରେ ସଫଳ ହୋଇଛି । କୋଟିପତି ଚୋରର ୩ଟି ନାମ । ପ୍ରକୃତ ନାମ କରୀ ସତିବାବୁ ଓରଫ ସତିଶ ରେଡ୍ଡି ଓରଫ ସ୍ପାଇଡର ସତିଶ ।
ଏହି ଚୋରକୁ ଧରିବା ପାଇଁ ପୋଲିସକୁ ୪ ଦିନ ଠେଲାଧରି ଆଳୁ ବିକ୍ରି କରିବାକୁ ପଡ଼ିଥିଲା । ଆନ୍ଧ୍ର ପୋଲିସ ସାହାଯ୍ୟରେ ପୋଲିସ ସ୍ପାଇଡର ସତିଶକୁ ଗିରଫ କରିଛି ।
୭ କେଜି ସୁନା ଟେକିନେଲା : ସ୍ପାଇଡରକୁ ଗିରଫ କରିବା ପରେ ପୋଲିସ ତା’ ପୂର୍ବ ରେକର୍ଡ ଯାଞ୍ଚ କରିଛି । ସେ ଜଣେ ଭଲ ଛାତ୍ର ଥିଲା । ଭାରତରେ ଚାକିରି ନ ମିଳିବାରୁ ସିଙ୍ଗାପୁର ଚାଳିଯାଇଥିଲା । ସେଠି ମଧ୍ୟ ଚାକିରି ମିଳିଳାନି, ଯାହାପରେ ସତିଶ ଡ୍ରାଇଭର ଭାବେ କାମ କରିବା ଆରମ୍ଭ କଲା । ପରବର୍ତ୍ତୀ ସମୟରେ ସେଠାରେ ଚୋରି କରିବା ଆରମ୍ଭ କଲା
ସିଙ୍ଗାପୁରରେ ଜଣେ ରାଜନେତାଙ୍କ ଘରକୁ କଲା ପ୍ରଥମ ଟାର୍ଗେଟ । ସେଠାରୁ ପ୍ରାୟ ଦେଢ଼ କେଜି ସୁନା ଚୋରି କରିଥିଲା । ସୁନା ବିକ୍ରି କରି ଟଙ୍କାକୁ ଭାରତ ପଠେଇ ଦେଇଥିଲା । ସବୁଦିନ ଜିମ୍ ଯିବା ସହ ଡ୍ରାଏଫ୍ରୁଟ୍ସ ଖାଇବାକୁ ଭଲପାଏ ସତିଶ ।
ଦୁଇଜଣଙ୍କୁ ବାହା ହୋଇଥିଲା: ଏହାପରେ ଭାରତ ଚାଲିଆସି ଚେନ୍ନାଇର ଜଣେ ବିଧାୟକଙ୍କ ଘରୁ ଚୋରି କଲା । ସତିଶର କ୍ୟାରିୟରର ଏହାଥିଲା ବଡ଼ ଚୋରି । କାରଣ କଡ଼ା ସୁରକ୍ଷା ଭିତରେ ବିଧାୟକଙ୍କ ଘରୁ ୭ କେଜିର ସୁନା ଚୋରି କରି ଫେରାର୍ ମାରିଥିଲା । ବତ୍ତର୍ମାନ ସୁଦ୍ଧା ୭୦ ଜଣଙ୍କ ଘରୁ ଚୋରି କରିସାରିଛି ସତିଶ ।
ନେତା ଓ ବଡ଼ ବ୍ୟବସାୟୀଙ୍କୁ ଟର୍ଗେଟ୍ କରୁଥିଲା ସତିଶ । ସତିଶର ଦୁଇଟି ସ୍ତ୍ରୀ ଥିଲା । କିଛିଦିନ ପୂର୍ବେ ଜେଳରୁ ବାହାରି ସେ ତା’ ସ୍ତ୍ରୀ ପାଇଁ ୨ଟି ବିଲାତି କୁକୁର କିଣିଥିଲା । ଗୋଟିକର ଦାମ୍ ୭୦ ହଜାର ଥିବାବେଳେ ଅନ୍ୟଟିର ଦାମ୍ ୧ ଲକ୍ଷ ୫୫ ହଜାର ଥିଲା ।