fbpx
BJD SKY
BJD SKY

ରାଜଧାନୀରେ ବଡ଼ ଅଘଟଣ: ବିଧାୟକଙ୍କ କ୍ୱାର୍ଟର୍ସରୁ ଚୋରି

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଚୋରଙ୍କର ଉତ୍ପାତ ବଢ଼ିବାରେ ଲାଗିଛି । ବିଶେଷ କରି ଗତ କିଛିଦିନ ମଧ୍ୟରେ ରାଜଧାନୀର ଆପାର୍ଟମେଣ୍ଟରୁ ଟଙ୍କା, ସୁନା ଅଳଙ୍କାର ଲୁଟ୍ ହେଉଥିବା ଦେଖାଯାଉଛି । ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ରାଜ୍ୟ ବିଧାନସଭାର ଜଣେ ବିଧାୟକଙ୍କ କ୍ୱାର୍ଟର୍ସରୁ ଚୋରମାନେ ଲୁଟ୍ କରିଛନ୍ତି । ବିଧାୟକ ଘରେ ନଥିବା ସମୟରେ ଏହି ଘଟଣ ଘଟିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଆଗକୁ ଲୋକସଭା ଓ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ସେନେଇ ବିଧାୟକ ନିଜ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏବେ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି । ତେଣୁ ବିଧାୟକ ଘରେ ନଥିବା ସମୟରେ ଚୋରମାନେ ତାଙ୍କ କ୍ୱାର୍ଟର୍ସରେ ପଶି ୨ଟି ଫ୍ୟାନ ଓ ଅନ୍ୟ କିଛି ସାମଗ୍ରୀ ଚୋରି କରିନେଇଥିବା ଜଣାପଡ଼ିଛି । ଏନେଇ ବିଧାୟକଙ୍କ ଜଣେ ସହଯୋଗୀ ଥାନାରେ ଅଭିଯୋଗ କରିଛନ୍ତି । ୟୁନିଟ-୪ ସ୍ଥିତ ଏମଏଲଏ କଲୋନୀରୁ ଏହି ଲୁଟ୍ ହୋଇଛି । ଗତ ୧୦ ତାରିଖ ବିଳମ୍ବିତ ରାତିରେ ଚୋରମାନ ଏହି କାରନାମା କରିଥିଲେ । ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଦେଇଛି ।

Get real time updates directly on you device, subscribe now.