fbpx

ସୋସିଆଲ ମିଡିଆରେ ଭଗବାନ ହନୁମାନଙ୍କୁ ଅପମାନିତ କରି ସାମ୍ବାଦିକ ଗିରଫ

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭଗବାନ ହନୁମାନଙ୍କୁ ଅପମାନିତ କରି ଜଣେ ପାକିସ୍ତାନୀ ସାମ୍ବାଦିକ ଗିରଫ ହୋଇଛନ୍ତି । ପାକିସ୍ତାନର ସିନ୍ଧ ପ୍ରଦେଶରେ ପାକିସ୍ତାନୀ ସାମ୍ବାଦିକ ଭଗବାନ୍ ହନୁମାନଙ୍କ ଉପରେ ବିବାଦୀୟ ପୋଷ୍ଟ ସେୟାର କରିଥିଲେ । ଏହାକୁ ବିରୋଧ କରି ସାମ୍ବାଦିକଙ୍କ ନାଁରେ ଏକ ମାମଲା ରୁଜୁ ହୋଇଛି। ସୂଚନାଯୋଗ୍ୟ ଯେ, ପୂର୍ବରୁ ଏଭଳି ମାମଲା କେବେ ପଞ୍ଜିକୃତ ହୋଇନଥିଲା । ହିନ୍ଦୁ ଦେବାଦେବୀଙ୍କୁ ଅପମାନ କରି ଜେଲ ଯିବା ଘଟଣା ପାକିସ୍ତାନ ପ୍ରଥମ । ପୂର୍ବରୁ ଏଭଳି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଅଭିଯୋଗକାରୀଙ୍କ ନାମ ରମେଶ କୁମାର। ସେ ମିରପୁରଖା ସହରର ଉପଗ୍ରହ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ।

ରମେଶ କୁମାରଙ୍କ ଅନୁଯାୟୀ, ଅସଲମ ବାଲୋଚ ନାମକ ଜଣେ ସାମ୍ବାଦିକ ସେ ନିଜ ଫେସବୁକ ଏବଂ ହ୍ୱାଟ୍ ଆପରେ ଭଗବାନ ହନୁମାନଙ୍କ ଫଟୋ ସେୟାର କରି ଅପଶଶବ୍ଦ ବ୍ୟବହାର କରିଥିଲେ । ସେୟାର ହୋଇଥିବା ଫଟୋ ରେ ଲେଖା ହୋଇଛି ଯେ,’କ୍ୟାପଟେନ୍ ଶ୍ରୀ ରାମ ପାର୍କ ବାଲେ’ । ଏହା ସହ ଆଇନ ଶୃଙ୍ଖଳା ପରିସ୍ଥିତି ବିଗାଡିବାକୁ କରିବାକୁ ଚେଷ୍ଟା କରିଥିଲେ । ସିନ୍ଧ ପ୍ରଦେଶର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଜୟନଚାନ୍ଦ ଇସ୍ରାନି ଏହି ପ୍ରସଙ୍ଗରେ ସିନ୍ଧର ଆଇଜିଙ୍କ ସହ କଥା ହୋଇଥିଲେ। ଏଭଳି କାର‌୍ୟ୍ୟକୁ ଆଦୌଂ ବରଦାସ୍ତ କରାଯିବ ନାହିଁ ବୋଲି ସିନ୍ଧର ପ୍ରାଦେଶିକ ମନ୍ତ୍ରୀ କହିଥିଲେ। ଏହା ପରେ ସାମ୍ବାଦିକଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

ଏହା ପରେ ଅସଲମ ବାଲୋଚଙ୍କ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା ଯେଉଁଥିରେ ସେ ସମଗ୍ର ହିନ୍ଦୁ ସମ୍ପ୍ରଦାୟକୁ କ୍ଷମା ମାଗିଥିଲେ। ପାକିସ୍ତାନ ଦଣ୍ଡ ବିଧାନ ଅନୁଯାୟୀ ଧାରା ୧୫୩ଏ ଏବଂ ୨୯୫ଏ ଅନୁଯାୟୀ ଅସଲମ ବାଲୋଚଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ସୂଚନାଯୋଗ୍ୟ, ଧାରା ୨୯୫ଏ ରେ ସେହି ଲୋକଙ୍କୁ ଦଣ୍ଡିତ କରାଯାଏ , ଯେଉଁମାନେ ଧର୍ମ ମଧ୍ୟରେ ସମନ୍ୱୟ ନଷ୍ଟ କରିବାକୁ ଚେଷ୍ଟା କରନ୍ତି ।

Get real time updates directly on you device, subscribe now.