fbpx

Big Update: ବଲିଉଡ ସିଙ୍ଗର ସୋନୁ ନିଗମଙ୍କ ଘରୁ ୭୨ ଲକ୍ଷ ଟଙ୍କା ଚୋରି

ନୂଆଦିଲ୍ଲୀ: ବଲିଉଡ୍ ସିଙ୍ଗର ତଥା ଅଭିନେତା ସୋନୁ ନିଗମଙ୍କୁ ନେଇ ଆସିଛି ଏକ ବଡ଼ ଖବର । ସୋନୁ ନିଗମଙ୍କ ଘରୁ ଚୋରି ହୋଇଥିବା ନେଇ ଆସିଛି ବଡ଼ ଅଭିଯୋଗ । ସୋନୁ ନିଗମଙ୍କ ପିତା ଅଗମ କୁମାର ନିଗମଙ୍କ ଘରୁ ୭୨ ଲକ୍ଷ ଟଙ୍କା ଚୋରି ହୋଇଛି । ଏନେଇ ପୋଲିସରେ ମାମଲା ଦାୟର ହେବା ପରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ସୋନୁଙ୍କ ପିତା ଡ୍ରାଇଭର ଉପରେ ସନ୍ଦେହ କରୁଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ୭୨ ଲକ୍ଷର ଚୋରି ମାମଲାରେ ସୋନୁଙ୍କ ଭଉଣୀ ନିକିତା ଡ୍ରାଇଭର ବିରୋଧରେ ଥାନାରେ ଅଭିଯୋଗ ଦାୟର କରିଛନ୍ତି । ସୋନୁଙ୍କ ୭୬ ବର୍ଷୀୟ ପିତା ଅଗମ ମୁମ୍ବାଇର ଅନେ୍ଧରୀ ୱେଷ୍ଟର ଓଶିବାରାରେ ବିଣ୍ଡସର ଗ୍ରାଣ୍ଡ ବିଲଡିଂରେ ରହୁଥିଲେ । ତେବେ ଅଗମ ତାଙ୍କର ଡ୍ରାଇଭର ଉପରେ ସନ୍ଦେହ ପ୍ରକଟ କରିଥିବା ପୋଲିସକୁ ଦେଇଥିବା ବୟାନରୁ ଜଣାପଡ଼ିଛି । ତେବେ ଏହି ବୟାନକୁ ଆଧାର କରି ପୋଲିସ ଡ୍ରାଇଭର ବିରୋଧରେ ଧାରା ୩୮୦, ୪୫୪ ଓ ୪୫୭ ଅନୁସାରେ ମକଦ୍ଦମା ଦାୟର କରି ଚୋରର ସନ୍ଧାନ କରୁଛି ।

ତେବେ ଅଗମ କୁମାର ଓ ନିକିତା ତାଙ୍କର ସୋସାଇଟିର ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ । ଡ୍ରାଇଭର ବ୍ୟାଗ ନେଇ ନିଜର ଫ୍ଲାଟ ଅଭିମୁଖେ ଯାଉଥିବା ସିସିଟିଭିରୁ ଜଣାପଡ଼ିଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି । ଡ୍ରାଇଭର ଏକ ନକଲି ଚାବି ସହାୟତାରେ ତାଙ୍କର ଫ୍ଲାଟରେ ପ୍ରବେଶ କରିଥିଲା । ଏହାପରେ ସେ ବେଡରୁମରେ ଡିଜିଟାଲ ଲକରରୁ ୭୨ ଲକ୍ଷ ଟଙ୍କା ଚୋରି କରି ନେଇଥିବା ଅଗମ ସନ୍ଦେହ କରିଛନ୍ତି । ଏହି ମାମଲା ୧୯ରୁ ୨୦ ତାରିଖ ମଧ୍ୟରେ ଘଟିଥିବା ଜଣାପଡ଼ିଛି । ଉକ୍ତ ଡ୍ରାଇଭର ପାଖାପାଖି ୮ ମାସ ପୂର୍ବରୁ କାମ କରୁଥିଲେ ହେଁ ତା’ର ଗତିବିଧି ଠିକ୍ ନଥିଲା । ଏହାପରେ ତାକୁ କାର୍ଯ୍ୟରୁ ହଟାଇ ଦିଆଯାଇଥିଲା ।

Get real time updates directly on you device, subscribe now.